• About Us
  • Contact Us
Sunday, April 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ପାଣ୍ଡିଆନ କ’ଣ ଗୃହକୁ ଚଳାଇବେ: ଜୟନାରାୟଣ

by Voice of Victims
February 15, 2025
in ମୁଖ୍ୟ ଖବର, ରାଜ୍ୟ
ପାଣ୍ଡିଆନ କ’ଣ ଗୃହକୁ ଚଳାଇବେ: ଜୟନାରାୟଣ

ଭୁବନେଶ୍ୱର: ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଶନିବାର ବିଧାନସଭାରେ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି । ପଏଣ୍ଟ ଅଫ ଅର୍ଡର ଉଠାଇ ଶ୍ରୀ ମିଶ୍ର ବିରୋଧୀଙ୍କ ଟାର୍ଗେଟ କରିଛନ୍ତି ।  ଶ୍ରୀ ମିଶ୍ର କହିଛନ୍ତି ଯେ ଚାଷୀ ପ୍ରସଙ୍ଗରେ ବିରୋଧୀ ମୁଲତବୀ ଆଣିଥିଲେ । ଆମେ ଆଲୋଚନା ଚାହୁଁଥିଲୁ । କିନ୍ତୁ କ’ଣ ପାଇଁ ଗତକାଲି ଠାରୁ ଗୃହକୁ ମୁଲତବୀ କରାଯାଉଛି । ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା କରୁଥିଲି । ସେମାନେ ହେଲେ ପାଣ୍ଡିଆନ କହିଲେ ବୋଲି ଆମେ ଏମିତି କଲୁ । ତେଣୁ ଏଗୃହକୁ କ’ଣ ପାଣ୍ଡିଆନ ଚଳାଇବେ କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଦରି ବୁହା, ଟେଣ୍ଟ ବୁହା ଏଠିକି ଆସି ବଡ଼ କଥା କହୁଛନ୍ତି । କିଏ ଗୋଟେ ବାହାର ଲୋକ କହିବେ ଆଉ ଗୃହ ବନ୍ଦ କରିଦିଆଯିବ । ପାଣ୍ଡିଆନଙ୍କ ନମ୍ବର ୱାନ ଚାମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।  ପ୍ରକାଶ ଯେ ଗତକାଲି ଭଳି  ଆଜି ବି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଗର୍ଜିଥିଲେ କଂଗ୍ରେସ ବିଧାୟକ। ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଥିଲେ ବିଜେଡି ସଭ୍ୟ। ଉଭୟ ଦଳର ବିଧାୟକଙ୍କ ହୋହଲ୍ଲା, ନାରାବାଜିରେ କମ୍ପିଥିଲା ବିଧାନସଭା ଗୃହ। ଫଳରେ ପ୍ରଥମାର୍ଦ୍ଧରେ ଗୃହ କାର୍ୟ୍ୟ ହୋଇପାରି ନଥିଲା। ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ବୋଲି ଅଭିଯୋଗ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ। ଏହି ସମୟରେ ବିଜେଡି ସଭ୍ୟମାନେ ମଧ୍ୟ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବି କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। କଟ୍‌ନି ଛଟ୍‌ନି ବନ୍ଦ କରିବା ଆମର ଦାବି, ସରକାର-ମିଲର ମଧୁଚନ୍ଦ୍ରିକା ଚଳିବ ନାହିଁ ବୋଲି ନାରାବାଜି ଥିଲେ। ବାଚସ୍ପତି ସଭ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିବାକୁ ଅନୁରୋଧ କରିଥିଲେ ବି ସେମାନେ ଶୁଣି ନଥିଲେ। ଗୃହରେ ସ୍ଥିତି ସ୍ବାଭାବିକ ନହେବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ।

Post Views: 113
Share198Tweet124Send
Voice of Victims

Voice of Victims

Recent Posts

  • ଅଙ୍ଗନବାଡ଼ି କେନ୍ଦ୍ରରୁ ଚୋରି, ଥାନାରେ ଏତଲା
  • ଶଙ୍ଖକ୍ଷେତ୍ର ଫାଉଣ୍ଡେସନ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ
  • ବଜ୍ରକୋଟ ବିଦ୍ୟାଳୟରେ ଧୂମଧାମରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ପାଳିତ
  • ଅପ୍ରେଲ ୪ ଶହୀଦ ରଘୁ-ଦିବାକର ଙ୍କ ବଳିଦାନ ଦିବସ ରେ ରକ୍ତ ଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
  • କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ, ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In