ବଲାଙ୍ଗିର : ବନ୍ଧା ହୋଇପାରନ୍ତି ନିଶା ମହାରଣା l ଅଶ୍ଳୀଳ ନୃତ୍ୟ ପାଇଁ ବଢ଼ିଲା ନିଶାଙ୍କ ଗିରଫ ଆଶଙ୍କା l ନିଶା ମହାରଣାଙ୍କ ବିରୋଧରେ ଥାନାରେ ହୋଇଛି ଅଭିଯୋଗ l ବଲାଙ୍ଗିର ସଦର ଥାନାରେ ମାମଲା ରୁଜୁ ପରେ ବଢ଼ିଲା ଗିରଫ ସମ୍ଭାବନା l ବଲାଙ୍ଗିର ଚନ୍ଦନ ଭାଟିରେ ଅଶ୍ଳୀଳ ନୃତ୍ୟ କରିଥିବା ନେଇ ଅଭିଯୋଗ ହୋଇଛି l
ଏଥିରେ ସମ୍ପୃକ୍ତ ଦୁଇ ଆୟୋଜକ ମଧ୍ୟ ସଦର ଥାନାରେ ଅଟକ ହୋଇଛନ୍ତି l ଦୁଇ ଆୟୋଜକ ହେଲେ ସୁରେନ୍ଦ୍ର ନାଗ ଓ ରାଧେଶ୍ୟାମ ମେହେର l ଦୁଇ ଆୟୋଜକ ଅଟକ ହେବା ପରେ ନିଶାଙ୍କ ପାଇଁ ସମସ୍ୟା ବଢିପାରେ l ଗତ ୧୨ ତାରିଖରେ ଚନ୍ଦନଭାଟିରେ ଅଶ୍ଲୀଳ ନୃତ୍ୟ ନେଇ ଅଭିଯୋଗରେ ମାମଲା ଦାୟର ହୋଇଥିଲା l
