• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଗିରଫ ହେବେ କି ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ? ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ବଢ଼ିଲା ଆଶଙ୍କା

by Voice of Victims
July 29, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଗିରଫ ହେବେ କି ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ? ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ବଢ଼ିଲା ଆଶଙ୍କା

ଭୁବନେଶ୍ୱର : ଗିରଫ ହେବେ କି ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ  ? ବିଷ୍ଣୁପଦଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହେବା ପରେ ବଢ଼ିଛି ଗିରଫଦାରୀ ସମ୍ଭାବନା । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୁପଦ ।  ଲାଞ୍ଚ ମାମଲାରେ ଗିରଫ ହୋଇଥିବା ବ୍ରିଜ୍ ଆଣ୍ଡ ରୁଫ କର୍ପୋରେସନର ଗ୍ରୁପ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ସହ ବିଷ୍ଣୁପଦଙ୍କର କୌଣସି ସଂପର୍କ ନଥିବା ଆବେଦନରେ ଦର୍ଶା ଯାଇଥିଲା ।

ମାମଲାର ଶୁଣାଣି ବେଳେ ଆଗୁଆ ଜାମିନକୁ ବିରୋଧ କରିଥିଲା ସିବିଆଇ । ଲାଞ୍ଚ କାରବାରରେ ବିଷ୍ଣୁପଦଙ୍କ ସଂପୃକ୍ତିର ପ୍ରମାଣ ଉପସ୍ଥାପନ କରିଥିଲା । ସିବିଆଇ ତଥ୍ୟ ରଖିଥିଲା ଯେ, ଏକ ପ୍ରକଳ୍ପର ବିଲ୍ ପାସ୍ କରିବା ପାଇଁ ମେସର୍ସ ପେଣ୍ଟା ଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ଚଞ୍ଚଲ ମୁଖାର୍ଜୀ । ମଧ୍ୟସ୍ଥି ଦେବଦତ୍ତ ମହାପାତ୍ରଙ୍କ ଗାଡ଼ିରୁ ଏହି ଟଙ୍କା ଜବତ ହୋଇଥିଲା । ୨୦୨୪ ଡିସେମ୍ବର ୭ତାରିଖରେ ସାକ୍ଷୀଙ୍କ ଉପସ୍ଥିତିରେ ଲାଞ୍ଚ ଟଙ୍କା ଜବତ ହୋଇଥିଲା ।  ଦେବଦତ୍ତ ମହାପାତ୍ରଙ୍କୁ ଲାଞ୍ଚ ଟଙ୍କା ଗ୍ରହଣ କରିବାକୁ ଫୋନ୍ କରିଥିଲେ ବିଷ୍ଣୁପଦ ।

ବିଷ୍ଣୁପଦ ସ୍ବେଛାକୃତ ଭାବେ ଦେଇଥିବା ତାଙ୍କ କଣ୍ଠସ୍ବର ନମୁନା ଏହି ଫୋନ କଲ୍ ସହ ମେଳ ଖାଇଥିଲା ।  ଫରେନସିକ୍ ଲ୍ୟାବ CFSL ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିଲା ।  ଲାଞ୍ଚ କାରବାର ଧରାପଡ଼ିବାର କିଛି ଦନ ପୂର୍ବରୁ ସେହି ଦେବଦତ୍ତ ମହାପାତ୍ରଙ୍କ ଠାରୁ ବିଷ୍ଣୁପଦଙ୍କ ଝିଅ ଦାମୀ ଗିଫ୍ଟ ଗ୍ରହଣ କରିଥିଲେ ।  ଏଥିରେ ଥିଲା ମ୍ୟାକ୍ ବୁକ୍ ଓ ୧ ଲକ୍ଷ ୪୬ ହଜାର ଟଙ୍କାର ଏକ ବିଳାସପୂର୍ଣ୍ଣ ହାତ ଘଣ୍ଟା ।  ଲାଞ୍ଚ କାରବାର ଧରା ପଡ଼ିବାର କିଛି ଦିନ ପୂର୍ବରୁ ଚଞ୍ଚଲ ମୁଖାର୍ଜୀ ବିଷ୍ଣୁପଦଙ୍କୁ ଭେଟିଲେ ।

କେବଳ ସେତିକି ନୁହେଁ,ତଦନ୍ତ ବେଳେ ବିଷ୍ଣୁପଦଙ୍କର ଦୁଇଟି ଲକର ଠାବ ହୋଇଥିଲା ।  ପୂର୍ବରୁ ତାଙ୍କର କୌଣସି ଲକର ନଥିବା ସେ ସିବିଆଇକୁ କହିଥିଲେ ।  ତେବେ ତଦନ୍ତ ବେଳେ ମିଳିଥିବା ଦୁଇଟି ଲକରରେ କିଛି ମିଳିନଥିଲା ।  ଏଥିସହ ବିଷ୍ଣୁପଦଙ୍କ ଦୁଇଟି ଆଇଫୋନକୁ ମଧ୍ୟ ଜାଣି ଶୁଣି ଅକାମୀ କରିଦେଇଥିବା କୋର୍ଟକୁ କହିଥିଲା ସିବିଆଇ ।

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ
  • ପତଞ୍ଜଳି ଯୋଗ କେନ୍ଦ୍ରରେ ଉତ୍କଳ ଦିବସ ପାଳନ
  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In