ରଣପୁର,୨୦/୦୨ : ହାଇୱା ଧକ୍କାରେ ମହିଳା ମୃତ୍ୟୁ । ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରାଜସୁନାଖଳା ଫାଣ୍ଡି ଅଧିନସ୍ଥ ଗୋପୀନାଥ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଶୁକ୍ରବାର ଦିନ ଅପରାହ୍ନ ସମୟରେ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତେବେ ମହିଳା ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଜରିପଡ଼ା ଅଞ୍ଚଳର କେଦାର ପ୍ରଧାନଙ୍କ ସ୍ତ୍ରୀ ବିଳାସ ଦେଇ ବୋଲି ଜଣା ପଡିଛି । ମହିଳା ଜଣକ ତାଙ୍କ ସ୍ବାମୀ କେଦାରଙ୍କ ସହ ଫତେଗଡରୁ ନିଜ ଘର ଅଭିମୁଖେ ସ୍କୁଟିରେ ଯାଉ ଥିଲା ବେଳେ ସେହି ସମୟରେ ବିପରୀତ ପାର୍ଶ୍ବରୁ ଏକ ହଇୱା ଗାଡି ନମ୍ବର ଓଡ଼ି ୦୨ସି ୱାଇ ୯୪୭୨ ଆସୁଥିଲା ।

ହଇୱା ଗାଡି ଚାଳକ ଜଣକ ମଦ୍ୟପାନ କରି ଫୋନରେ କଥା ହୋଇ ସ୍କୁଟି ଆଡ଼କୁ ମାଡ଼ି ଆସିଥିଲା। ଫଳରେ ସ୍କୁଟି ଚାଳକ ଭୟ ଭିତ ହୋଇ ସେହି ଯାଗାରେ ଗାଡି ରଖି ଦେଇଥିଲା। ମହିଳାଙ୍କର ଲୁଗା ହାଇୱା ଗାଡିରେ ଲାଗି ଯିବାରୁ ମହିଳା ଜଣଙ୍କ ତଳେ ପଡ଼ି ଯାଇଥିଲେ। ହିଇୱା ଗାଡ଼ିର ସ୍ପିଡ ଥିବାରୁ ପଛ ଚକାରେ ମହିଳାଙ୍କୁ କିଛି ବାଟ ଘୋସାଡି ନେଇ ଥିଲା । ଫଳରେ ଘଟଣାସ୍ଥଳରେ ମହିଳା ଜଣଙ୍କର ମୃତ୍ୟୁ ଘଟି ଥିଲା ।

ଖବର ପାଇ ସ୍ଥାନୀୟ ଲୋକ ମାନେ ଆସିବାରୁ ଭୟରେ ଗାଡି ଚାଳକ ଗାଡି ଛାଡ଼ି ଚାଲିଯାଇଥିଲା । ସ୍ଥାନୀୟ ଲୋକମାନେ ଗାଡି ସହ ଶବ ରଖି ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଲୋକ ଜିଦିରୁ ହଟି ନଥିଲେ। ଶରଣକୁଳ ଏସ ଡି ପି ଓ ଦିପ୍ତିକାନ୍ତ ସାହୁ ଓ ତହସିଲ ଦାରଙ୍କ ବୁଝାସୁଝା କରି ରେଡ୍ କ୍ରସ ପକ୍ଷରୁ ସହାୟତା ରାଶି ମିଳିଲା ପରେ ରାସ୍ତା ଅବରୋଧ ହଟିଥିଲା ।
