ମୁମ୍ବାଇ : ନଭି ମୁମ୍ବାଇରରେ ଗୁରୁବାର ଅନୁଷ୍ଠିତ ମହିଳା ବିଶ୍ବକପ୍ ୨୦୨୫ର ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛ ଭାରତ । ଆସନ୍ତା ରବିବାର ହେବାକୁ ଥିବା ଫାଇନାଲରେ ଭାରତ ସହ ଦକ୍ଷିଣ ଆଫ୍ରିକାର ମୁକାବିଲା ହେବ । ଭାରତର ଏହି ବଡ଼ ବିଜୟର ଶ୍ରେୟ ଯାଏ ଜେମିମା ରୋଡରିଗସ୍ ଙ୍କ ନିକଟକୁ । ସେ ୧୨୭ ରନ କରି ଅପରାଜିତ ରହିବ ସହ ଭାରତୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ହରମନପ୍ରିତ କୌର ୮୯ ରନର ଏକ ଲଢୁଆ ଇନିଂସ ଖେଳିଥିଲେ । ୩୩୯ ରନର ଏକ ବଡ଼ ଟାର୍ଗେଟକୁ ଭାରତ ୪୮.୩ ଓଭରରେ ୩୪୧ ରନ କରି ସହଜରେ ବିଜୟ ହାସଲ କରିନେଇଛି । ୧୩୪ ବଲରେ ୧୨୭ ରନ କରି ପ୍ଲେଆର ଅଫ ଦି ମ୍ୟାଚ ହୋଇଛନ୍ତି ଜେମିମା ରୋଡ୍ରିଗ୍ସ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୪୯.୫ ଓଭରରେ ୩୩୮ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଫୋବେ ଲିଚଫିଲଡ୍ ୧୧୯ ରନ ଓ ଅଲିସି ପେରି ୭୭ ରନ କରିଥିଲେ । ସେହିପରି ଆସଲେ ଗାର୍ଡନର ୬୩ ରନ କରିଥିବାବେଳେ ବେଥ ମୁନି ୨୪ ରନ କରିଥିଲେ । ଭାରତ ପକ୍ଷରୁ ଶ୍ରୀଚାରନି ଓ ଦିପ୍ତି ଶର୍ମା ୨ଟି ଲେଖାଏଁ ଓ୍ବିକେଟ ନେବାରେ ସକ୍ଷମ ହୋଇ ଥିଲେ । ୩୩୯ ରନର ପିଛା କରି ଭାରତର ଖେଳ ଆରମ୍ଭ ଭଲ ନଥିଲା । ଶେଫାଲି ବର୍ମା ମାତ୍ର ୧୦ ରନ କରିଥିଲେ। ତା’ପରେ, ୧୦ମ ଓଭରରେ ସ୍ମୃତି ମନ୍ଧାନା ମାତ୍ର ୨୪ ରନ୍ କରି ୱିକେଟ ହରାଇ ଥିଲେ । ଏହା ପରେ ହରମନପ୍ରୀତ ଏବଂ ଜେମିମାଙ୍କ ମଧ୍ୟରେ ଏକ ଦୃଢ଼ ଭାଗୀଦାରି ଦଳକୁ ଆଗେଇ ନେଇଥିଲା । ଉଭୟ ୧୮ତମ ଓଭରରେ ଭାରତର ସ୍କୋରକୁ ୧୦୦ ଅତିକ୍ରମ କରାଇ ବିଜୟ ଆଶା ସଂଚାର କରିଥିଲେ । ୩୬ତମ ଓଭରରେ ଅଧିନାୟକ ହରମନପ୍ରୀତ ୮୯ ରନ କରି ଆଉଟ ହୋଇଥିଲେ। ଭାରତକୁ ତୃତୀୟ ଝଟକା ଲାଗିଥିଲା ଅଧିନାୟକ ହରମନପ୍ରୀତଙ୍କ ଆଉଟ । ହେଲେ ହରମନପ୍ରୀତ ଏବଂ ଜେମିମାଙ୍କ ମଧ୍ୟରେ ୧୬୭ ରନର ଭାଗୀଦାରି ହୋଇଥିଲା ।
ଦୀପ୍ତି ଶର୍ମା ପରେ ଏକ ଭଲ ଇନିଂସ ଖେଳିଥିଲେ କିନ୍ତୁ ୪୧ତମ ଓଭରରେ ୨୪ ରନ କରି ରନ ଆଉଟ ହୋଇଥିଲେ । ଜେମିମା ଅନ୍ୟ ପାର୍ଶ୍ୱରେ ନିଜର ସ୍ଥିତି ଜାରି ରଖି ଥିଲେ ଏବଂ ୧୧୫ ବଲ୍ରେ ଶତକ ହାସଲ କରିଥିଲେ । ୪୬ ତମ ଓଭରରେ ରିଚା ୧୬ ବଲ୍ରେ ୨୬ ରନ କରି ଆଉଟ ହୋଇଥିଲେ। ରିଚାଙ୍କ ଆଉଟ ବେଳେ ଭାରତକୁ ବିଜୟ ପାଇଁ ୨୪ ବଲ୍ରେ ୨୯ ରନ୍ର ଆବଶ୍ୟକତା ଥିଲା। ଅମନଜୋତ ଏବଂ ଜେମିମା ୪୯ ତମ ଓଭରରେ ବିଜୟ ହାସଲ କରିଥିଲେ । ଫାଇନା ମ୍ୟାଚ୍ ନଭେମ୍ବର ୨ରେ ଭାରତର-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ।
