ଭୁବନେଶ୍ବର: ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଳଇଟି ଉତ୍କଲ ହସ୍ପିଟାଲରେ ବିଶ୍ବ କିଡନୀ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥିରୁପେ ଓଡ଼ିଶାର ପ୍ରମୁଖ ଖବରକାଗଜ ସମାଜର ମୁଦ୍ରକ ଓ ପ୍ରକାଶକ, ସମ୍ପାଦକ ଗୋପବନ୍ଧୁଙ୍କ ସତ୍ୟବାଦୀ,ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ଭାରତ ଶରୀର ଓ ଅଙ୍ଗଦlନ ସମିତିର ଜାତୀୟ ସଭାପତି ଓ ସମାଜ ସେବୀ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ ଉଦବୋଧନ ଦେଇଥିଲେ ଓ ପରେ ପରେ ଆୟୋଜିତ ଓ୍ବାକାଥନକୁ ପତାକା ଦେଖାଇ ଆରମ୍ଭ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଉତ୍କଳ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଡ. ଲଲାଟ ବରୁଣ ପାତ୍ର, ଡ. ସ୍ମାରକ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ମୁଖ୍ୟ ଅତିଥି ଡ. ଆଚାର୍ଯ୍ୟ ବିଭିନ୍ନ ବର୍ଗରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ l
