• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମାତ୍ର ୩ଘଣ୍ଟାରେ କଟରାରୁ ପହଞ୍ଚିବେ ଶ୍ରୀନଗର, ଶସ୍ତାରେ ମିଳିବ ଟିକେଟ୍

by Voice of Victims
June 7, 2025
in ଦେଶ ବିଦେଶ, ମୁଖ୍ୟ ଖବର
ମାତ୍ର ୩ଘଣ୍ଟାରେ କଟରାରୁ ପହଞ୍ଚିବେ ଶ୍ରୀନଗର, ଶସ୍ତାରେ ମିଳିବ ଟିକେଟ୍

ନୂଆଦିଲ୍ଲୀ: ଗତକାଲି ବିଶ୍ବର ସର୍ବୋଚ୍ଚ ରେଲୱେ ବ୍ରିଜକୁ ଉଦ୍ଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଜମ୍ମୁ କଶ୍ମୀରର ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ଉଚ୍ଚତମ ରେଲୱେ ବ୍ରିଜ ଉଦଘାଟନ କରି ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ଏପଟେ ଆଜିଠାରୁ ଟ୍ରେନ୍ ସେବା କଟରାରୁ ଶ୍ରୀନଗରକୁ ଆରମ୍ଭ କରିଛି । ଯାତ୍ରୀଙ୍କ ସେବା ପାଇଁ ୨ଟି ଟ୍ରେନର ବ୍ୟବସ୍ଥା ରଖାଯାଇଛି । ଏହି ଟ୍ରେନରେ ଯାତ୍ରୀମାନେ ମାତ୍ର ୩ଘଣ୍ଟା ମଧ୍ୟରେ ଜମ୍ମୁକାଶ୍ମୀରରୁ ବାହାରି ଶ୍ରୀନଗରରେ ପହଞ୍ଚିବାର  ସୁବିଧା ପାଇ ପାରିବେ । ଯାହାର ସେବା ଯାତ୍ରୀଙ୍କୁ ମାତ୍ର ୬ଦିନ ପାଇଁ ଯୋଗାଇ ଦିଆଯିବ ।

ସୂଚନାନୁଯାୟୀ, ପ୍ରଥମ ଟ୍ରେନ(୨୬୪୦୧) କଟରାରୁ ଶ୍ରୀନଗର ଯାତ୍ରା ପାଇଁ ୮.୧୦ରେ ଗଡିବ । ଶ୍ରୀନଗର ଯାତ୍ରା ସମୟରେ ଟ୍ରେନଟି ବେନିହାଲରେ ୨ ମିନିଟ୍ ପାଇଁ ରହିବ । ପରେ ପ୍ରାୟ ୧୧ଟାରେ ଶ୍ରନଗରରେ ପହଞ୍ଚିବ । ଯାତ୍ରୀ ଯିବା ପାଇଁ ୨ ପ୍ରକାର ସିଟ୍ ବ୍ୟବସ୍ଥା ରହିଛି । ଏହା ଛଡା ୨ ଟି ସିଟର ମୂଲ୍ୟ ଅଲଗା ରହିଛି । ଏହି ପ୍ରଥମ ଟ୍ରେନ୍ କାରର ଭଡା ୭୧୫ ଟଙ୍କା ଥିବାବେଳେ ଅନ୍ୟ ଏକଜିକ୍ୟୁଟିଭ୍ ଚେୟାର କାରର ଭଡା ୧୩୨୦ ଟଙ୍କା ରହିଛି ।

ସେହିପରି ଦ୍ବିତୀୟ ଟ୍ରେନଟି(୨୬୪୦୩) ଦ୍ବିପ୍ରହର ୨.୫୫ରେ କଟରାରୁ ବାହାରି ଶ୍ରୀନଗରରେ ୫.୫୩ରେ ପହଞ୍ଚିବ । ଏହି ଟ୍ରେନ ସିଟର ମୂଲ୍ୟ ୬୬୦ ଟଙ୍କା ଥିବାବେଳେ ଏକଜିକ୍ୟୁଟିଭ୍ ସିଟ୍ ପାଇଁ ୧୨୭୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଯାତ୍ରୀମାନେ IRCTC ଆପ୍ ମାଧ୍ୟମରେ ଟ୍ରେନ୍ ଟିକେଟର ବୁକିଂ କରିପାରିବେ । ଏଥିପାଇଁ ପୂର୍ବରୁ ID କ୍ରିଏଟ କରି ଲଗଇନ୍ କରିବାକୁ ପଡିବ । ଏହା ସହିତ ବୁକିଂ କରିବାବେଳେ ଯାତ୍ରୀ ଧାର୍ଯ୍ୟ ହୋଇଥିବା ସମୟ ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡିବ । ବେନିହାଲ ବ୍ୟତୀତ ଟ୍ରେନଟି କେଉଁଠାରେ ମଧ୍ୟ ଅଟକିବ ନାହିଁ । ତେଣୁ ଯାତ୍ରୀଙ୍କୁ ଠିକ୍ ସମୟ ଅନୁସାରେ ଖାଇବା ଯୋଗାଇ ଦିଆଯିବ । ଯାତ୍ରଙ୍କ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋତ୍ତମ ଭାବେ ଧ୍ୟାନ ଦିଆଯିବ ।

Post Views: 34
Share197Tweet123Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In