• About Us
  • Contact Us
Monday, March 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଯୁବତୀଙ୍କୁ ଗଣ ଦୁଷ୍କର୍ମ

by Voice of Victims
August 29, 2024
in ମୁଖ୍ୟ ଖବର, ରାଜ୍ୟ
ଯୁବତୀଙ୍କୁ ଗଣ ଦୁଷ୍କର୍ମ

ପୁରୀ (ଭିଓଭି): ପଶ୍ଚିମବଙ୍ଗ ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ମାମଲା ଏବଂ କଟକ ଏସସିବି ମେଡିକାଲରେ ଡାକ୍ତରଙ୍କ ରୋଗୀଙ୍କୁ ବଳାତ୍କାର ମାମଲାର ନିଆଁ ଲୋକଙ୍କ ମନରୁ ନ ଲିଭୁଣୁ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟସ୍ଥ ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଘଟି ଯାଇଛି ପୁଣି ଏକ ଲୋମ ହର୍ଷଣକାରୀ ବଳାତ୍କାର ମାମଲା। ବସଷ୍ଟପ୍ ରୁ ଯୁବତୀଙ୍କୁ ଏକୁଟିଆ ପାଇ ଚାରିଜଣ ଦୁର୍ବୃତ୍ତ ଅପହରଣ କରି ସାରା ରାତି ଦୁଷ୍କର୍ମ କରିବା ପରେ ଅନ୍ୟତ୍ର ନେଇ ଆହୁରି ଅପରାଧ ଘଟାଇବାକୁ ଉଦ୍ୟମ କରୁଥିବା ସମୟରେ ସୁଯୋଗ ପାଇ ଯୁବତୀ ଜଣକ କୌଶଳ କ୍ରମେ ସେମାନଙ୍କ କବଳରୁ ଖସି ଆସି ପଥଚାରୀଙ୍କ ଦ୍ଵାରା ଉଦ୍ଧାର ହୋଇ ନିଜକୁ ବଞ୍ଚାଇଥିବା ଖବର ବ୍ରହ୍ମଗିରି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ଯେ, ଅରଖକୁଦା ମେରାଇନ ଥାନା ଅଞ୍ଚଳର ତେଇଶି ବର୍ଷିଆ ଜଣେ ଯୁବତୀ ପଣସପଦା ବଜାରରେ ଗୋଟିଏ କମ୍ପ୍ୟୁଟର ସେଣ୍ଟରରେ କାମ କରନ୍ତି। ସବୁଦିନ ପରି ଶୁକ୍ରବାର କାମ ସାରି ରାତି ପ୍ରାୟ ନଅଟା ବେଳେ ପୁରୀ ସାତପଡା ଜାତୀୟ ରାଜପଥ ନିଜ ଗାଁ ଛକରେ ବସରୁ ଓହ୍ଲାଇବା କ୍ଷଣି ପୂର୍ବରୁ ସେଠାରେ ଛକି ରହିଥିବା ଚାରି ଜଣ ଯୁବକ ନିଛାଟିଆର ସୁଯୋଗ ନେଇ ତାଙ୍କ ମୁହଁ ରେ ରୁମାଲ ବାନ୍ଧି ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଏକ କାର୍ ରେ ତାଙ୍କୁ ଅପହରଣ କରି ନେଇ ନିକଟସ୍ଥ ଶାହାଜାନପୁର ରାସ୍ତା ଅଞ୍ଚଳର ଜଙ୍ଗଲ ମଧ୍ୟରେ ଗୋଟିଏ ନିଛାଟିଆ ଘରେ ରଖି ସାରା ରାତି ଅତ୍ୟାଚାର କରିଥିଲେ। ଭୋର୍ ପ୍ରାୟ ଚାରିଟା ସମୟ କୁ ତାଙ୍କ ପାଟିରେ ରୁମାଲ ବାନ୍ଧି ଏକ ବୋଲେରୋ ଗାଡ଼ି ସହାୟତାରେ ମଙ୍ଗଳାଘାଟ ନିକଟରେ ଏକ ଆପାର୍ଟମେଣ୍ଟ ରେ ଆଣି ରଖିଥିଲେ। ଏହି ସମୟରେ ଅପରାଧି ମାନେ ଘର ବାହାରକୁ ଆସି ଫୋନ କରିବାରେ ବ୍ୟସ୍ତ ଥିବା ସମୟରେ ସୁଯୋଗ ପାଇ ଯୁବତୀ ଜଣକ କୌଶଳ କ୍ରମେ ସେଠାରୁ ଖସି ଆସି ପ୍ରାତଃ ଭ୍ରମଣରେ ଯାଉଥିବା ଲୋକ ମାନଙ୍କୁ ଘଟଣା ସମ୍ପର୍କରେ କହି ସେମାନଙ୍କ ମୋବାଇଲ ରୁ ଫୋନ୍ କରି ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାରେ ପରିବାର ଲୋକ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ପୋଲିସ କୁ ଜଣାଇଥିଲେ। ଚାରି ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ ଯୁବତୀ ଜଣକ ଚିହ୍ନଥିବା ପ୍ରକାଶ କରିଛନ୍ତି। ଦୁର୍ବୃତ୍ତ ଜଣକ ଅରଖକୁଦା ସାମୁଦ୍ରିକ ଥାନା ଅଞ୍ଚଳର କେଉଟ କୁଦି ଗ୍ରାମର ପ୍ରଶାନ୍ତ ଦଳାଇ ବୋଲି ଜଣା ପଡିଛି। ପ୍ରଶାନ୍ତର ଘରେ ପନ୍ଦର ବର୍ଷ ବୟସର ଗୋଟିଏ ପୁଅ ଅଛନ୍ତି ଏବଂ ସ୍ତ୍ରୀ ପ୍ରଶାନ୍ତକୁ ଛାଡି ବାପଘର ଚାଲି ଯାଇଥିବା ଜଣା ପଡିଛି। ପୀଡ଼ିତାଙ୍କ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରହିଛି। ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ପୋଲିସ ହାତରେ ଧରା ପଡି ନଥିବା ଜଣା ପଡିଛି।

Post Views: 26
Share200Tweet125Send
Voice of Victims

Voice of Victims

Recent Posts

  • Weekly News Paper (March 30 – April 05)
  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In