• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମୋହନ ସରକାରଙ୍କ ରାଜ୍ୟସ୍ତରୀୟ ବର୍ଷପୂର୍ତ୍ତି : କାଲି ପ୍ରଧାନମନ୍ତ୍ରୀ ଭେଟି ଦେବେ ବଡ଼ ଉପହାର

by Voice of Victims
June 19, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ମୋହନ ସରକାରଙ୍କ ରାଜ୍ୟସ୍ତରୀୟ ବର୍ଷପୂର୍ତ୍ତି : କାଲି ପ୍ରଧାନମନ୍ତ୍ରୀ ଭେଟି ଦେବେ ବଡ଼ ଉପହାର

ଭୁବନେଶ୍ୱର: ମୋଦୀ ଗ୍ୟାରେଣ୍ଟିରେ ଓଡ଼ିଶା ରାଜ୍ୟ ରାଜନୀତିରେ ହୋଇଥିଲା ପଟ୍ଟ ପରିବର୍ତ୍ତନ । ଆସନ୍ତାକାଲି ମୋହନ ସରକାରଙ୍କ ରାଜ୍ୟସ୍ତରୀୟ ବର୍ଷପୂର୍ତ୍ତି ଉତ୍ସବ । ଏଥିରେ ଯୋଗ ଦେବାକୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ୱର ଜନତା ମୈଦାନରୁ ରାଜ୍ୟବାସୀଙ୍କୁ ଭେଟି ଦେବେ ବଡ଼ ଉପହାର । ମୋଦୀଙ୍କ ଆଗମନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବର୍ଷପୂର୍ତ୍ତି ଉତ୍ସବରେ ଜନତା ମୈଦାନରୁ ପ୍ରାୟ ୧୯ ହଜାର କୋଟିର ଶତାଧିକ ପ୍ରକଳ୍ପ ରାଜ୍ୟବାସୀଙ୍କୁ ଭେଟିଦେବେ ମୋଦୀ । ଯୋଜନା ଅନୁସାରେ ମୋଦୀ ଦେବେ ଏକାଧିକ ଭେଟି । ଆୟୁଷ୍ମାନ ବୟୋବନ୍ଦନା କାର୍ଡ଼ ବଣ୍ଟନ, ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ, ଭିଜନ୍ ଓଡ଼ିଶା- ୨୦୩୬ର ଉନ୍ମୋଚନ, ବିଭିନ୍ନ ବିଭାଗର ଶତାଧିକ ପ୍ରକଳ୍ପ ଲୋକାର୍ପଣ ଓ ଉଦ୍‌ଘାଟନ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଅନ୍‌ଲାଇନ୍‌ ହୁଣ୍ଡି ବ୍ୟବସ୍ଥା କରିବା ସହ ଲକ୍ଷପତି ଦିଦିମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥାବାର୍ତ୍ତା କାର୍ଯ୍ୟକ୍ରମ ରହିଛି ।  

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କାରକେଡ୍‌ ରିହର୍ସାଲ କରିଛି କମିସନରେଟ୍‌ ପୁଲିସ । ଭୁବନେଶ୍ୱର ବିମାନବନ୍ଦରରୁ ଜନତା ମୈଦାନ ଯାଏଁ କାରକେଡ୍‌ ଅଭ୍ୟାସ କରାଯାଇଛି । ଶୁକ୍ରବାର ଅପରାହ୍ନ ୩ଟା ୪୦ରେ ମୋଦୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଜନତା ମୈଦାନ ଯାଏଁ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ । ଏହା ମଧ୍ୟରେ ୨୮ ଟି ସ୍ଥାନରେ ଓଡ଼ିଆ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ । କ୍ଷମତାରେ ରହିବାର ଗୋଟିଏ ବର୍ଷ ମଧ୍ୟରେ କିଭଳି ଏକାଧିକ ଉପଲବ୍ଧି ହାସଲ କରିଛନ୍ତି ବିଜେପି ସରକାର ଏହାକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଯୋଜନା କରାଯାଇଛି । ହେଲେ ମୋହନଙ୍କୁ ମୋଦୀଙ୍କ ସାର୍ଟିଫିକେଟ୍ ଯେତିକି ଗୁରୁତ୍ୱପୂର୍ଣ୍ଣ ହେବ ଆଗାମୀ ବର୍ଷ ପାଇଁ ଲୋକଙ୍କ ଭରସା ଅତୁଟ ରଖିବା ରାଜ୍ୟ ୟୁନିଟ୍ ପାଇଁ ହେବ ସେତିକି ଆହ୍ୱାନପୂର୍ଣ୍ଣ ।

Post Views: 417
Share198Tweet124Send
Voice of Victims

Voice of Victims

Recent Posts

  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା
  • ରାଜ୍ୟରେ ଅସମ୍ଭାଳ ଖରା, ଏବେଠୁ ଅଧିକାଂଶ ସହରରେ ୪୦ ଡିଗ୍ରୀ ଛୁଇଁଲାଣି ତାତି
  • ଅବକାରୀ ବିଭାଗର ନୂଆ ଗାଇଡଲାଇନ, ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ
  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In