• About Us
  • Contact Us
Thursday, August 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home କ୍ରୀଡା

ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି

by Voice of Victims
April 3, 2026
in କ୍ରୀଡା, ଦେଶ ବିଦେଶ, ମୁଖ୍ୟ ଖବର
ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି

କେରଳ : ଆର୍ଜେଣ୍ଟିନା ଫୁଟବଲ ଟିମ ଏବଂ ଷ୍ଟାର ଖେଳାଳି ଲିଓନେଲ ମେସିଙ୍କୁ ନେଇ ଅଭିଯୋଗ ଆସିଛି । କେରଳ ଖେଳମନ୍ତ୍ରୀ ଅବ୍ଦୁରହିମାନ ଆର୍ଜେଣ୍ଟିନା ଫୁଟବଲ ଟିମ୍ ଏବଂ ଲିଓନେଲ ମେସି ଦେଇଥିବା କଥା ରଖିନଥିବାର ଅଭିଯୋଗ ହୋଇଛି । ୨୫୦ କୋଟି ଟଙ୍କାର ବ୍ୟବସ୍ଥା ପରେ ମଧ୍ୟ ଟିମ୍ ମ୍ୟାଚ ଖେଳିବାକୁ ଆସିନଥିବା ଅଭିଯୋଗ ହୋଇଛି ।

ଏବେ ବିଶ୍ବାସଘାତକତା ଏବଂ ଆଇନତ କାର୍ଯ୍ୟାନୁଷ୍ଠାନ କରି କ୍ଷତିପୂରଣ ଦାବି କରାଯିବ ବୋଲି କୁହାଯାଇଛି । ମନ୍ତ୍ରୀ କହିଛନ୍ତି, ଟିମ ମ୍ୟାଚ ଖେଳିବାକୁ କଥା ଦେଇଥିବା ବେଳେ ପଇସା ନେଇଛି । ହେଲେ ଆସିବାକୁ ମନା କରିଦେଇଛି । ଆର୍ଜେଣ୍ଟିନା ଟିମ୍ କେରଳ ଆସି ମ୍ୟାଚ୍ ଖେଳିବାର ଥିଲା । ଏଥିପାଇଁ ଅନେକ ଥର ବୈଠକ ହୋଇ ଆଲୋଚନା କରାଯାଇଛି । ଏଥିପାଇଁ ସରକାର ସ୍ପନସର ଏକାଠି କରିବାକୁ କଠିନ ପରିଶ୍ରମ କରିଛନ୍ତି । ଏହି ଟିମ ପାଇଁ ପାଖାପାଖି ୨୫୦ କୋଟି ଟଙ୍କାର ବ୍ୟବସ୍ଥା କରିବା ସହଜ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।

ସରକାର ସମସ୍ତ ପ୍ରସ୍ତୁତି କରିସାରିଥିବା ବେଳେ ଟିମ ପଇସା ନେଇ ମଧ୍ୟ ଖେଳିବାକୁ ଆସିନାହିଁ । ଆମ ସହିତ ବିଶ୍ବାସଘାତକତା ହୋଇଛି । ଯାହା ଆମେ କେବ ଆଶା କରିନଥିବା କଥା କହିଛନ୍ତି ମନ୍ତ୍ରୀ । ତେବେ ଆର୍ଜେଣ୍ଟିନା ଟିମ୍ ଏଭଳି ଅନ୍ୟ ୫ଟି ଦେଶ ସହିତ କରିଛି । ପଇସା ନେଇଛି କିନ୍ତୁ ଖେଳିବାକୁ ଆସିନାହିଁ । ତେଣୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ କରାଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ସମଗ୍ର ଘଟଣାକୁ ନେଇ ନିରାଶ ହେବା ସହିତ ଦୁଃଖ ପ୍ରକାଶ କରିଛନ୍ତି । କେରଳ ଫୁଟବଲ ପ୍ରେମୀଙ୍କୁ ବଡ଼ ଝଟକା ଲାଗିଛି ବୋଲି ସେ କହିଛନ୍ତି । ଗତବର୍ଷ ନଭେମ୍ବରରେ ଘୋଷଣା ହୋଇଥିଲା କି, ଆର୍ଜେଣ୍ଟିନା ଟିମ୍ ଏବଂ ଲିଓନେଲ ମେସି ମାର୍ଚ୍ଚରେ କେରଳ ଆସିବେ ।

Post Views: 57
Share199Tweet125Send
Voice of Victims

Voice of Victims

Recent Posts

  • ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା
  • ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
  • ପୁରୀ ମୁନିସିପାଲିଟି ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ସତର୍କତା: ଗୋଟିଏ ଦିନ ପାଇଁ କଡା ନିର୍ଦ୍ଦେଶ ଜାରି କଲେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ
  • ମହିଳାଙ୍କୁ ମିଳିବ ସୁନା କଏନ, ପିଲାଙ୍କୁ ମିଳିବ ୫ ଲକ୍ଷର AI ସ୍କିଲ୍ ଟ୍ରେନିଂ
  • ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ବିଧାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In