• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଉରକେଲାରେ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୬’ର ରୌପ୍ୟ ଜୟନ୍ତୀ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

by Voice of Victims
January 28, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରାଉରକେଲାରେ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୬’ର ରୌପ୍ୟ ଜୟନ୍ତୀ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଉରକେଲାରେ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୬’ର ରୌପ୍ୟ ଜୟନ୍ତୀ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଓଡ଼ିଶାର ଶିଳ୍ପ ବିକାଶ ପାଇଁ ଏକ ନୂଆ ଦିଗ୍ ଦର୍ଶନ ଦେଇଛନ୍ତି ।  ପଶ୍ଚିମ ଓଡ଼ିଶାକୁ ରାଜ୍ୟ ଅର୍ଥନୀତିର ମୁଖ୍ୟ ଚାଳକ କହିବା ସହ ସେ ଅନେକ ବଡ଼ ଘୋଷଣା କରିଛନ୍ତି ।  କାର୍ଯ୍ୟକ୍ରମରେ ୪୩ ହଜାର ୩୪୯ କୋଟି ଟଙ୍କାର ୨୨ଟି MOU ସ୍ୱାକ୍ଷର କରାଯାଇଛି ।

ମୁଖ୍ୟମନ୍ତ୍ରୀ ୮ ହଜାର ୮ଶହ ୮୪ କୋଟି ଟଙ୍କାର ୨୦ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହାଦ୍ୱାରା ୬ ହଜାର ୮ଶହ ୩୨ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମୋଟ ୫୨ହଜାର୨୬ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି ।  ଯାହା ୨୦ହଜାର ୪ଶହ ୨୭ଟି ନୂଆ ଚାକିରି ସୁଯୋଗ ସୃଷ୍ଟି କରିବ ।

ଢେଙ୍କାନାଳରେ ଏକ ବଡ଼ ପ୍ରକଳ୍ପ ପାଇଁ ବେଦାନ୍ତ ଆଲୁମିନିୟମକୁ ପ୍ରାୟ ୧,୪୪୭ ଏକର ଜମିର କାଗଜପତ୍ର ମୁଖ୍ୟମନ୍ତ୍ରୀ ହସ୍ତାନ୍ତର କରିଛନ୍ତି ।  ଛୋଟ ଓ ମଧ୍ୟମ ଶିଳ୍ପ (MSME) କୁ ପ୍ରୋତ୍ସାହନ ଦେଇ ରାଜ୍ୟରୁ ଯୁବକମାନଙ୍କ ପଳାୟନ ରୋକିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଏବଂ ବିଶ୍ୱର ଶ୍ରେଷ୍ଠ ଶିଳ୍ପ କେନ୍ଦ୍ର ସହ ପ୍ରତିଯୋଗିତା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।  ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍, ସେଲ୍ (SAIL), ଜେଏସଡବ୍ଲୁ (JSW) ଓ ବେଦାନ୍ତ ଭଳି ବଡ଼ କମ୍ପାନୀର ମୁଖ୍ୟମାନେ ଯୋଗ ଦେଇଥିଲେ ।

Post Views: 18
Share198Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In