• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର

by Voice of Victims
March 23, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର

ଭୁବନେଶ୍ୱର : ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ବିଧାନସଭା ବାଚସ୍ପତିଙ୍କ ନିକଟରେ ଦରଖାସ୍ତ କରିପାରେ ବିଜେଡି । ସଭ୍ୟପଦ ରଦ୍ଦ ହେବ କି ନାହିଁ ତାହା ବାଚସ୍ପତିଙ୍କ ଉପରେ ନିର୍ଭର କରେ । ପୂର୍ବରୁ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟ୍ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେବାର ନଜିର ରହିଛି । ହିମାଚଳ ପ୍ରଦେଶରେ ୨୦୨୪ରେ ୬ କଂଗ୍ରେସ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ଇସ୍ତଫା ଦେଇଥିଲେ । ଦଳୀୟ ନିର୍ଦ୍ଦେଶ ଅମାନ୍ୟ କରି ବିଜେପିକୁ ଭୋଟ୍ ଦେଇଥିଲେ। ହିମାଚଳ ପ୍ରଦେଶରେ ୨୦୨୪ ଫେବ୍ରୁଆରିରେ କଂଗ୍ରେସ ଦଳର ୬ ଜଣ ବିଧାୟକଙ୍କୁ ବିଧାନସଭାରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ।

ଏହି ବିଧାୟକମାନେ ରାଜ୍ୟସଭା ନିର୍ବାଚନ ସମୟରେ ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ନଦେଇ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ଏହାସହ ସେମାନେ ଦଳର ନିର୍ଦ୍ଦେଶ ମାନି ନଥିଲେ । ବିଧାନସଭା ବାଚସ୍ପତି କୁଲଦୀପ ସିଂ ପଠାନିଆ ସମ୍ବିଧାନର ଦଶମ ଅନୁସୂଚୀ (Anti-defection law) ଅନୁଯାୟୀ ଏହି ପଦକ୍ଷେପ ନେଇଥିଲେ । ଦଳୀୟ ନିର୍ଦ୍ଦେଶ ନମାନିବା ଦ୍ୱାରା ସେମାନେ ସ୍ୱଇଚ୍ଛାରେ ଦଳ ଛାଡ଼ିଥିବା ଭଳି ବିବେଚନା କରାଯାଉଛି ବୋଲି ସେ କହିଥିଲେ । ୨୦୨୪ ଫେବୃଆରୀରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଏହି ୬ ବିଧାୟକ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କୁ ଭୋଟ୍ ଦେଇଥିଲେ । ଯାହାଫଳରେ ଶାସକ କଂଗ୍ରେସ ଦଳ ଅଡୁଆରେ ପଡ଼ିଥିଲା। ଅଯୋଗ୍ୟ ଘୋଷିତ ହେବା ପରେ ଏହି ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଇନଗତ ଲଢ଼େଇ ଚାଲିଥିବା ବେଳେ ଏହି ୬ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ ।

Post Views: 30
Share199Tweet124Send
Voice of Victims

Voice of Victims

Recent Posts

  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ
  • ନାବାଳକଙ୍କୁ ଥାନାରେ ଅଟକ ମାମଲାରେ ଭଦ୍ରକ ଏସ୍‌ପିଙ୍କୁ ହାଜର ନିର୍ଦେଶ ଦେଲେ ହାଇ କୋର୍ଟ
  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In