• About Us
  • Contact Us
Wednesday, November 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୋଆରେ ଶୋକସଭା: ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

by Voice of Victims
November 3, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସୋଆରେ ଶୋକସଭା: ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ନଭେମ୍ବର ୩: ଭାରତର ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ମଙ୍ଗଳବାର ଦିନ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିସରରେ ଆୟୋଜିତ ଦୁଇଟି ପୃଥକ୍ ଶୋକସଭାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସୋମବାର ନୂଆଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ପ୍ରଫେସର (ଡାକ୍ତର) ମହାପାତ୍ର ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଦୁଇ ବର୍ଷ ଧରି ସୋଆର କୁଳପତି ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ବିଶ୍ୱବିଦ୍ୟାଳୟର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଭାବେ ମାଗଦର୍ଶର୍ନ ଜାରି ରଖିଥିଲେ । ସେ କିଛି ଦିନ ହେବ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ ଥିଲେ ।

ସ୍ନାୟୁଶଲ୍ୟ ଚିକିତ୍ସା କ୍ଷେତ୍ରରେ ଜଣେ ପ୍ରଖ୍ୟାତ ବିଶେଷଜ୍ଞ ଭାବେ ସେ ଦୀର୍ଘବର୍ଷ ଧରି ନୂଆଦିଲ୍ଲୀ ଏମ୍ସର ସ୍ନାୟୁଶଲ୍ୟ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଏଥିସହ ସେ ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଏବଂ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ସ୍ନାତକୋତର ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ସୋଆରେ ଆୟୋଜିତ ଶୋକସଭାରେ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଫେସର ମହାପାତ୍ରଙ୍କ ସହ ବିଶ୍ୱବିଦ୍ୟାଳୟର ଦୀର୍ଘଦିନର ସଂପର୍କ ଏବଂ ଚିକିତ୍ସା ବିଜ୍ଞାନ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ । ସୋଆର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ତାଙ୍କର ଉଦ୍ୟମ ଓ ଉତ୍କର୍ଷ ପ୍ରତି ନିଷ୍ଠାକୁ ସେ ଉଲ୍ଲେଖ କରିଥିଲେ ।

ଏହି ଶୋକସଭାରେ ସୋଆର ଆନ୍ତର୍ଜାତିକ ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଉପକୁଳପତି ପ୍ରଫେସର (ଡାକ୍ତର) ନୀତା ମହାନ୍ତି, ପ୍ରଫେସର (ଡାକ୍ତର) ପ୍ରସେନଜିତ ମହାନ୍ତି, ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଓ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ଡିନ୍‌, ନିର୍ଦ୍ଦେଶକ, ଅଧ୍ୟାପକ, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ସେହିପରି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ମଧ୍ୟ ଏକ ପୃଥକ୍ ଶୋକସଭା ଆୟୋଜନ କରାଯାଇଥିଲା । ଅବସର ଗ୍ରହଣ ପରେ ମଧ୍ୟ ପ୍ରଫେସର ମହାପାତ୍ରଙ୍କର ଏହି ହସ୍ପିଟାଲ ସହ ଗଭୀର ସଂପର୍କ ରହିଥିଲା । ଏହି ଶୋକସଭାରେ ଉପସ୍ଥିତ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ତାଙ୍କ ସହ ଥିବା ସ୍ମୃତିଚାରଣ କରିବା ସହ ହସ୍ପିଟାଲର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏବଂ ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଶୋକସଭାରେ ଉପସ୍ଥିତ ସମସ୍ତଙ୍କ ସହ ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶୋକସଭାରେ ଉପସ୍ଥିତ ବ୍ୟକ୍ତିବିଶେଷମାନେ ପ୍ରଫେସର ମହାପାତ୍ରଙ୍କ ସମୟାନୁବର୍ତିତା, ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରାଚୀନ ଭାରତୀୟ ଜ୍ଞାନ ପରଂପରାର ଉପଯୋଗିତା ପ୍ରତି ତାଙ୍କର ଗଭୀର ଆଗ୍ରହକୁ ସ୍ମରଣ କରିଥିଲେ । ଜଣେ ବିଶିଷ୍ଟ ଚିକିତ୍ସକ, ଶିକ୍ଷାବିତ୍ ଓ ମାର୍ଗଦର୍ଶକ ଭାବେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ ।

Post Views: 24
Share199Tweet124Send
Voice of Victims

Voice of Victims

Recent Posts

  • ହିମନ୍ତ ସରକାର ଆଣିଲେ ନୂଆ ନିୟମ, ବହୁବିବାହ କଲେ ଚାକିରିରୁ ଛୁଟି
  • ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କ ଦଳକୁ ବଡ଼ ଝଟକା, ହାରିଲା ରିପବ୍ଲିକାନ୍ ପାର୍ଟି
  • ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ଜଗା ଦର୍ଶନ ବନ୍ଦ
  • ରାଜଧାନୀରେ ଚାଞ୍ଚଲ୍ୟ, ପାର୍କରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
  • ସୋଆରେ ଶୋକସଭା: ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In