• About Us
  • Contact Us
Thursday, October 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

by Voice of Victims
October 8, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

ଇଣ୍ଡି ମେଣ୍ଟ ପକ୍ଷରୁ ଆଜି ୧୨Odisha Bandh ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ । ୪ ଦଫା ଦାବି ନେଇ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି । ଏମ୍ଏମ୍‌ଡିଆର୍ ଆଇନ ରଦ୍ଦ, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ରିଲିଫ୍ ଓ ପୁନର୍ବାସ ସହାୟତା ଯୋଗାଇବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।

ସମସ୍ତ ଅତ୍ୟାବଶ୍ୟକ ସେବା ଏବଂ ପରୀକ୍ଷାର୍ଥୀଙ୍କୁ ବାଦ୍ ଦେଇ ସବୁ ବନ୍ଦ ରହିବ । ଓଡ଼ିଶା ବନ୍ଦକୁ ସମର୍ଥନ କରିବାକୁ ମିଳିତ ବିରୋଧୀ ଦଳ ପକ୍ଷରୁ ରାଜ୍ୟବାସୀଙ୍କୁ ଅପିଲ୍ କରାଯାଇଛି ।

ବନ୍ଦ ସମୟରେ ରାଜପଥ, ଜାତୀୟ ରାଜପଥ, ରେଳ ଷ୍ଟେସନ ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ପର୍ଯ୍ୟାପ୍ତ ପୋଲିସ ମୁତୟନ ସହ ପାଟ୍ରୋଲିଂ ବୃଦ୍ଧି କରାଯାଇଛି । ଅନ୍ୟପଟେ ବନ୍ଦ ଯୋଗୁ ବସ, ଅଟୋ ଚଳାଚଳ ସହ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଯାତ୍ରୀମାନେ ନାନା ଅସୁବିଧାରେ ପଡ଼ିଛନ୍ତି।

କଂଗ୍ରେସ ନେତୃତ୍ୱରେ ପରିଚାଳିତ ଏହି ଆନ୍ଦୋଳନରେ ସିପିଆଇ , ସିପିଆଇ-ଏମ୍ , ସିପିଆଇ-ଏମଏଲ୍, ଫରୱାର୍ଡ ବ୍ଲକ୍, ଏସପି , ଏନସିପି , ଆରଜେଡି ଏବଂ ଜେଏମଏମ ଭଳି ଦଳଗୁଡ଼ିକ ସାମିଲ ଅଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ରାଲି, ବିକ୍ଷୋଭ, ପିକେଟିଂ ଓ ଧାରଣା ଦେବା ପାଇଁ ସମର୍ଥକମାନଙ୍କୁ ନିବେଦନ କରାଯାଇଛି।

Post Views: 23
Share198Tweet124Send
Voice of Victims

Voice of Victims

Recent Posts

  • ଆଜି ଭାରତୀୟ ବାୟୁସେନା ଦିବସ, ୯୪ତମ ପ୍ରତିଷ୍ଠା ଦିବସ ପାଳୁଛି IAF
  • ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ପରଲୋକ, ୭୫ ବର୍ଷରେ ଦେହାନ୍ତ
  • ଏସିବିସିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି : ଗଠନ ହେବ କମିଶନ
  • ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ
  • ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଟିମ୍ ଇଣ୍ଡିଆ’ ର ଟେଷ୍ଟ ଦଳ ଘୋଷିତ: ଧ୍ରୁବ ଜୁରେଲଙ୍କୁ ଅଧିନାୟକ ନିଯୁକ୍ତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In