• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଦାମନଯୋଡି-ବାଇଗୁଡ଼ା ମଧ୍ୟରେ 14.6 କିମି ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟକ୍ଷମ

by Voice of Victims
January 10, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଦାମନଯୋଡି-ବାଇଗୁଡ଼ା ମଧ୍ୟରେ 14.6 କିମି ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟକ୍ଷମ

ଭୁବନେଶ୍ଵର: କୋରାପୁଟ-ସିଙ୍ଗାପୁର ରୋଡ (ରାୟଗଡା) ଦୋହରୀକରଣ ରେଳ ଲାଇନ ପ୍ରକଳ୍ପର ଦାମନଯୋଡି ଏବଂ ବାଇଗୁଡା ଦୋହରୀକରଣ କାର୍ଯ୍ୟ ମଧ୍ୟରେ 14.60 କିଲୋମିଟରର ନୂତନ ଭାବେ ନିର୍ମିତ ଦୋହରି ବ୍ରଡ ଗେଜ ରେଳ ଲାଇନ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଛି। କମିଶନର୍ ରେଲୱେ ସୁରକ୍ଷା/ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ଏହି ନୂତନ ଭାବେ ନିର୍ମିତ ରେଳ ଲାଇନକୁ 7 ଜାନୁଆରୀ 2024 ରେ ନୀରିକ୍ଷଣ କରି ରେଳ ସେକ୍ସନରେ ଟ୍ରେନ ଚଳାଚଳ କାର୍ଯ୍ୟକାରିତା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପର ସଂପୂର୍ଣ୍ଣ ରେଳ ସେକ୍ସନ ବର୍ତ୍ତମାନ ଟ୍ରେନ୍ ଟ୍ରାଫିକ୍ ପାଇଁ ବ୍ୟବହାର କରାଯାଇଛି। ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) 7 ଜାନୁଆରୀ, 2024 ରେ ନୂତନ ଭାବେ ନିର୍ମିତ ଦୋହରୀକରଣ ରେଳ ଲାଇନକୁ ଯାଞ୍ଚ କରି 164 କିଲୋମିଟର ଲମ୍ବା କୋରାପୁଟ-ସିଙ୍ଗାପୁର ରୋଡ୍ (ରାୟାଗଡା) ଦୋହରୀକରଣ ପ୍ରକଳ୍ପର 14.60 କିଲୋମିଟର ବିଭାଗକୁ କାର୍ଯ୍ୟକ୍ଷମ କରିବାକୁ ଅନୁମତି ଦେଇଛନ୍ତି। ରେଳ ଟ୍ରାକ୍, ସିଗନାଲିଂ ସିଷ୍ଟମ୍ ଏବଂ ବ୍ରିଜଗୁଡିକର ସୁରକ୍ଷା ସମ୍ବନ୍ଧୀୟ ପ୍ରତ୍ୟକ ନିରାପତ୍ତା କ୍ଷେତ୍ରରେ ମୂଲ୍ୟାଙ୍କନ କରାଯାଇ ଚଳାଚଳ ସକ୍ଷମ ଘୋଷିତ କରାଯାଇଅଛି। ପୂର୍ବ ତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଏ.ଜି.ଶ୍ରୀନିବାସ ଓ ୱାଲଟିୟର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ସୌରଭ ପ୍ରକାଶଙ୍କ ସହିତ ଅନ୍ୟ ବରିଷ୍ଠ ରେଳ ଅଧିକାରୀଙ୍କ ଏକ ଟିମ୍ ଯାଞ୍ଚ ସମୟରେ ସିଆରଏସ ଙ୍କୁ ଏହି ନିରୀକ୍ଷଣ ସମୟରେ ସହାୟତା କରିଥିଲେ।
ମୋଟାମୋଟି ଭାବେ, 164.5 କିଲୋମିଟରରୁ 33.50 କିଲୋମିଟର ରେଳ ଲାଇନ କାମ କାର୍ଯ୍ୟକ୍ଷମ ହୋଇଛି। ଗତ ଆର୍ଥିକ ବର୍ଷରେ କୋରାପୁଟରୁ ଦାମନଯୋଡି ପର୍ଯ୍ୟନ୍ତ 18.9 କିଲୋମିଟର ଦୋହରୀକରଣ କାର୍ଯ୍ୟ କାର୍ଯ୍ୟକ୍ଷମ ହୋଇଥିଲା। ପରବର୍ତ୍ତୀ ଯୋଜନାଗୁଡ଼ିକରେ ଚଳିତ ବର୍ଷ ଲକ୍ଷ୍ମୀପୁରରୁ ଟିକିରି ପର୍ଯ୍ୟନ୍ତ 21.75 କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗ କାର୍ଯ୍ୟକ୍ଷମ ପାଇଁ ଆଶା କରାଯାଉଅଛି। ପାହାଡ ଏବଂ ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ ଭାଲୁମୁସ୍କା ଠାରୁ ଟିକିରି ମଧ୍ୟରେ 45.86 କିଲୋମିଟର ଦୋହରୀକରଣ କାର୍ଯ୍ୟ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି। ପ୍ରକଳ୍ପର ବିଭିନ୍ନ ସେକ୍ସନ ମଧ୍ୟରେ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଦୋହରୀକରଣ କାର୍ଯ୍ୟ ମଧ୍ୟ ଚାଲୁ ରହିଛି। ସୁଦୂର ଏବଂ ପାହାଡ଼ିଆ ଅଞ୍ଚଳରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସମ୍ମୁଖୀନ ହେବା ସତ୍ତ୍ୱେ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରେଳବାଇ ଯୁଦ୍ଧକାଳୀନ ଭିତ୍ତିରେ ରେଳ ମାର୍ଗ ନିର୍ମାଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ପୂର୍ବ ତଟ ରେଳପଥର ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ କୋରାପୁଟ-ସିଙ୍ଗାପୁର ରୋଡ (ରାୟଗଡା) ରେଳ ଲାଇନର ଦୋହରୀକରଣ ପ୍ରକଳ୍ପର ଧାର୍ଯ୍ୟ ସମୟରେ ସମାପ୍ତ ହେବା ପାଇଁ ଆହ୍ୱାନକୁ ଦୂର କରିବା ପାଇଁ ପ୍ରୟାସ କରାଯାଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଏହି ପ୍ରକଳ୍ପର ଅଗ୍ରଗତି ଉପରେ ସକ୍ରିୟ ନଜର ରଖିଛନ୍ତି। କୋରାପୁଟ-ରାୟଗଡା ରେଳ ଲାଇନ ଦୋହରୀକରଣ ପ୍ରକଳ୍ପର ଶୀଘ୍ର ସମାପ୍ତ ହେବା ନିଶ୍ଚିତ କରିବାକୁ ମନ୍ତ୍ରଣାଳୟ ପ୍ରାଥମିକତା ଦେଇଛି। ଚାଲୁ ରହିଥିବା ପ୍ରକଳ୍ପର ସ୍ଥିତି ସମୀକ୍ଷା କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିବାବେଳେ ରେଳ ବୋର୍ଡ ଦ୍ୱାରା ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଅବଶିଷ୍ଟ ଅଂଶ ସମ୍ପୂର୍ଣ୍ଣ କରିବାକୁ କହିଛନ୍ତି।

Post Views: 39
Share199Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In