• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସିଏଏରେ ୧୪ ଜଣଙ୍କୁ ମିଳିଲା ଭାରତର ନାଗରିକତା ପ୍ରମାଣପତ୍ର

by Voice of Victims
May 16, 2024
in ଦେଶ ବିଦେଶ, ମୁଖ୍ୟ ଖବର
ସିଏଏରେ ୧୪ ଜଣଙ୍କୁ ମିଳିଲା ଭାରତର ନାଗରିକତା ପ୍ରମାଣପତ୍ର

ନୂଆଦିଲ୍ଲୀ: ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବାର ପ୍ରାୟ ୨ ମାସ ପରେ ଆଜି ପ୍ରଥମ ପର୍ୟ୍ୟାୟରେ ୧୪ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ଦିଆଯାଇଛି। ଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ସେମାନଙ୍କୁ ଭାରତର ନାଗରିକତା ପ୍ରମାଣପତ୍ର ପ୍ରଦାନ କରିବା ସହିତ ସିଏଏରେ ଥିବା ପ୍ରମୁଖ କଥାଗୁଡ଼ିକ ସଂପର୍କରେ ଅବଗତ କରାଇଥିଲେ। ଏହା ସହିତ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ନିର୍ୟାତିତ ହୋଇ ଭାରତରେ ଆସି ଶରଣାର୍ଥୀ ଭାବେ ଜୀବନ କାଟୁଥିବା ଅଣ-ମୁସଲିମଙ୍କୁ ନାଗରିକତା ପ୍ରଦାନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।  ୫ ବର୍ଷ ତଳେ ଅର୍ଥାତ ୨୦୧୯ରେ ସିଏଏ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଥିଲା। ତେବେ ଏଥିରେ କ’ଣ ସବୁ ନିୟମ ରହିବ, ସେକଥା କେନ୍ଦ୍ର ସରକାର ପ୍ରସ୍ତୁତ କରି ନଥିଲେ। ସେସବୁ ପ୍ରସ୍ତୁତ ହୋଇଯିବା ପରେ ଗତ ମାର୍ଚ୍ଚ ମାସରେ ୧୧ ତାରିଖରେ ଏହାକୁ କାର୍ୟ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହି ସଂଶୋଧିତ ଆଇନ ଅନୁସାରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ନିର୍ୟାତନା ସହି ନ ପାରି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଅଣ-ମୁସଲିମଙ୍କୁ ତତ୍କାଳ ବା ଫାଷ୍ଟଟ୍ରାକ ନିୟମ ଆଧାରରେ ଭାରତର ନାଗରିକତା ପ୍ରଦାନ କରାଯିବ।୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ବିନା ଦସ୍ତାବିଜରେ ଭାରତ ଆସି ରହୁଥିବା ଅଣ-ମୁସଲିମଙ୍କ ନାଗରିକତା ଆବେଦନ ଯୋଗ୍ୟତା ଅବଧିକୁ ସିଏଏରେ ୧୧ ବର୍ଷରୁ ହଟାଇ ୫ ବର୍ଷ କରି ଦିଆଯାଇଛି।

Post Views: 23
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In