• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପ୍ରଥମ ସୂର୍ଯ୍ୟ ପଟ୍ଟନାୟକ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ଜଟଣୀକୁ ହରାଇ ପୁରୀ ପାୟୋନିୟର୍ସ ଚମ୍ପିୟାନ

by Voice of Victims
January 25, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ପ୍ରଥମ ସୂର୍ଯ୍ୟ ପଟ୍ଟନାୟକ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ଜଟଣୀକୁ ହରାଇ ପୁରୀ ପାୟୋନିୟର୍ସ ଚମ୍ପିୟାନ

ସତ୍ୟବାଦୀ: ୨୫-୦୧-୨୦୨୬ ପଞ୍ଚସଖା ମେମୋରିଆଲ କ୍ଲବ ଦ୍ବାରା ଆୟୋଜିତ ୨୯ତମ ପଞ୍ଚସଖା ଓ ପ୍ରଥମ ସୂର୍ଯ୍ୟ ପଟ୍ଟନାୟକ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଉଦଯାପନୀ ଦିବସରେ ଜଟଣୀ କ୍ରିକେଟ ଆସୋସିଏସନ୍ ଓ ପୁରୀ ପାୟୋନିୟର୍ସ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ପୁରୀ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୨୫ ଓଭରରେ ବିଶାଳ ରଞ୍ଜନ ଜେନାଙ୍କର ୭୯, ଦେବାଶିଷ ଦାସ ୫୦ ଓ ମୟଙ୍କ ପଟ୍ଟନାୟକଙ୍କ ୪୬ ରନ ସହାୟତାରେ ୨୬୧ରନ ସଂଗ୍ରହ କରିଥିଲେ ଜବାବରେ ଜଟଣୀ ଦଳ ୨୩୦ ରନ କରିଥିଲେ। ପୁରୀ ପାୟୋନିୟର୍ସ ଦଳ ୩୧ରନରେ ବିଜୟ ହାସଲ କରି ପ୍ରଥମ ସୂର୍ଯ୍ୟ ପଟ୍ଟନାୟକ ମେମୋରିଆଲ କପ୍ ହାସଲ କରିଥିଲେ। ଆଜିର ମ୍ୟାଚ୍ କୁ ଦେବ ମିଶ୍ର ଓ ସତ୍ୟ ସାଗର ଦାଶ ପରିଚାଳନା କରିଥିଲେ।

ଖେଳ ଶେଷରେ ପୁରୀ ଏକାଦଶର ମହେଶ ପ୍ରଧାନଙ୍କୁ ତାଙ୍କର ଆକର୍ଷଣୀୟ ବୋଲିଂ (୫-୩୨-୪) ପ୍ରଦର୍ଶନ ପାଇଁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ପୁରସ୍କାର ଓ ସେଇ ପୁରୀ ପାୟୋନିୟର୍ସ କ୍ଲବର ବ୍ୟାଟ୍ସମ୍ୟାନ୍ ମୟଙ୍କ ପଟ୍ଟନାୟକ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ପାଇଥିଲେ। ଆଜିର ମ୍ୟାଚରେ ଭାଷ୍ୟକାର ରାଧାକ୍ରିଷ୍ଣ ମୁନା ସିଂ ସମ୍ପୁର୍ଣ୍ଣ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ। ମ୍ୟାଚ୍ ଆରମ୍ଭରୁ ସତ୍ୟବାଦୀ ତହସିଲଦାର ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ ଅତିଥି ରୂପେ ଯୋଗଦେଇ ଫାଇନାଲ ମ୍ୟାଚ ଉଦଘାଟନ କରିଥିଲେ। ଶେଷରେ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ପୁରୀ ଦଳକୁ ଟ୍ରଫି ସହ ନଗଦ ୨୫୦୦୦ ଟଙ୍କା ଓ ରନରଅପ ଜଟଣୀ ଦଳକୁ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପମିତ୍ରା ପଟ୍ଟନାୟକ ଟ୍ରଫି ସହ ୧୫୦୦୦ ଟଙ୍କା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚସଖା ମେମୋରିଆଲ କ୍ଲବର ସଭାପତି ସୂର୍ଯ୍ୟପ୍ରସାଦ ରଥ, ସଂପାଦକ ଉମାଶଙ୍କର ମହାପାତ୍ର ତଥା ପିଏମସିର ବରିଷ୍ଠ ଖେଳାଳୀ ଦୀପକ ଶତପଥୀ ତଥା ପିଏମସିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଉଦଯାପନୀ ଉତ୍ସବକୁ ବିଶିଷ୍ଟ ଅଭିନେତା ନଟବର ଆଚାର୍ଯ୍ୟ ପରିଚାଳନା କରିଥିଲେ।

Post Views: 451
Share206Tweet129Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In