• About Us
  • Contact Us
Wednesday, September 3, 2025
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

୨୦୨୫-୨୬ ବର୍ଷ ପାଇଁ ୨.୯୦ ଲକ୍ଷ କୋଟିର ବଜେଟ୍, ଗଠନ ହେବ ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’

by Voice of Victims
February 17, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
୨୦୨୫-୨୬ ବର୍ଷ ପାଇଁ ୨.୯୦ ଲକ୍ଷ କୋଟିର ବଜେଟ୍, ଗଠନ ହେବ ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’

ଭୁବନେଶ୍ୱର : ବିକାଶ ପାଇଁ ଆମେ ବଦ୍ଧପରିକର। ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ସେଥିରେ ଓଡ଼ିଶାର ବହୁତ ବଡ଼ ଯୋଗଦାନ ରହିବ। ୨୦୩୬ରେ ଯେବେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ, ସେବେ ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ଗଠନ ହେବ। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ‘ଲୋକାଭିମୁଖୀ ବଜେଟ୍‌’ ଆଣିଛନ୍ତି। ଏଥିରେ ଫୋକସ୍‌ରେ ରହିଛି ସମୃଦ୍ଧି, ସମାନତା, ନିବେଶ, ସୁସ୍ଥ ଓଡ଼ିଶା, ଆଞ୍ଚଳିକ ସମାନତା, ଓଡ଼ିଆ ଅସ୍ମିତା, ଅନ୍ନଦାତା ଭଳି ୯ଟି କ୍ଷେତ୍ର। ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ ଉପରେ ବି ଗୁରୁତ୍ୱ ଦିଆଯାଇଛି। ସେହିପରି ଗାଁ ବିକାଶ ସହ ଯୁବକ, ମହିଳାଙ୍କ ସାମଗ୍ରିକ ଉନ୍ନତି ଉପରେ ବି ଗୁରୁତ୍ୱ ଦିଆଯାଇଛି। ସୋମବାର ବିଧାନସଭାରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷରେ ୨.୯୦ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ପୂର୍ବରୁ ଅର୍ଥାତ୍ ୨୦୨୧-୨୨ ଆର୍ଥିକ ବର୍ଷରେ ୧.୭୦ ଲକ୍ଷ କୋଟି ଟଙ୍କା,୨୦୨୨-୨୩ରେ ୨ ଲକ୍ଷ କୋଟି ଟଙ୍କା, ୨୦୨୩-୨୪ରେ ୨.୩୦ ଲକ୍ଷ କୋଟି ଟଙ୍କା, ୨୦୨୪-୨୫ ଆର୍ଥିକ ବର୍ଷରେ ୨.୬୫ ଲକ୍ଷ କୋଟି ଟଙ୍କା ସାଧାରଣ ବଜେଟ୍ ଉପସ୍ଥାପନା ହୋଇଥିଲା। ଏଥର ବଜେଟ୍ ପରିମାଣ ବିଗତ ୨୦୨୧-୨୨ ଆର୍ôଥକ ବର୍ଷ ତୁଳନାରେ ୧୭.୬% ଅଧିକ ରହିଥିବାବେଳେ ୨୦୨୨-୨୩ ଆର୍ôଥକ ବର୍ଷ ତୁଳନାରେ ୧୫%, ୨୦୨୩-୨୪ ତୁଳନାରେ ୧୫% ଓ ୨୦୨୪-୨୫ ତୁଳନାରେ ୧୮% ଅଧିକ ରହିଛି। ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଓ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ପ୍ରାପ୍ତ ପାଣ୍ଠିର ଉପଯୋଗ ଏବଂ ରାଜସ୍ୱର ଅଭିବୃଦ୍ଧି ମାଧ୍ୟମରେ ବଜେଟ୍‌ରେ ଅତିରିକ୍ତ ବ୍ୟବସ୍ଥା କରାଯାଇଛି। ରାଜ୍ୟର ଆର୍ôଥକ ଅବସ୍ଥାକୁ ଏକ ପୋଷଣୀୟ ମାର୍ଗରେ ପରିଚାଳିତ କରିବା ନିମନ୍ତେ ଆମ ସରକାର ବିଜ୍ଞ ଆର୍ôଥକ ପରିଚାଳନାର ପଥ ଅନୁସରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନସାଧାରଣଙ୍କର ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ କେତେକ ନୂତନ ଯୋଜନା ପ୍ରସ୍ତାବିତ ଅଛି। ରାଜ୍ୟର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯିବାର ବ୍ୟବସ୍ଥା ହୋଇଛି। ଖର୍ଚ୍ଚ ହେଉଥିବା ପ୍ରତ୍ୟେକଟି ଟଙ୍କା ଯେପରି ଉଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ଏବଂ ତା’ର ସୁବିନିଯୋଗ ହେବ ତାହା ଆମେ ସୁନିଶ୍ଚିତ କରିବୁ। କାର୍ଯ୍ୟକ୍ରମ ବ୍ୟୟକୁ ୧.୭୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ହୋଇଛି ତାହା ମୋଟ୍ ବଜେଟ୍ ଆକଳନର ୫୮.୬%। ପୁଞ୍ଜି ବ୍ୟୟ ବାବଦକୁ ୬୫,୦୧୨ କୋଟି ଟଙ୍କା ପ୍ରସ୍ତାବ ରହିଛି। ତାହା ସଂଶୋଧିତ ଅଟକଳ ଠାରୁ ୨୬% ଅଧିକ। ଓଡ଼ିଶାର ରାଜ୍ୟ ଘରୋଇ ଉତ୍ପାଦର ୬.୧% ୍ ଅଧିକ। ଏହା ସମସ୍ତ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ। ୨୦୨୪-୨୫ ଆର୍ôଥକ ବର୍ଷରେ ପ୍ରଶାସନିକ ବ୍ୟୟ ପାଇଁ ୧,୧୯,୫୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତାହା ମୋଟ୍ ବଜେଟ୍‌ର ୪୧%। ସେମିତି ଆର୍ଥିକ କ୍ଷେତ୍ରକ ବ୍ୟୟ ପରିମାଣ ୯୧,୬୪୭ କୋଟି ଟଙ୍କା ଥିବାବେଳେ ଉନ୍ନୟନମୂଳକ ବ୍ୟୟ ୨,୧୧,୨୧୨ କୋଟି, ରାଜସ୍ୱ ବଳକା ୩୧,୮୦୦ କୋଟି, ବିତ୍ତିୟ ନିଅଣ୍ଟ ୩୪,୮୦୦ କୋଟି ଓ ଋଣଭାର ପରିମାଣ ୧,୩୪,୯୧୪ କୋଟି ଟଙ୍କା ରହିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଆୟ ଓ ବୟକୁ ହିସାବକୁ ନିଆଯାଏ, ତାହାଲେ ନିଜସ୍ୱ ଆନୁପାତିକ ହାରରେ ରାଜସ୍ୱ ପରିମାଣ ୨୨.୮%, କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ୨୨.୨%, ନିଜସ୍ୱ ଅଣଟିକସ ୨୦.୭%, ସରକାରୀ ଋଣ ୧୬.୩%, କେନ୍ଦ୍ରୀୟ ଅନୁଦାନ ୧୪.୩% ଆକଳନ କରାଯାଇଛି। ବ୍ୟୟ ଆକଳନ ଅନୁସାରେ କାର୍ଯ୍ୟକ୍ରମ ବ୍ୟୟ ୫୮.୬%, ପ୍ରତିଷ୍ଠାନ ବ୍ୟୟ ୨୭.୦%, ଋଣ ପରିଶୋଧ ୮.୦%, ଅର୍ଥ ହସ୍ତାନ୍ତର ୩.୨%, ସୁଧ ଦେୟ ୧.୫%ର ପ୍ରସ୍ତାବ ରହିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗ୍ରାମାଞ୍ଚଳ ଗରିବଙ୍କୁ ପକ୍କାଘର ଯୋଗାଇବା ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା ଏବଂ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ପାଇଁ ଅର୍ଥ ବ୍ୟବସ୍ଥା ହୋଇଛି। ଚଳିତ ଆର୍ôଥକ ବର୍ଷ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୩,୬୩୫ କୋଟି, ଶିକ୍ଷା କ୍ଷେତ୍ରରେ ୪୧, ୨୭୩ କୋଟି, ସାମାଜିକ ସୁରକ୍ଷା କ୍ଷେତ୍ରରେ ୨୪,୨୫୦ କୋଟି, ମହିଳାଙ୍କ ବିକାଶ ପାଇଁ ୧୭,୯୯୮ କୋଟି, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୩୭,୮୩୮ କୋଟି, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୧୬,୨୭୩ କୋଟି ଟଙ୍କା, ଗ୍ରାମୀଣ ବିକାଶ ପାଇଁ ୩୯,୨୨୧ କୋଟି ଓ ସହର ବିକାଶ ପାଇଁ ୯୯୮୫ କୋଟି ଓଡ଼ିଶାକୁ ଆର୍ôଥକ ଦୃଷ୍ଟିରୁ ମଜଭୂତ୍ କରିବ। ବିକଶିତ ଓଡ଼ିଶାର ମୂଳଦୁଆ ପକାଇବ। ଏହି ପରିପ୍ରେକ୍ଷୀରେ ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୦୦ କୋଟି, ସିଏମ୍ କିଷାନ ପାଇଁ ୨୦୨୦ କୋଟି ଟଙ୍କା ଓ ଜଳସେଚନ ପାଇଁ ଅର୍ଥ ବ୍ୟୟବରାଦ ଚାଷଙ୍କ ଆୟକୁ ବଢାଇବା ସହ ସେମାନଙ୍କୁ ଆତ୍ମନିର୍ଭର କରିବ। ସମଗ୍ର ଶିକ୍ଷା ପାଇଁ ୪୬୮୧ କୋଟି, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପାଇଁ ୨୯୬୦ କୋଟି ଶିକ୍ଷା କ୍ଷେତ୍ରକୁ ଉନ୍ନତି କରିବ। ସୁଭଦ୍ରା ଯୋଜନାରେ ଚଳିତ ୧୦,୧୪୫ କୋଟି ଟଙ୍କା ବ୍ୟୟବରାଦ ଦ୍ୱାରା ଆମର ମାଆ ଭଉଣୀମାନେ ବିଶେଷ ଉପକୃତ ହେବେ। ଓଡ଼ିଶା ପୋଷଣ ମିଶନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ ଦ୍ୱାରା ରାଜ୍ୟରେ ଅପପୃଷ୍ଟି ହାର ହ୍ରାସ ପାଇବ। ପର୍ଯ୍ୟଟନ କ୍ଷେତ୍ରରେ ୮୨୦ କୋଟି ଟଙ୍କା ଓଡ଼ିଶାରେ ପର୍ଯ୍ୟଟକ ସୁବିଧା ଓ ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ କରି। ହୀରାକୁଦ – ଦେବ୍ରିଗଡ଼- ସମ୍ବଲପୁର ଅଞ୍ଚଳକୁ ସମନ୍ୱିତ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ। ହୀରାକୁଦ ଡ୍ୟାମ୍‌ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ହେବ। ଅନ୍ୟପକ୍ଷରେ ସ୍କୁଲ ଡ୍ରପ୍ ଆଉଟ୍ କମାଇବା ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା, ଆଦିବାସୀ ଭାଷା ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ବିଶ୍ୱବିଦ୍ୟାଳୟ ଯୋଜନା, ପ୍ରତି ବର୍ଷ ୩୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଓଡ଼ିଆ ଉତ୍ତମ ଛାତ୍ରବୃତ୍ତି ଯୋଜନା, ଭଲ କ୍ରୀଡାବିତ୍ ଖୋଜିବା ପାଇଁ ଖେଳ ରତ୍ନ ଖୋଜା ଅଭିଯାନା ପାଇଁ ସ୍ୱତନ୍ତ୍ର ଅର୍ଥ ବରାଦ ହୋଇଛି। ସେହିପରି ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନାରେ ଲାପଟପ୍ ଦିଆଯିବ। ଯୁବକ ମାନଙ୍କ ବିକାଶ ପାଇଁ ଯୁବ ଶକ୍ତି ଯୋଜନା କାର୍ଯ୍ୟକାରୀ ହୋଇଛି।

Post Views: 42
Tags: 2.90 lakh crore budget for the year 2025-26to form 'Prosperous Odisha
Share198Tweet124Send
Voice of Victims

Voice of Victims

Recent Posts

  • ସମ୍ପୂର୍ଣ୍ଣ ହେଲା ଶ୍ରୀଗଣେଶଙ୍କର ଭସାଣି , ପାରମ୍ପରିକ ବାଦ୍ୟରେ ମେଲାଣି
  • ଲଘୁଚାପ ବର୍ଷାରେ କୃତ୍ରିମ ବନ୍ୟାର ସ୍ଥିତି
  • ସକ୍ରିୟ ଘୂର୍ଣ୍ଣିବଳୟ ନେଲା ଲଘୁଚାପର ରୂପ ; ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା
  • ପକ୍ଷୀ ମାଡ଼ ଯୋଗୁଁ ନାଗପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ, ବର୍ତ୍ତିଗଲା ୨୭୨ ଯାତ୍ରୀଙ୍କ ଜୀବନ
  • ପୋଲିସ ହେପାଜତରୁ ଫେରାର ହେଲେ ଆପ୍ ବିଧାୟକ, ପୋଲିସକୁ ମାରିଲେ ଗୁଳି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In