ନୂଆଦିଲ୍ଲୀ: ପୁଣି ଏୟାର ଇଣ୍ଡିଆର ୨ଟି ବିମାନ ବାତିଲ୍ କରାଯାଇଛି । ଦିଲ୍ଲୀରୁ ପ୍ୟାରିସ୍ ଯିବାକୁ ଥିବା ବିମାନ ରଦ୍ଦ କରାଯାଇଥିବା ବେଳେ ପ୍ୟାରିସରୁ ଦିଲ୍ଲୀ ଆସିବାକୁ ଥିବା ବିମାନ ରଦ୍ଦ କରାଯାଇଛି । AI-143 ଓ AI-142 ବିମାନ ବାତିଲ୍ କରାଯାଇଛି ।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରଦ୍ଦ ହୋଇଥିବା ସୂଚନା ଦିଆଯାଇଛି । ଯାତ୍ରୀଙ୍କୁ ବିମାନ ସମ୍ବନ୍ଧୀୟ ସୂଚନା ଦିଆଯାଇଛି ଏବଂ ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ।ଏୟାର ଇଣ୍ଡିଆ ପକ୍ଷରୁ ବୟାନ ଜାରି କରାଯାଇଛି କି, ବୈଷୟିକ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆର ଦିଲ୍ଲୀ-ପ୍ୟାରିସ ବିମାନକୁ ବାତିଲ କରାଯାଇଛି ।
ଯାତ୍ରୀଙ୍କୁ ବିକଳ୍ପ ସୁବିଧା ଏବଂ ରିଫଣ୍ଡ ଆଶ୍ବାସନା ଦିଆଯାଇଛି ।୧୭ ଜୁନ୍ ଦିଲ୍ଲୀରୁ ପ୍ୟାରିସ ଯାଉଥିବା ବିମାନ AI143 ବାତିଲ କରାଯାଇଛି । ବାଧ୍ୟତାମୂଳକ ପୂର୍ବ ଉଡ଼ାଣ ଯାଞ୍ଚରେ ଏକ ସମସ୍ୟା ଚିହ୍ନଟ ହୋଇଥିଲା ଯାହା ବର୍ତ୍ତମାନ ସମାଧାନ କରାଯାଉଛି ।
