• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମେଡିସିନ୍‌ରେ ୨ଜଣଙ୍କୁ ନୋବେଲ

by Voice of Victims
October 7, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ମେଡିସିନ୍‌ରେ ୨ଜଣଙ୍କୁ ନୋବେଲ

ଷ୍ଟକହୋମ : ବର୍ଷ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା ପ୍ରକ୍ରିୟା ସୋମବାର ଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ପ୍ରଥମ ପର୍ଯ୍ୟାୟରେ ମେଡିସିନ୍ କ୍ଷେତ୍ର ପାଇଁ ଏହି ସମ୍ମାନର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଚଳିତ ବର୍ଷ ଆମେରିକାର ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରୀ ରୁଭକୁନଙ୍କୁ ମେଡିସିନ୍ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ମାଇକ୍ରୋ ଆରଏନ୍‌ଏ ଆବିଷ୍କାର ପାଇଁ ଉଭୟଙ୍କୁ ଏହି ସମ୍ମାନ ମିଳିବ ବୋଲି କାରୋଲିନସ୍କା ଇନଷ୍ଟିଚ୍ୟୁଟ୍‌ର ନୋବେଲ ଏକାଡେମୀ ପକ୍ଷରୁ ସୂଚୀତ କରାଯାଇଛି। ସୂଚନାଯୋଗ୍ୟ, ଗତ ବର୍ଷ ଅର୍ଥାତ୍ ୨୦୨୩ରେ କାଟାଲିନ କାରିକୋ ଏବଂ ଡ୍ରୁ ୱିସମ୍ୟାନଙ୍କୁ ମେଡିସିନ୍‌ରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ନ୍ୟୁକ୍ଲିଓସାଇଡ ବେସ୍ ମୋଡିଫିକେସନ ସହିତ ଜଡିତ ଆବିଷ୍କାର ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ନୋବେଲ ପୁରସ୍କାର ଜୁରି କମିଟି ଏସମ୍ପର୍କୀତ ଏକ ବିବୃତି ଜାରି କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରୀ ରୁଭକୁନ ବିଭିନ୍ନ ସେଲ୍ ପ୍ରକାରର ବିକାଶ କ୍ଷେତ୍ରରେ ଦୀର୍ଘ ଦିନ ଧରି ଅନୁସନ୍ଧାନ ଜାରି ରଖିଥିଲେ। ତେବେ ଉଭୟ ଏକ କ୍ଷୁଦ୍ର ରାଇବୋନ୍ୟୁକ୍ଲିକ୍ ଏସିଡ (ଆରଏନ୍‌ଏ) ମୋଲିକ୍ୟୁଲ୍ସର ନୂତନ ଶ୍ରେଣୀ ମାଇକ୍ରୋ ଆରଏନ୍‌ଏ ଆବିଷ୍କାର କରିବାରେ ସଫଳ ହୋଇଥିଲେ। ଏହି ମାଇକ୍ରୋ ଆରଏନ୍‌ଏ ଜିନ୍ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ତୁଲାଇଥାଏ। ଉଭୟଙ୍କ ଏହି ଜିନ୍ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ସମ୍ପର୍କିତ ଏକ ମୌଳିକ ସିଦ୍ଧାନ୍ତଜନିତ ଆବିଷ୍କାର ଚିକିତ୍ସା କ୍ଷେତ୍ର ପାଇଁ ଉଲ୍ଲେଖନୀୟ ଅବଦାନ। ମାଇକ୍ରୋ ଆରଏନ୍‌ଏ ଆବିଷ୍କାର ଜିନ୍ ନିୟନ୍ତ୍ରଣ ପାଇଁ ନୂଆ ମାର୍ଗ ଉନ୍ମୁକ୍ତ କରିଥିଲା ଯାହା ମାନବ ସମେତ ବହୁକୋଷୀୟ ଜୀବ ପାଇଁ ଜରୁରୀ ପ୍ରମାଣିତ ହୋଇଛି। ନୋବେଲ୍ କମିଟି ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଆସନ୍ତା କାଲି (ମଙ୍ଗଳବାର) ପଦାର୍ଥ ବିଜ୍ଞାନ, ବୁଧବାର ରସାୟନ ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ। ଏତଦ୍‌ବ୍ୟତୀତ ଶୁକ୍ରବାର ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯିବ ଏବଂ ଅର୍ଥନୀତି କ୍ଷେତ୍ରରେ ଏହି ପୁରସ୍କାର ବିଜେତା ଅକ୍ଟୋବର ୧୪ରେ ଘୋଷଣା କରାଯିବ। ପ୍ରତିବର୍ଷ ୫ଟି କ୍ଷେତ୍ର (ମେଡିସିନ, ଫିଜିକ୍ସ, କେମିଷ୍ଟ୍ରୀ, ସାହିତ୍ୟ, ଅର୍ଥନୀତି ଓ ଶାନ୍ତି)ରେ ଉତ୍କର୍ଷତା ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥାଏ। ସ୍ୱିଡେନର ବିଶିଷ୍ଟ ରସାୟନବିତ୍‌, ବୈଜ୍ଞାନିକ, ବ୍ୟବସାୟୀ ଏବଂ ସର୍ବୋପରି ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ନାମ ଅନୁସାରେ ପ୍ରତିବର୍ଷ ଏହି ନୋବେଲ ପୁରସ୍କାର ପ୍ରଦାନ କରାଯାଇଆସୁଛି। ଡିସେମ୍ବର ୧୦, ଆଲଫ୍ରେଡ ନୋବେଲଙ୍କ ଜନ୍ମ ତାରିଖ ରହିଥିବା ବେଳେ ଏହି ଅବସରରେ ୫ କ୍ଷେତ୍ର ପାଇଁ ଯୋଗ୍ୟତମ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଥାଏ। ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଦିଆଯାଏ।

Post Views: 42
Share199Tweet125Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In