• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

୨୪ରୁ ଦୁଇ ମାସିଆ ପ୍ରଧାନମନ୍ତ୍ରୀ ‘ଆବାସ ସର୍ଭେ’

by Voice of Victims
January 20, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
୨୪ରୁ ଦୁଇ ମାସିଆ ପ୍ରଧାନମନ୍ତ୍ରୀ ‘ଆବାସ ସର୍ଭେ’

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ୍ ସର୍ଭେ ଆସନ୍ତା ୨୪ରୁ ଆରମ୍ଭ ହେବ। ତାହା ଦୁଇମାସ ଧରି ଚାଲିବ। ହିତାଧିକାରୀମାନେ ଆବାସ ପୋର୍ଟାଲ୍‌ର ଉଭୟ ଅଫ୍‌ଲାଇନ୍ ଏବଂ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବାସ ଘର ବଣ୍ଟାରେ ଏଣିକି ରାଜନୈତିକ ହସ୍ତକ୍ଷେପ ହେବ ନାହିଁ। ଯୋଗ୍ୟ ହିତାଧିକାରୀକୁ ଆବାସ ଘର ଦେବାରୁ କେହି ଚାହିଁଲେ ବି ଅଟକାଇ ପାରିବେ ନାହିଁ। ସୋମବାର ଗଣମାଧ୍ୟମକୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି ଯେ ବାଇକ୍‌, ଫ୍ରିଜ୍ ଓ ଲ୍ୟାଣ୍ଡଲାଇନ୍ ଫୋନ୍ ଥିଲେ ବି ଆବାସ ଘର ମିଳିବ। ଆଇନ କଡ଼ାକଡ଼ି ଯୋଗୁୂଁ ତାହା ମିଳୁ ନଥିଲା। ଏବେ ନିୟମ କୋହଳ ହୋଇଛି। ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୦ହଜାର ଥିଲା। ଏହାକୁ ବି ବଢ଼ାଯାଇ ୧୫ ହଜାର କରାଯାଇଛି। ଯୋଜନାରେ ଦିବ୍ୟାଙ୍ଗ ଓ ବିଧବାଙ୍କୁ ଅଗ୍ରାଧିକାର ଦିଆଯିବ। ଦୁଇ ମାସ ମଧ୍ୟରେ ରି-ସର୍ଭେ କରାଯିବ। ଏହି ଅବଧି ମଧ୍ୟରେ ଆବେଦନ ଓ ଅନ୍‌ଲାଇନ୍ ମାଧ୍ୟମରେ ସେସବୁର ଯାଞ୍ଚ୍ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ ବିଜେଡି ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ଲୋକଙ୍କୁ ଆବସ ଦେବାକୁ ପୂର୍ବ ସରକାରର ଆନ୍ତରିକତା ନଥିଲା। ବିଜୁ ପକ୍କା ଘରରେ ୩ ଲକ୍ଷ ୧୨ ହଜାର ଦେଇଥିଲେ, କିନ୍ତୁ ପ୍ରବଳ ପ୍ରଚାର କରୁଥିଲେ। ଏବେ ସ୍ଥିତି ବଦଳିଛି। ଲୋକେ ବୁଝିଯାଇଛନ୍ତି। ବିଜୁ ପକ୍କା ଘର ନାହିଁ, କିନ୍ତୁ ଛାପା ଅଛି, ଲୋକେ କାଢ଼ିବେ। ଛାପା ବା ଘରେ ସିଲଟ ଲଗେଇଛନ୍ତି, ସେ ସିଲଟ ଉଠିବ। ଖୁବ୍‌ଶୀଘ୍ର ଲୋକେ ତାକୁ ହଟେଇଦେବେ। ବିଜୁ ପକ୍କାଘର ଆଉ ନାହିଁ। ତା’ର ତାଲିକା ବି ନାହିଁ ବୋଲି ଶ୍ରୀ ନାଏକ ପ୍ରକାଶ କରିଛନ୍ତି।

Post Views: 83
Share198Tweet124Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In