• About Us
  • Contact Us
Thursday, August 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନେପାଳ ସହାୟତା ପାଇଁ ପହଞ୍ଚିଲା ଭାରତୀୟ ବାୟୁସେନାର ୩ ଲଢୁଆ ବିମାନ, ଜୀବନ ବଞ୍ଚାଇବାରେ ଏକ୍ସପର୍ଟ

by Voice of Victims
August 27, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ନେପାଳ ସହାୟତା ପାଇଁ ପହଞ୍ଚିଲା ଭାରତୀୟ ବାୟୁସେନାର ୩ ଲଢୁଆ ବିମାନ, ଜୀବନ ବଞ୍ଚାଇବାରେ ଏକ୍ସପର୍ଟ

ନେପାଳ : ନେପାଳର ରସୁଆ ଜିଲ୍ଲାର ଭୋଟେକୋଶୀ ନଦୀରେ ଭୟଙ୍କର ବନ୍ୟା ତାଣ୍ଡବ ରଚିଛି । ବନ୍ୟାର ପ୍ରକୋପରେ ଗାଁ, ରାସ୍ତା ଓ ପୋଲ ଭାସିଯାଇଥିବା ବେଳେ ଲୋକ ଭୟଭୀତ ହୋଇଛନ୍ତି । ଏହି ବିପର୍ଯ୍ୟୟରେ ୧୬୦ ଜଣଙ୍କ ମୃତ୍ୟୁ ଏବଂ ୭୦୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି । ଏଭଳି କଠିନ ସମୟରେ ପଡୋଶୀ ଦେଶ ନେପାଳକୁ ସହାୟତାର ହାତ ବଢାଇଛି ଭାରତ । ଭାରତୀୟ ବାୟୁସେନା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଛି । ଜରୁରୀ ରିଲିଫ୍ ସାମଗ୍ରୀ ଓ ଔଷଧ ନେଇ ଭାରତୀୟ ବାୟୁସେନାର ବିମାନ ନେପାଳ ଅଭିମୁଖେ ଯାତ୍ରା କରିଛି ।

ଭାରତୀୟ ବାୟୁସେନାର ଲଢୁଆ ଏବଂ ଭରସାଯୋଗ୍ୟ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ C-130J ସୁପର ହର୍କ୍ୟୁଲିସ୍ ବିମାନ ନେପାଳ ପାଇଁ ପ୍ରାୟ ୧୦ ଟନ୍ ଜରୁରୀ ରିଲିଫ୍ ସାମଗ୍ରୀ ଓ ଔଷଧ ନେଇ ଯାତ୍ରା କରିଛି । ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବାରେ ଏହି ବିମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ । କେବଳ C-130J ସୁପର ହର୍କ୍ୟୁଲିସ୍ ବିମାନ ନୁହେଁ C-17 ଏବଂ C-130 ପ୍ରସ୍ତୁତ ରହିଛି ।

ବନ୍ୟାରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଭାରତୀୟ ବାୟୁସେନାର ହେଲିକପ୍ଟରଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଏବଂ ଯେଉଁଠାରେ ରନୱେ ନାହିଁ, ସେଠାରେ ଏହି ବିମାନ ଓ ହେଲିକପ୍ଟର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ବେଶ୍ ସହାୟକ ହୋଇପାରିବ ।

C-130J ଭାରତୀୟ ବାୟୁସେନାର ଏକ ଶକ୍ତିଶାଳୀ ଟ୍ରାନ୍ସପୋର୍ଟ ବିମାନ । ଏହାର ରିଲିଫ୍ ସାମଗ୍ରୀ ବୋହିବା କ୍ଷମତା ପ୍ରାୟ ୧୯ ଟନ୍ । ଏହାର ଦ୍ରୁତ ଗତି ଓ ଦୁର୍ଗମ ଅଞ୍ଚଳରେ ଅପରେସନ୍ କରିବାର କ୍ଷମତା ଯୋଗୁଁ ବିପର୍ଯ୍ୟୟ ସମୟରେ ଏହା ବେଶ୍ ଉପଯୋଗୀ । ଭାରୀ ରିଲିଫ୍ ସାମଗ୍ରୀ, ଯନ୍ତ୍ରପାତି ଓ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ବାୟୁସେନାର C-17 ଗ୍ଲୋବମାଷ୍ଟର ମଧ୍ୟ ପ୍ରସ୍ତୁତ ରହିଛି । ଏହାର କ୍ଷମତା ପ୍ରାୟ ୭୭.୫ ଟନ୍ ।

Post Views: 1
Share196Tweet123Send
Voice of Victims

Voice of Victims

Recent Posts

  • ନେପାଳ ସହାୟତା ପାଇଁ ପହଞ୍ଚିଲା ଭାରତୀୟ ବାୟୁସେନାର ୩ ଲଢୁଆ ବିମାନ, ଜୀବନ ବଞ୍ଚାଇବାରେ ଏକ୍ସପର୍ଟ
  • ମେଟାର ବଡ଼ ନିଷ୍ପତ୍ତି, ରାତି ୧୨ଟାରୁ ସକାଳ ୬ଟା ଯାଏଁ ବନ୍ଦ ରହିବ ଇନଷ୍ଟା ଓ ଫେସବୁକ୍
  • ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା, ୨୯ରୁ ଓଡ଼ିଶାରେ ବଢ଼ିବ ବର୍ଷା
  • ସିଂହବାହିନୀରେ ନାଟକ ପରିବେଷଣ ବେଳେ ଅଘଟଣ, ମଞ୍ଚରେ ପଡ଼ି ଅଭିନେତା ପୀୟୁଷ ତ୍ରିପାଠୀ ଆହତ
  • ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନରଣପୁର ଅଞ୍ଚଳରେ ଶୋକର ଛାୟା; ଭେରୁପଡ଼ା ଛକ ନିକଟରେ ଡିସ୍କଭର ଧକ୍କାରେ ଗୁରୁତର ଆହତ ହୋଇଥିଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In