• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଯୋଡା ସଡକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣା, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

by Voice of Victims
August 5, 2024
in ମୁଖ୍ୟ ଖବର, ରାଜ୍ୟ
ଯୋଡା ସଡକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣା, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସକାଳେ କେନ୍ଦୁଝର ଜିଲ୍ଲା ଯୋଡା ଡି.ଏ.ଭି. ସ୍କୁଲ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଦୁଇ ଜଣ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ ଯୋଡା ଆଜାଦ୍‌ ବସ୍ତିର କ୍ରିଷ୍ଣା ଭୁଷାଲ, ଷ୍ଟାଣ୍ଡାର୍ଡ ୧ ରେ ପଢୁଥିବା ତାଙ୍କ ପୁଅ ନିକିତ ଭୁଷାଲ ଓ ତାଙ୍କ ପୁଅର ସହପାଠୀ ଗଣେଶ ଶର୍ମାଙ୍କୁ ମଟର ସାଇକେଲରେ ସ୍କୁଲ ଛାଡିବାକୁ ଯିବା ସମୟରେ ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପାଇଁ ତୁରନ୍ତ ୩୦ ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି। ଏଥି ସହିତ ହିଟ୍‌ ଆଣ୍ଡ ରନ୍ କେସ୍ ସୋଲାସିୟମ ସ୍କିମରେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି। ମୃତ କ୍ରିଷ୍ଣା ଭୁଷାଲଙ୍କ ଅନ୍ୟତମ ପୁଅ ନିସାଲ ଭୁଷାଲଙ୍କୁ ଟାଟା ଡି.ଏ.ଭି. ସ୍କୁଲରେ ମାଗଣା ପାଠ ପଢାଇବାର ବ୍ୟବସ୍ଥା କରାଯାଇଛି। ଏଥି ସହିତ ମୃତ ଗଣେଶ ଶର୍ମାଙ୍କ ଭାଇ ଆଦିତ୍ୟ ଶର୍ମାଙ୍କୁ ଟାଟା ଡି.ଏ.ଭି.ରେ ମଧ୍ୟ ମାଗଣା ପାଠ ପଢାଇବାର ବ୍ୟବସ୍ଥା କରାଯାଇଛି।

Post Views: 28
Tags: 3 people died in Joda road accident
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In