• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଲୋଧାଚୁଆ ଗ୍ରାମ ପଞ୍ଚାୟତ ଆଞ୍ଚଳିକ ବରିଷ୍ଠ ନାଗରିକ ସଙ୍ଗଠନର ତୃତୀୟ ବାର୍ଷିକ ଉତ୍ସବ

by Voice of Victims
February 5, 2025
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଲୋଧାଚୁଆ ଗ୍ରାମ ପଞ୍ଚାୟତ ଆଞ୍ଚଳିକ ବରିଷ୍ଠ ନାଗରିକ ସଙ୍ଗଠନର ତୃତୀୟ ବାର୍ଷିକ ଉତ୍ସବ

ଲୋଧାଚୁଆ (ଭିଓଭି): ଲୋଧାଚୁଆ ଗ୍ରାମ ପଞ୍ଚାୟତ ଆଞ୍ଚଳିକ ବରିଷ୍ଠ ନାଗରିକ ସଙ୍ଗଠନ ର ତୃତୀୟ ବାର୍ଷିକ ଉତ୍ସବ ଗୋପିମୋହନ ପୁର ଅଚିହ୍ନା ପରମହଂସ ଆଶ୍ରମ ପ୍ରାଙ୍ଗଣରେ ଅବସରପ୍ରାପ୍ତ ଶିକ୍ଷକ ନବ କିଶୋର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନାଗରିକ ମହାସଂଘର ରାଜ୍ଯ ଉପସଭାପତି ବସନ୍ତ କୁମାର ବାରିକ , ବୃନ୍ଦାବନ ପୁର ଗ୍ରାମ ପଞ୍ଚାୟତର ବରିଷ୍ଠ ନାଗରିକ ମାନଙ୍କର ସଭାପତି ପ୍ରସନ୍ନ କୁମାର ରଥ, ସମାଜସେବୀ ସୁରେଶ ସ୍ଵାଇଁ, ଉଦ୍ୟୋଗ ପତି ଲିଙ୍ଗରାଜ ପ୍ରଧାନ, ପୂର୍ବତନ ସରପଞ୍ଚ ଜୟନ୍ତ ନାୟକ, ସରପଞ୍ଚଙ୍କ ପ୍ରତିନିଧି ସୂର୍ଯ୍ୟନାରାୟଣ ପ୍ରଧାନ, ସମିତି ସଭ୍ୟ ମୀନ କେତନ ନାୟକ, କୈଳାସ ଚନ୍ଦ୍ର ସାହୁ, ଗୋପାଳ ପ୍ରଧାନ, ଅନୁଷ୍ଠାନର ସଭାପତି ବୈକୁଣ୍ଠନାଥ ସ୍ଵାଇଁ, ଉପସଭାପତି ସର୍ବେଶ୍ଵର ସ୍ଵାଇଁ, ସମ୍ପାଦକ ନାରାୟଣ ବଳିୟାରସିଂହ, ୱାର୍ଡସଭ୍ୟ ଯୁଗଳ କିଶୋର ସ୍ଵାଇଁ ପ୍ରମ୍ମୁଖ ଅତିଥି, ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ଉଦ୍ଦିଷ୍ଠ ସରକାରଙ୍କ ଆଇନ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ଦିବଙ୍ଗତ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ନୀରବ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଉପସ୍ଥିତ ଅତିଥିମାନେ ପଞ୍ଜିକୃତ ଓ ଉପସ୍ଥିତ ବରିଷ୍ଠ ନାଗରିକଙ୍କୁ ଅନୁଷ୍ଠାନ ତରଫରୁ ଶୀତ ବସ୍ତ୍ର ବଣ୍ଟନ କରିଥିଲେ। ସଙ୍ଗଠନର ଉତ୍ତୋରତ୍ତର ଉନ୍ନତି ସାଙ୍ଗକୁ ଭାଇଚାରା ସମ୍ପର୍କକୁ ଦୃଢିକରଣ କରିବା, ଅନୁଷ୍ଠାନ ବାହାରେ ଥିବା ବରିଷ୍ଠ ନାଗରିକଙ୍କୁ ସଙ୍ଗଠନରେ ସାମିଲି କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ବିବରଣୀ ପାଠ କରିଥିଲା ବେଳେ ସମାଜସେବୀ ଲକ୍ଷ୍ମୀକାନ୍ତ ଜୟସିଂହ ବରିଷ୍ଠ ନାଗରିକମାନଙ୍କୁ ଫିଜିଓ ଥେରାପିର ସେବା ପ୍ରଦାନ କରିଥିଲେ।

Post Views: 56
Share199Tweet124Send
Voice of Victims

Voice of Victims

Recent Posts

  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ
  • ନାବାଳକଙ୍କୁ ଥାନାରେ ଅଟକ ମାମଲାରେ ଭଦ୍ରକ ଏସ୍‌ପିଙ୍କୁ ହାଜର ନିର୍ଦେଶ ଦେଲେ ହାଇ କୋର୍ଟ
  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In