ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘ । ୪ଟି ବିରଳ କଳା ବାଘ ଜଙ୍ଗଲରେ ଏକାଠି ବୁଲୁଥିବା ବନ ବିଭାଗ କ୍ୟାମେରାରେ କଏଦ ହୋଇଛି । ବାଘଙ୍କ ପରିବାରର ଭିଡିଓ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ଓଡ଼ିଶା ଜଙ୍ଗଲରେ ବିରଳ ମେଲାନିଷ୍ଟ ବାଘଙ୍କ ପରିବାରର ଭିଡିଓ ଅତ୍ୟନ୍ତ ରୋଚକ । ଏକା ଥରକେ ଚାରିଟି ବାଘ ଗୋଟିଏ କ୍ୟାମେରା ଫ୍ରେମରେ କଏଦ ହୋଇଛନ୍ତି । ଏହି ଭିଡିଓଟି ପୋଷ୍ଟ କରି ଏଭଳି ଦୃଶ୍ୟ ବିରଳରୁ ଅତିବିରଳ ବୋଲି ଲେଖିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ।
