• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ବାତ୍ୟା କ୍ଷତି ୬୦୦କୋଟି

by Voice of Victims
November 4, 2024
in ରାଜ୍ୟ
ବାତ୍ୟା କ୍ଷତି ୬୦୦କୋଟି

ଭୁବନେଶ୍ୱର: ବାତ୍ୟା ଦାନା ଘଟାଇଥିବା କ୍ଷୟକ୍ଷତି ନେଇ ରିପୋର୍ଟ ଆସିଛି। ଜିଲ୍ଲାସ୍ତରରୁ ଆସିଥିବା କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାର ପାଇଛନ୍ତି। ଏନେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬୦୦କୋଟି ।  ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି । ପଞ୍ଚାୟତିରାଜ ବିଭାଗ ଛଡ଼ା ଅନ୍ୟ ସବୁ ବିଭାଗର ରିପୋର୍ଟ ଆସିଛି । ଆଜି ସନ୍ଧ୍ୟା ସୁଦ୍ଧା ସବୁ ରିପୋର୍ଟ ମିଳିବା ପରେ ଚୂଡ଼ାନ୍ତ ହିସାବ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ମୋଟାମୋଟି ଭାବେ ୧୪ଟି ଜିଲ୍ଲାର ୧୩୧ଟି ବ୍ଲକ ପ୍ରଭାବିତ ହୋଇଛି । ୧୧,୬୩୭ ଗ୍ରାମର ୪୧ଲକ୍ଷ ପ୍ରଭାବିତ ହୋଇଛନ୍ତି ।ମୋଟ ୧୬,୪୧୭ ଘର ପ୍ରଭାବିତ ହୋଇଛି।  ୨୭ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ୧୪,୬୮୦ ଘର ଆଂଶିକଭାବେ କ୍ଷତିଗ୍ରସ୍ତ ହୋଇଛି । ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ ।  ରିପୋର୍ଟ ଆସିବା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ । ଚୂଡ଼ାନ୍ତ ଆକଳନ ପରେ କେନ୍ଦ୍ର ସରକାରଙ୍କୁ କ୍ଷତିପୂରଣ ରିପୋର୍ଟ ପ୍ରଦାନ କରାଯିବ । କେନ୍ଦ୍ର ସହାୟତା ରାଶି ଦେବା ପୂର୍ବରୁ ରାଜ୍ୟ ନିଜସ୍ୱ ପାଣ୍ଠି ବାଣ୍ଟିବ। ‘ବାତ୍ୟା’ ଦାନା  ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ମାଡ଼ ହୋଇଥିଲା । ଦାନା ପ୍ରଭାବରେ  ବିଭିନ୍ନ ସ୍ଥାନରେ ଚାଳଛପର ଘର ସହ ଅନେକ ଆଜବେଷ୍ଟସ ଘର ନଷ୍ଟ ହୋଇଛି। ଆଉ କେଉଁଠି ରାସ୍ତା ଉପରେ ଗଛ ଭାଙ୍ଗି ପଡ଼ିଥିବାବେଳେ ବିଦ୍ୟୁତ୍‌ ସଂଯୋଗ ବି ବିଚ୍ଛିନ୍ନ ହୋଇ ଯାଇଥିଲା।ବାତ୍ୟା ପ୍ରଭାବରେ ଭିତରକନିକା, ଧାମରା, କେନ୍ଦ୍ରାପଡ଼ାର ପେଣ୍ଠ ସମେତ ବିଭିନ୍ନ ଅଞ୍ଚଳରେ ଚାଳଛପର ଘର ସହ ଅନେକ ଆଜବେଷ୍ଟସ ଘର ନଷ୍ଟ ହୋଇଛି। ଏପରିକି ଝଡ଼ବର୍ଷା ବେଳେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ବନ୍ୟଜନ୍ତୁ।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In