• About Us
  • Contact Us
Thursday, August 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ

by Voice of Victims
March 26, 2026
in ଆଞ୍ଚଳିକ ଖବର, କ୍ରୀଡା, ମୁଖ୍ୟ ଖବର, ସମସ୍ୟା
ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ

କଟକ : ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର । ପୁଣି ବାରବାଟୀରେ କ୍ରିକେଟ କ୍ରେଜ୍। କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ T20 ମ୍ୟାଚ । ଶ୍ରୀଲଙ୍କା ବିପକ୍ଷରେ T20 ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଡିସେମ୍ବରରେ ଭାରତ ଆସିବ ଶ୍ରୀଲଙ୍କା କ୍ରିକେଟ ଦଳ । ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ। ରାଜକୋଟ, କଟକ ଓ ପୁନେରେ ହେବ ୩ଟି T20 ମ୍ୟାଚ । BCCI ପକ୍ଷରୁ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ସୂଚୀ ଜାରି କରାଯାଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ପରସ୍ପରର ସାମ୍ନା କରିବେ । ଏହି ବର୍ଷ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ ।

ଶେଷଥର ପାଇଁ ୨୦୧୭ ମସିହାରେ ବାରବାଟୀ ଷ୍ଟାଡିୟମରେ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ସେହି ମ୍ୟାଚ୍‌ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୯୩ ରନ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ବାରବାଟୀ ମଇଦାନରେ ଉଭୟ ଦଳ ମଧ୍ୟରେ ଏହା ପ୍ରଥମ ମୁକାବିଲା ଥିଲା ।

Post Views: 39
Share198Tweet124Send
Voice of Victims

Voice of Victims

Recent Posts

  • ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା
  • ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
  • ପୁରୀ ମୁନିସିପାଲିଟି ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ସତର୍କତା: ଗୋଟିଏ ଦିନ ପାଇଁ କଡା ନିର୍ଦ୍ଦେଶ ଜାରି କଲେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ
  • ମହିଳାଙ୍କୁ ମିଳିବ ସୁନା କଏନ, ପିଲାଙ୍କୁ ମିଳିବ ୫ ଲକ୍ଷର AI ସ୍କିଲ୍ ଟ୍ରେନିଂ
  • ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ବିଧାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In