• About Us
  • Contact Us
Saturday, August 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଭୂକମ୍ପ, ୨ ମୃତ, ସୁନାମି ସତର୍କତା ଜାରି

by Voice of Victims
August 15, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଭୂକମ୍ପ ଝଟକାରେ ପୁଣି ଥରିଲା ଭାରତର ଦୁଇଟି ସ୍ଥାନ, ଜାଣନ୍ତୁ କ’ଣ ରହିଛି ତୀବ୍ରତା?

ନୂଆଦିଲ୍ଲୀ: ଇଣ୍ଡୋନେସିଆ ତଟ ନିକଟରେ ଶନିବାର ଭୋର ସମୟରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି । ଭୂକମ୍ପର ତୀବ୍ରତା ୭.୭ ରହିଥିବା ଜଣାପଡ଼ିଛି । ଏହା ପରେ ସୁନାମି ଆସିବାର ଆଶଙ୍କାରେ ସତର୍କତା ଜାରି କରାଯାଇଛି। ଭୂକମ୍ପ ପରେ ଅନେକ ଥର ହାଲୁକା ଝଟକା ମଧ୍ୟ ଅନୁଭୂତ ହୋଇଛି। ଭୂକମ୍ପରେ ଅତି କମରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ଓ ଇଣ୍ଡୋନେସିଆ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭୂକମ୍ପ ପରେ ସୁନାମି ଆଶଙ୍କାରେ କିଛି ସମୟ ପାଇଁ ସତର୍କତା ଜାରି କରାଯାଇଥିଲା। ଏହାପରେ ଶହ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

ୟୁରୋପିଆନ୍-ମେଡିଟେରେନିଆନ୍ ସିସ୍ମୋଲୋଜିକାଲ୍ ସେଣ୍ଟର (EMSC) ଅନୁସାରେ, ଭୂକମ୍ପର କେନ୍ଦ୍ର ସମୁଦ୍ର ଭିତରେ ଥିଲା । ଏହାର ଗଭୀରତା ପ୍ରାୟ ୩୫ କିଲୋମିଟର ଥିଲା । ସ୍ଥାନୀୟ ସମୟ ଅନୁସାରେ ଭୋର ପ୍ରାୟ ୪ଟା ୫୮ ମିନିଟରେ ଏହି ଭୂକମ୍ପ ରେକର୍ଡ ହୋଇଥିଲା । ମୁଖ୍ୟ ଭୂକମ୍ପ ପରେ ଅତି କମରେ ତିନୋଟି ପରବର୍ତ୍ତୀ ଝଟକା ବା ଆଫ୍ଟରଶକ୍ ମଧ୍ୟ ରେକର୍ଡ ହୋଇଛି। ଏହା ଫଳରେ ଆଗକୁ ଆହୁରି ଝଟକା ହେବାର ଆଶଙ୍କା ରହିଛି।

ଇଣ୍ଡୋନେସିଆର ପାଣିପାଗ ଓ ଭୂଭୌତିକ ବିଜ୍ଞାନ ସଂସ୍ଥା BMKG ପକ୍ଷରୁ କିଛି ଅଞ୍ଚଳ ପାଇଁ ତୁରନ୍ତ ସୁନାମି ସତର୍କତା ଜାରି କରାଯାଇଛି । ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଭୂକମ୍ପର ପ୍ରଭାବ କେଉଁ ଅଞ୍ଚଳରେ ଅଧିକ ହୋଇପାରେ, ସେନେଇ ମଧ୍ୟ ଆକଳନ କରାଯାଉଛି। ଅନ୍ୟପଟେ, ଅଷ୍ଟ୍ରେଲିଆର ସୁନାମି ସତର୍କତା ସଂସ୍ଥା କହିଛି ଯେ ଏହି ଭୂକମ୍ପ ଯୋଗୁଁ ଅଷ୍ଟ୍ରେଲିଆର ମୁଖ୍ୟ ଭୂଭାଗ, ଦ୍ୱୀପ କିମ୍ବା ଅନ୍ୟ ଅଞ୍ଚଳ ପାଇଁ କୌଣସି ସୁନାମି ବିପଦ ନାହିଁ।

ସମୁଦ୍ର ଭିତରେ ଭୂକମ୍ପ ହୋଇଥିବାରୁ ଇଣ୍ଡୋନେସିଆର ଭୂଭାଗରେ ଏହାର ପ୍ରଭାବ କେତେ ରହିଛି, ତାହା ଏବେ ସ୍ପଷ୍ଟ ହୋଇନାହିଁ । ଏପର୍ଯ୍ୟନ୍ତ ଜୀବନହାନି କିମ୍ବା ବଡ଼ ଧରଣର କ୍ଷୟକ୍ଷତି ନେଇ କୌଣସି ଖବର ମିଳିନାହିଁ। ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିବା ସହ ଅଧିକ ସୂଚନାକୁ ଅପେକ୍ଷା କରୁଛନ୍ତି।

Post Views: 8
Share196Tweet123Send
Voice of Victims

Voice of Victims

Recent Posts

  • ପତଞ୍ଜଳି ଯୋଗପୀଠ ପକ୍ଷରୁ ସ୍ବାଧୀନତା ଦିବସ ପାଳନ
  • ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଭୂକମ୍ପ, ୨ ମୃତ, ସୁନାମି ସତର୍କତା ଜାରି
  • ଲଘୁଚାପ ପରେ ପୁଣି ଲଘୁଚାପ, ରାଜ୍ୟର ୩୦ ଜିଲ୍ଲାକୁ ବର୍ଷା ସତର୍କତା
  • ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, କହିଲେ…
  • ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In