ରଣପୁର,୨୬/୧(): ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫ୍ରେଣ୍ଡସ ସ୍ପୋର୍ଟସ କ୍ଳବ୍ ଆନୁକୁଲ୍ୟରେ ସଧାରଣତନ୍ତ୍ର ଦିବସ ରାଜସୁନାଖଳା ମହୋତ୍ସବ ପଡିଆରେ ପାଳିତ ହୋଇଯାଇଛି।ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ବାଚସ୍ପତି ସୁରମା ପାଢୀ ଯୋଗ ଦେଇ ଥିଲେ ସମ୍ମାନିତ ଅତିଥି ଭାବରେ ରାଜସୁନାଖଳାର ଯୁବ ସରପଞ୍ଚ ତଥା ସମାଜ ସେବୀ ଚିତ୍ତ ରଞ୍ଜନ ପ୍ରଧାନ ଯୋଗ ଦେଇ ଥିଲେ। ଶ୍ରୀମତୀ ପାଢ଼ୀ ପତାକା ଉତ୍ତୋଳନ କରିଥିଲେ । ଏଥିସହ ଜାତୀୟ ସଙ୍ଗୀତ ଗାନ କରାଯାଇ ।
ଭାରତ ମାତା କି ଜୟ ଧ୍ବନିରେ ଚତୁର ଦିଗ ପ୍ରକମ୍ପିତ ହୋଇ ଉଠିଥିଲା। ଅତିଥିଙ୍କୁ ପାଛୋଟି ନେବା ପାଇଁ ମାସ୍ ପ୍ୟାରେଡର ସୁବ୍ୟବସ୍ଥା କରାଯାଇ ଥିଲା। ଏହି ପ୍ୟାରେଡରେ ୧୮ଗୋଟି ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା କୃତ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ରାଜସୁନାଖଳାର ସମସ୍ତ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ମହୋତ୍ସବ ପଡିଆରେ ଥିବା ଦୁଇ ଅଙ୍ଗନବାଡ଼ି କେନ୍ଦ୍ର ଉଦ୍ଘାଟନ କରା ଯାଇ ଥିବା ବେଳେ ରଘୁନାଥ ପୁର ଠାରେ ଥିବା କଲ୍ୟାଣ ମଣ୍ଡପର ମଧ୍ୟ ଶ୍ରୀମତୀ ପାଢ଼ୀ ଉଦ୍ଘାଟନ କରିଥିଲେ।
