• About Us
  • Contact Us
Friday, October 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

‘କିଟ୍ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି’କୁ ଉଦଘାଟନ କଲେ ଓମ୍ ବିର୍ଲା

by Voice of Victims
October 27, 2024
in ମୁଖ୍ୟ ଖବର, ରାଜ୍ୟ
‘କିଟ୍ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି’କୁ ଉଦଘାଟନ କଲେ ଓମ୍ ବିର୍ଲା

ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ବିଶ୍ୱବିଦ୍ୟାଳୟ ଠାରେ ‘କିଟ୍ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି’କୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏପରି ଏକ ଶିକ୍ଷାନୁଷ୍ଠାନ ଖୋଲିଥିବାରୁ ସେ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ବିର୍ଲା କହିଛନ୍ତି, ଯେକୌଣସି ସମାଜର ଗଠନ ଏବଂ ନାଗରିକଙ୍କ ଜୀବନକୁ ପ୍ରଭାବିତ କରିବାରେ ‘ଲୋକ ନୀତି’ ବା ପବ୍ଲିକ୍ ପଲିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମାଜର ଅଧିକାଂଶ ନାଗରିକ ନୀତି ନିର୍ଦ୍ଧାରଣରେ ଯୋଗଦାନ କରିବା ଉଚିତ୍ ବୋଲି ସେ ମତପ୍ରକାଶ କରିଛନ୍ତି। ଜନପ୍ରତିନିଧି ଓ ଜନସାଧାରଣଙ୍କ ମଧ୍ୟରେ ଆଲୋଚନାର ସେତୁ ସକ୍ରିୟ ଓ ଜୀବନ୍ତ ହେବା ଦରକାର, ଯାହାଦ୍ୱାରା ଲୋକାଭିମୁଖୀ ଆଇନ ଓ ନୀତି ପ୍ରଣୟନ ହୋଇପାରିବ ବୋଲି ବାଚସ୍ପତି କହିଛନ୍ତି। ଶ୍ରୀ ବିର୍ଲା ଆହୁରି କହିଛନ୍ତି, ଆଜିର ସମୟରେ ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି)ର ବ୍ୟବହାର ଲୋକ ନୀତି ନିର୍ଦ୍ଧାରଣରେ ସାଧାରଣ ଜନତାଙ୍କ ଅଂଶଗ୍ରହଣ ବୃଦ୍ଧି କରିପାରିଛି। ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ଲୋକଙ୍କ ନୀତି ପ୍ରଣୟନରେ ସକ୍ରିୟ ଅଂଶଗ୍ରହଣ ସହିତ ନୀତି ନିର୍ଦ୍ଧାରଣ ପାଇଁ ନିଜର ମତାମତ ଦେବା ଉଚିତ। ଯାହା ଫଳରେ ପ୍ରସ୍ତୁତ ନୀତି ଏବଂ ଆଇନ ଅଧିକ ପ୍ରାସଙ୍ଗିକ ଏବଂ ସ୍ୱଚ୍ଛ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏଥିପୂର୍ବରୁ ବାଚସ୍ପତି ଶ୍ରୀ ବିର୍ଲା କିସ୍ ପରିସରରେ ଜନଜାତି ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିଥଲେ ଏବଂ ସେମାନଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବାକୁ ପରାମର୍ଶ ଦେଇଥିଲେ।

Post Views: 72
Share199Tweet124Send
Voice of Victims

Voice of Victims

Recent Posts

  • ନୟାଗଡ଼ରେ ନଭେମ୍ବର ୪ ଓ ୫ରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ; ‘VB-YLD ୨୦୨୭’ ‘ନିଶାମୁକ୍ତ ଯୁବ ସମାଜ, ବିକଶିତ ଭାରତ’ ଥିମ୍‌ରେ ହେବ ୫ଟି ପ୍ରତିଯୋଗିତା, ୧୫ରୁ ୨୯ ବର୍ଷୀୟ ଯୁବକଯୁବତୀଙ୍କୁ ଭାଗ ନେବାକୁ ଆହ୍ୱାନ
  • ଭୟଙ୍କର ଭୂମିକମ୍ପରେ ଥରିଲା ତିବ୍ଦତ, ୧୬ ମୃତ, ୪୦ରୁ ଅଧିକ ଆହତ
  • ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ବଡ଼ ପଦକ୍ଷେପ, ନ୍ୟୁୟର୍କରେ ଘୋଡ଼ାଗାଡ଼ି ଉପରେ ଲାଗିବ ପ୍ରତିବନ୍ଧକ!
  •  ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ୧୭୦ କୋଟିର ଡାଟା ସେଣ୍ଟର କରିବେ ଉଦ୍‌ଘାଟନ
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୬ରେ ବାତ୍ୟା ସମ୍ଭାବନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In