• About Us
  • Contact Us
Friday, October 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନୟାଗଡ଼ରେ ନଭେମ୍ବର ୪ ଓ ୫ରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ; ‘VB-YLD ୨୦୨୭’ ‘ନିଶାମୁକ୍ତ ଯୁବ ସମାଜ, ବିକଶିତ ଭାରତ’ ଥିମ୍‌ରେ ହେବ ୫ଟି ପ୍ରତିଯୋଗିତା, ୧୫ରୁ ୨୯ ବର୍ଷୀୟ ଯୁବକଯୁବତୀଙ୍କୁ ଭାଗ ନେବାକୁ ଆହ୍ୱାନ

by Voice of Victims
October 23, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନୟାଗଡ଼ରେ ନଭେମ୍ବର ୪ ଓ ୫ରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ; ‘VB-YLD ୨୦୨୭’ ‘ନିଶାମୁକ୍ତ ଯୁବ ସମାଜ, ବିକଶିତ ଭାରତ’ ଥିମ୍‌ରେ ହେବ ୫ଟି ପ୍ରତିଯୋଗିତା, ୧୫ରୁ ୨୯ ବର୍ଷୀୟ ଯୁବକଯୁବତୀଙ୍କୁ ଭାଗ ନେବାକୁ ଆହ୍ୱାନ

ରଣପୁର, ୨୨/୧୦: ଯୁବ ପ୍ରତିଭାର ବିକାଶ, କଳା-ସଂସ୍କୃତିର ପ୍ରଚାର ଏବଂ ନିଶାମୁକ୍ତ ସମାଜ ଗଠନର ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲାରେ ଆସନ୍ତା ନଭେମ୍ବର ୪ ଓ ୫ ତାରିଖରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ‘Viksit Bharat Young Leaders Dialogue (VB-YLD) ୨୦୨୭’ ଆୟୋଜିତ ହେବ। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜିଲ୍ଲା ପ୍ରଶାସନ, ନୟାଗଡ଼ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହାର ଆୟୋଜନ କରାଯାଉଛି।

ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ‘Nasha Mukt Yuva for Viksit Bharat’ ଅର୍ଥାତ୍ ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସମାଜ’। ଏହି ଥିମ୍‌କୁ ଆଧାର କରି ଯୁବପିଢ଼ି ମଧ୍ୟରେ ନିଶାମୁକ୍ତିର ବାର୍ତ୍ତା ପ୍ରସାର ସହ ସେମାନଙ୍କର ସୃଜନଶୀଳତା, କଳାତ୍ମକ ପ୍ରତିଭା ଓ ସାମାଜିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରାଯିବ।

ଏହି ମହୋତ୍ସବରେ ପାଞ୍ଚଟି ବିଭାଗରେ ପ୍ରତିଯୋଗିତା ହେବ। ନଭେମ୍ବର ୪ ତାରିଖ ବୁଧବାର ଦିନ କବିତା ଲିଖନ ଓ ନୁକ୍କଡ଼ ନାଟକ ଏବଂ ନଭେମ୍ବର ୫ ତାରିଖ ଗୁରୁବାର ଦିନ ଲୋକନୃତ୍ୟ, ଲୋକଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ।

ଅଂଶଗ୍ରହଣ ପାଇଁ ନିୟମାବଳୀ:
୧୫ରୁ ୨୯ ବର୍ଷ ବୟସର ଯୁବକଯୁବତୀମାନେ ଏଥିରେ ଭାଗ ନେଇପାରିବେ। ତେବେ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ, ୧୭ ଅଗଷ୍ଟ ୨୦୨୬ ତାରିଖ ସୁଦ୍ଧା ବୟସ ଗଣନା କରାଯିବ। ପ୍ରତିଯୋଗୀମାନେ କେବଳ ଗୋଟିଏ ବିଭାଗରେ ଅଂଶଗ୍ରହଣ କରିପାରିବେ। ପୂର୍ବବର୍ଷ ସାଂସ୍କୃତିକ ବିଭାଗରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ ଏଥର ଯୋଗ୍ୟ ବିବେଚିତ ହେବେ ନାହିଁ। ସମସ୍ତଙ୍କ ପାଇଁ MY Bharat ପୋର୍ଟାଲ୍‌ ମାଧ୍ୟମରେ ପଞ୍ଜୀକରଣ ବାଧ୍ୟତାମୂଳକ।

ଲୋକନୃତ୍ୟ ଓ ଲୋକଗୀତ ପାଇଁ ୭ ଜଣ ପ୍ରତିଯୋଗୀଙ୍କ ସହ ୩ ଜଣ ସହାୟକ ସଦସ୍ୟଙ୍କୁ ନେଇ ଦଳ ଗଠନ କରାଯାଇପାରିବ। ନୁକ୍କଡ଼ ନାଟକରେ ସର୍ବାଧିକ ୧୦ ଜଣ ଅଂଶଗ୍ରହଣ କରିପାରିବେ। ଚିତ୍ରାଙ୍କନ ଓ କବିତା ଲିଖନ ବ୍ୟକ୍ତିଗତ ବିଭାଗ ହେବ। କବିତା ଲିଖନ ପାଇଁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ସୁଯୋଗ ରହିଛି।

ଦଳଗତ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଯଥାକ୍ରମେ ୧୦ ହଜାର, ୭,୫୦୦ ଓ ୫ ହଜାର ଟଙ୍କା ରହିଥିବା ବେଳେ ବ୍ୟକ୍ତିଗତ ବିଭାଗରେ ଯଥାକ୍ରମେ ୩ ହଜାର, ୨ ହଜାର ଓ ୧ ହଜାର ଟଙ୍କା ପୁରସ୍କାର ରହିଛି। ନିର୍ଦ୍ଦିଷ୍ଟ ବିଭାଗର ବିଜେତାମାନଙ୍କ ମଧ୍ୟରୁ ଯୋଗ୍ୟ ପ୍ରତିଯୋଗୀ ଓ ଦଳ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହେବେ।

ଏହି ଅବସରରେ ଜିଲ୍ଲାର ସମସ୍ତ ଯୋଗ୍ୟ ଯୁବକଯୁବତୀଙ୍କୁ ପଞ୍ଜୀକରଣ କରି ନିଜ ପ୍ରତିଭା ପ୍ରଦର୍ଶନ ସହ ନିଶାମୁକ୍ତ ଓ ବିକଶିତ ଭାରତ ଗଠନରେ ସହଭାଗୀ ହେବାକୁ ଆହ୍ୱାନ ଦିଆଯାଇଛି।

ଯୋଗାଯୋଗ: ସରୋଜ – ୯୬୯୨୬୨୪୨୧୬, ନିର୍ମଳ – ୮୧୪୪୫୮୧୮୨୮।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ନୟାଗଡ଼ରେ ନଭେମ୍ବର ୪ ଓ ୫ରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ; ‘VB-YLD ୨୦୨୭’ ‘ନିଶାମୁକ୍ତ ଯୁବ ସମାଜ, ବିକଶିତ ଭାରତ’ ଥିମ୍‌ରେ ହେବ ୫ଟି ପ୍ରତିଯୋଗିତା, ୧୫ରୁ ୨୯ ବର୍ଷୀୟ ଯୁବକଯୁବତୀଙ୍କୁ ଭାଗ ନେବାକୁ ଆହ୍ୱାନ
  • ଭୟଙ୍କର ଭୂମିକମ୍ପରେ ଥରିଲା ତିବ୍ଦତ, ୧୬ ମୃତ, ୪୦ରୁ ଅଧିକ ଆହତ
  • ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ବଡ଼ ପଦକ୍ଷେପ, ନ୍ୟୁୟର୍କରେ ଘୋଡ଼ାଗାଡ଼ି ଉପରେ ଲାଗିବ ପ୍ରତିବନ୍ଧକ!
  •  ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ୧୭୦ କୋଟିର ଡାଟା ସେଣ୍ଟର କରିବେ ଉଦ୍‌ଘାଟନ
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୬ରେ ବାତ୍ୟା ସମ୍ଭାବନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In