• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଏକ ନମ୍ବର ହାଟ ଫୁଟପାଥରୁ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ

by Voice of Victims
October 31, 2024
in ମୁଖ୍ୟ ଖବର, ରାଜ୍ୟ
ଏକ ନମ୍ବର ହାଟ ଫୁଟପାଥରୁ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ବରର ଏକ ନମ୍ବର ହାଟ ପାଖରେ ଥିବା ରାଜ ରାସ୍ତାର ଫୁଟ ପାଥରେ ଅନେକ ଦୋକାନୀ ସେମାନଙ୍କ ଜିନିଷ ବିକନ୍ତି। ପୂଜା ପାର୍ବଣରେ ବହୁ ପରିମାଣରେ ପୂଜା ସାମଗ୍ରୀ ମଧ୍ୟ ବିକ୍ରି ହୁଏ। କିନ୍ତୁ, ଆଜି ସେହି ଦୋକାନୀ ମାନଙ୍କ ପାଇଁ ଥିଲା ଏକ ଅଭୂତପୂର୍ବ ଆନନ୍ଦର ଦିନ। ଆଜି ଥିଲା ଦିପାବଳି। ଲୋକଙ୍କ ଗହଣରେ ଜିନିଷ ବିକୁଥିବା ବେଳେ ହଠାତ୍ ଆସି ପହଞ୍ଚି ଗଲେ ମୁଖ୍ୟମନ୍ତ୍ରୀ ନିଜେ। ଦୀପାବଳି ସାମଗ୍ରୀ ବିକ୍ରି କରୁଥିବା ମାଉସୀ ତ୍ରିବେଣୀ ସାହୁ ହୋଇ ଯାଇଥିଲେ ଆଶ୍ଚର୍ଯ୍ୟ ଚକିତ। ମୁଖ୍ୟମନ୍ତ୍ରୀ ସପତ୍ନିକ ଯାଇଥିଲେ। ଦିପ, ସଲିତା, ତେଲ, ନଡ଼ିଆ, ମାଟିର ଦୀପ ଦାନି ଆଦି ଅନେକ ଜିନିଷ ଦେଖିଲେ। ପଚାରିଲେ ଦୀପ ସବୁ ଆମ ଓଡ଼ିଶାରେ ତିଆରି ହୋଇଛି ନା ନାହିଁ। ସେମାନେ କହିଲେ, ହଁ, ସବୁ ଆମ ଓଡ଼ିଶାର କାରିଗର ତିଆରି କରିଛନ୍ତି। ତା ପରେ, ମୁଖ୍ୟମନ୍ତ୍ରୀ ସବୁ ଜିନିଷ କିଣିଲେ। ଆଉ କିଛି ଦୋକାନୀ ରଘୁନାଥ ବାରିକ, ମନୋରଞ୍ଜନ ରାଉତଙ୍କ ଠାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ପୂଜା ସାମଗ୍ରୀ କିଣିଥିଲେ। ମୁଖ୍ୟମନ୍ତ୍ରୀ ଏହା ପରେ ସେଠାରେ ପହଞ୍ଚିଥିବା ଗଣ ମାଧ୍ୟମକୁ ବକ୍ତବ୍ୟ ଦେଇ କହିଲେ ଯେ ଆଗରୁ ବିଧାୟକ ଥିବା ବେଳେ ମୁଁ ଏହି ପାଖରେ ରହୁଥିଲି। ଏହି ବ୍ୟବସାୟୀ ମାଉସୀ ଓ ମଉସା ମାନଙ୍କ ଠାରୁ ଜିନିଷ କିଣୁ ଥିଲି। ଆଜି ମଧ୍ୟ କିଛି ପରିବର୍ତ୍ତନ ହୋଇ ନାହିଁ। ଆମର ଏହି ଓଡ଼ିଆ ମା ମାଉସୀ ମାନେ ଛୋଟ ଦୋକାନୀ। ସ୍ଥାନୀୟ ଉତ୍ପାଦ ବିକ୍ରି କରୁଛନ୍ତି। ତେଣୁ, ସେମାନଙ୍କ ଠାରୁ ଜିନିଷ କିଣିଲେ ସ୍ଥାନୀୟ କାରିଗର ଓ ବ୍ୟବସାୟୀ ମାନଙ୍କର ବ୍ୟବସାୟ ଚାଲିବ ଓ ସେମାନଙ୍କୁ ପ୍ରୋତ୍ସାହନ ମିଳିବ। ଏହା ଆମ ଓଡ଼ିଆ ଅସ୍ମିତାକୁ ଆଗକୁ ନେବ। ଓଡ଼ିଆ ଭାବରେ ଏହା ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ସେ କହିଥିଲେ।ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ସେଠାରୁ କେନ୍ଦୁଝର ଗସ୍ତରେ ବାହାରିଥିଲେ।

Post Views: 43
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In