• About Us
  • Contact Us
Wednesday, August 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରାଷ୍ଟ୍ରୀୟ ଏକତା ଦିବସରେ ବର୍ଷିଲେ ମୋଦି, କହିଲେ- ଭାରତ ସହ ଲାଗିଲେ ଛାଡ଼ିବୁନି

by Voice of Victims
October 31, 2024
in ଦେଶ ବିଦେଶ, ମୁଖ୍ୟ ଖବର
ରାଷ୍ଟ୍ରୀୟ ଏକତା ଦିବସରେ ବର୍ଷିଲେ ମୋଦି, କହିଲେ- ଭାରତ ସହ ଲାଗିଲେ ଛାଡ଼ିବୁନି

ନୂଆଦିଲ୍ଲୀ: ଗୁଜରାଟ କେୱାଡିଆରୁ ଆତଙ୍କବାଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନାଲିଆଖି। ଯିଏ ବି ଭାରତ ସହ ଲାଗିବ ତାକୁ ଛଡ଼ାଯିବନି। ଆତଙ୍କୀଙ୍କୁ ଏଭଳି ଢଙ୍ଗରେ ଖୋଲା ଚେତାବନୀ ଦେଇଛନ୍ତି ପିଏମ୍ ମୋଦି। ଏଥିସହ ଅର୍ବାନ ନକ୍ସଲକୁ ଟାର୍ଗେଟ କରିଛନ୍ତି। ଭାରତ ୱାନ ନେସନ ୱାନ ଇଲେକ୍ସନ ଓ ସେକୁଲାର ସିଭିଲ କୋଡ ଦିଗରେ ଆଗକୁ ବଢୁଛି ବୋଲି ମୋଦି କହିଛନ୍ତି। ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ସମଗ୍ର ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ । ଏହି ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଜନତାଙ୍କୁ ଏକତାର ଶପଥ ପାଠ କରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ପୂର୍ବ ସରକାର ଉପରେ ବର୍ଷିଛନ୍ତି ପିଏମ୍। ପୂର୍ବ ସରକାରଙ୍କ ନୀତି ଓ ଭେଦଭାବ ମନୋଭାବ ଦେଶର ଏକତାକୁ ଦୁର୍ବଳ କରିଥିଲା। ଗତ ୧୦ ବର୍ଷରେ ଦେଶରେ ସୁଶାସନର ନୂଆ ମଡେଲ ଭେଦଭାବକୁ ସମାପ୍ତ କରିଛି ବୋଲି ମୋଦି କହିଛନ୍ତି। ସେ କହିଛନ୍ତି, ଆମେ ବର୍ତ୍ତମାନ ‘ୱାନ ନେଶନ ୱାନ ଇଲେକ୍ସନ’ ଦିଗରେ କାର୍ଯ୍ୟ କରୁଛୁ, ଯାହା ଭାରତର ଗଣତନ୍ତ୍ରକୁ ମଜବୁତ କରିବ, ଭାରତର ସମ୍ବଳର ସର୍ବୋତ୍ତମ ଉପଯୋଗ କରିବ ଏବଂ ଏକ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବାରେ ଦେଶକୁ ନୂତନ ଗତି ଦେବ। ଆଜି ଦେଶ ‘ଓ୍ବାନ ନେସନ ୱାନ ସିଭିଲ କୋଡ’ ବା ୟୁସିସି ବା ୟୁନିଫର୍ମ ସିଭିଲ କୋଡ ଆଡକୁ ଗତି କରୁଛି, ଯାହା ଏକ ଧର୍ମନିରପେକ୍ଷ ସିଭିଲ କୋଡ।

Post Views: 51
Tags: On National Unity Day
Share199Tweet124Send
Voice of Victims

Voice of Victims

Recent Posts

  • ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ
  • ଦିଲ୍ଲୀରେ ଖୁବ୍ ଶୀଘ୍ର ‘ଜନ୍ତର ମନ୍ତର ସିଜିନ୍ ୨’!
  • ରେମୁଣାରେ “ତ୍ରୀରଙ୍ଗା ପଦଯାତ୍ରା” ଅନୁଷ୍ଠିତ
  • ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଏନ୍. ଚନ୍ଦ୍ରଶେଖର, ୨୦୨୭ ରେ ସରିବ କାର୍ଯ୍ୟକାଳ
  • “ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In