ବାଲେଶ୍ଵର (ଭିଓଭି) : – ରେମୁଣାରେ ” ତ୍ରୀରଙ୍ଗା ପଦଯାତ୍ରା ” ଅନୁଷ୍ଠିତ ହୋଇଯାଇଛି । ମନ୍ଦିରଛକ ରୁ ଆରମ୍ଭ ହୋଇ ତାରିଣି ଛକ , ହାତିଆଗଣ୍ଡଛକ ମଧ୍ୟ ଦେଇ ମନ୍ଦିରଛକ ଠାରେ ସମାପନ ହୋଇଥିଲା । ଏହି ବିଶାଳ ଶୋଭାଯାତ୍ରାରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇଥିଲେ ।
ସମାଜସେବୀ ସରୋଜ ବେହେରା , କାଉନସିଲର ଶିବଶଙ୍କର ରାୟ , ମଣ୍ଡଳ ସଭାପତି ମାୟାଧର ପ୍ରଧାନ , କାହ୍ନୁଚରଣ ବେହେରା , ଇତିଶ୍ରୀ ଜେନା , ପ୍ରମୁଖ ସହଯୋଗ କରିଥିଲେ । ମିଶନଶକ୍ତି ର କାର୍ଯ୍ୟକର୍ତ୍ତା ,ଏସ୍ ଏତ ଜି ର ମହିଳା ମାନେ ଯୋଗ ଦେଇ ସ୍ଲୋଗାନ ଦେଇଥିଲେ ।
