• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ହାଇକୋର୍ଟରେ ନିଯୁକ୍ତି ପାଇଲେ ୩୬ଜଣ ସରକାରୀ ଓକିଲ

by Voice of Victims
November 1, 2024
in ମୁଖ୍ୟ ଖବର, ରାଜ୍ୟ
ହାଇକୋର୍ଟରେ ନିଯୁକ୍ତି ପାଇଲେ ୩୬ଜଣ ସରକାରୀ ଓକିଲ

ଭୁବନେଶ୍ୱର: ରାଜ୍ୟ ସରକାର  ୩୬ଜଣ ବରିଷ୍ଠ ଓକିଲଙ୍କୁ ଓଡ଼ିଶା ହାଇକୋର୍ଟରେ ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ୪୭ଜଣଙ୍କୁ ହାଇକୋର୍ଟରେ ‘ଷ୍ଟାଣ୍ଡିଂ କାଉନସେଲ’ ଭାବେ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଅବସ୍ଥାପିତ କରାଯାଇଛି । ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଜୁନ୍ ୧୨ତାରିଖରେ ଶପଥ ନେବାର ପ୍ରାୟ ୪୦ଦିନ ପରେ ଜୁଲାଇ ୧୯ତାରିଖରେ ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ୟ୍ୟଙ୍କୁ ଆଡଭୋକେଟ୍ ଜେନେରାଲ(ଏଜି) ଭାବେ ନିଯୁକ୍ତି ଦେଇଥିଲେ । ଆଉ ଏଜିଙ୍କ ନିଯୁକ୍ତିର ପ୍ରାୟ ୩ମାସ ପରେ ଅର୍ଥାତ୍ ଆଜି ରାଜ୍ୟ ସରକାର ଏହି ୩୬ଜଣ ବରିଷ୍ଠ ଓକିଲଙ୍କୁ ‘ଗଭର୍ଣ୍ଣମେଂଟ ଆଡଭୋକେଟ୍ ବା ସରକାରୀ ଓକିଲ’ ଭାବେ ନିଯୁକ୍ତି ଦେଇଥିବା ଜଣାପଡ଼ିଛି । ଏହି ଓକିଲମାନେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଲ’ ଅଫିସର ଭାବେ ବିଭିନ୍ନ ମାମଲାରେ ପକ୍ଷ ରଖିବେ ଓ ଏଜିଙ୍କ ନିର୍ଦ୍ଦେଶରେ କାର୍ୟ୍ୟ କରିବେ ବୋଲି ସୂଚନା ମିଳିଛି । ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ହାଇକୋର୍ଟରେ ସରକାରୀ ଓକିଲ ଭାବେ କୈଳାସ ଚନ୍ଦ୍ର କରଙ୍କୁ ନିଯୁକ୍ତି ଦିଆଯାଇଛି । ଆଉ ହାଇକୋର୍ଟରେ ‘ଅତିରିକ୍ତ ସରକାରୀ ଓକିଲ’ ଭାବେ ଅନ୍ୟ ୩୫ଜଣ ବରିଷ୍ଠ ଓକିଲଙ୍କୁ ଅବସ୍ଥାପିତ କରାଯାଇଛି । ସେମାନେ ହେଲେ ଦେବେନ୍ଦ୍ର କୁମାର ସାହୁ, ବିବେକାନନ୍ଦ ନାୟକ, ସଞ୍ଜିବ କୁମାର ସ୍ୱାଇଁ, ସରୋଜ କୁମାର ଜୀ, ଜୟନ୍ତ କୁମାର ବଳ, ବିମ୍ବିସାର ଦାଶ, ଉମେଶ ଚନ୍ଦ୍ର ବେହୁରା, ସର୍ବେଶ୍ୱର ବେହେରା, ଅଯୋଧ୍ୟା ରଞ୍ଜନ ଦାଶ, ଗୋପାଳ କୁମାର ଅଗ୍ରୱାଲ, ଦୟାନିଧି ଲେଙ୍କା, ସତ୍ୟବ୍ରତ ମହାନ୍ତି, ଜଟେଶ୍ୱର ନାୟକ, ସୂର୍ୟ୍ୟନାରାୟଣ ପଟ୍ଟନାୟକ, ଦେବାଶୀଷ ତ୍ରିପାଠୀ, ଶୁଭ ବିକାଶ ପଣ୍ଡା, ବିଭୂପ୍ରସାଦ ନାୟକ, ଉଦିତ ରଞ୍ଜନ ଜେନା, ମାନସ ରଞ୍ଜନ ମହାନ୍ତି, ଗୌତମ ତ୍ରିପାଠୀ, ପ୍ରବୀର କୁମାର ରାୟ, ପାର୍ଥସାରଥୀ ନାୟକ, ଦେବାଶୀଷ ନାୟକ, ଅରବିନ୍ଦ ତ୍ରିପାଠୀ, ବବିତା କୁମାରୀ ସାହୁ, ଶାଶ୍ୱତ କୁମାର ଦାସ, ସଞ୍ଜୟ ରଥ, ଚନ୍ଦ୍ରକାନ୍ତ ପ୍ରଧାନ, ଚିତ୍ତରଞ୍ଜନ ସ୍ୱାଇଁ, ଦେବରଞ୍ଜନ ମହାପାତ୍ର, ତପନ କୁମାର ଦାଶ, ସୁମନ ପଟ୍ଟନାୟକ, ରଜନୀ ଭୂଷଣ ମିଶ୍ର, ଦେବରାଜ ମହାନ୍ତି ଓ ଅଶୋକ କୁମାର ଆପଟ୍ଟଙ୍କୁ ଆଡସିନାଲ ଗଭର୍ଣ୍ଣମେଂଟ ଆଡଭୋକେଟ(ଅତିରିକ୍ତ ସରକାରୀ ଓକିଲ) ଭାବେ ନିଯୁକ୍ତି ମିଳିଛି । ସେହିପରି ଓଡ଼ିଶା ହାଇକୋର୍ଟରେ ଜଣେ ଷ୍ଟାଣ୍ଡିଂ କାଉନସେଲ ଭାବେ ଜ୍ଞାନଲୋକ ମହାନ୍ତିଙ୍କୁ ନିଯୁକ୍ତି ମିଳିଥିବାବେଳେ ଅନ୍ୟ ୪୬ଜଣ ବରିଷ୍ଠ ଓକିଲଙ୍କୁ ‘ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ’ରେ ଅବସ୍ଥାପିତ କରାଯାଇଛି ।

Post Views: 45
Share199Tweet125Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In