• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବିଜେପି (ଏନଡିଏ) ଓ କଂଗ୍ରେସ (ଇଣ୍ଡିଆ) ମେଣ୍ଟ ରାଜନୀତି

by Voice of Victims
December 20, 2023
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ବିଜେପି (ଏନଡିଏ) ଓ କଂଗ୍ରେସ (ଇଣ୍ଡିଆ) ମେଣ୍ଟ ରାଜନୀତି

ସଦ୍ୟ ସମାପ୍ତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଅନେକ ଅକୁହା କଥାଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଏହି ତିନିଟି ରାଜ୍ୟରେ ବିଜେପିର ବିଜୟ ପରେ ମୋଦୀ ମ୍ୟାଜିକ୍‌ର ଯେ ଗୁରୁତ୍ୱ ଅଛି ସେକଥାକୁ କେହି ଅସ୍ୱୀକାର କରିବେନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମ୍ୟାଜିକ୍‌, ବିଜେପି ର ଚତୁର ଚାଣକ୍ୟ ଗୃହ ମନ୍ତ୍ରୀ ଅମିତ୍ ସାହାଙ୍କ ରଣନୀତି, ଦଳୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ପ୍ରଚାର କୈାଶଳ ଏବଂ ସର୍ବୋପରି ତିନି ରାଜ୍ୟର ମୁଖ୍ୟ ନେତାମାନେ ଏକତ୍ରିତ ହୋଇ ଜିତିବାକୁ ପଣ କରିବା ହିଁ ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ଆଣିଦେଲା ।
ସାନ୍ତ୍ୱନାର କଥା ଏହିକିଯେ ବିଜେପିର ଏହି ବିପୁଳ ବିଜୟ କିନ୍ତୁ ସର୍ବ ପୁରାତନ ଜାତୀୟ ଦଳକୁ ମୂଳପୋଛ କରିପାରିନାହିଁ । ରାଜନୈତିକ ବିଷାରଦମାନଙ୍କ ମତରେ ବିଜେପି ଜିତିବାକୁ ଲଢିଲା ତେଣୁ ଜିତିଲା । କଂଗ୍ରେସ ଦଳ ନିଜନିଜ ଭିତରେ ଲଢି ହାରିଲା । ଲୋକସଭା ନିର୍ବାଚନ ପୂର୍ବରୁ ଏହି ଚାରି ରାଜ୍ୟର ନିର୍ବାଚନ ଫଳାଫଳ କଂଗ୍ରେସକୁ କେବଳ ହତୋତ୍ସାହିତ କରିନଥିବ ବରଂ ଅନେକ ସମ୍ଭ୍ୱନା ସତ୍ୱେ କେବଳ ତେଲେଙ୍ଗାନାକୁ ଛାଡିଦେଲେ ଅନ୍ୟ ସବୁଠି ପରାଜୟ ଦଳକୁ ଆଗାମି ଦିନପାଇଁ କଠୋର ପ୍ରସ୍ତୁତି ପାଇଁ ଉଦ୍ୟମ ଆରମ୍ଭ କରିବାକୁ ପ୍ରରୋଚିତ କରିବ । କର୍ଣ୍ଣାଟକ ପରେ ତେଲେଙ୍ଗାନାରେ ବିଜୟ ହେତୁ କଂଗେସ ଦଳ ଦକ୍ଷିଣାଞ୍ଚଳରେ ଭଲ କରିବ ବୋଲି ଏକ ଆଶା ସଂଚାର ହେଇଛି । କିନ୍ତୁ ନିର୍ବାଚନ ପରର ଫଳାଫଳ ପରିସଂଖ୍ୟାନ ଓ ତଥ୍ୟ ବହୁତ ଅଲଗା ଦିଗକୁ ଇଙ୍ଗିତ କରୁଛି । ମିଜୋରାମ, ତେଲେଙ୍ଗାନା, ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଏହି ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ମୋଟ ଉପରେ ୪.୯୨ କୋଟି ଭୋଟ ସହିତ ୨୩୫ ଆସନ ପାଇଛି । ଏବଂ ବିଜେପି ଦଳ ମୋଟ ଉପରେ ୪.୮୨ କୋଟି ଭୋଟ ସହିତ ୩୪୨ ଆସନ ପାଇଛି । ତେଣୁ ରାଜନୈତିକ ବିଚାର ଆଧାରରେ କଂଗ୍ରେସ ଦଳର ରାଜନୈତିକ ଆଶା ଡୁବି ନାହିଁ । ନେତୃତ୍ୟ ନେବାର ଶୈଳୀ ଓ ଠିକଣା ଢଙ୍ଗର ସଂଗଠିତ ପ୍ରଚାର କଂଗ୍ରେସ ଦଳ ପାଇଁ ଆଶାର କିରଣ ସାଜିପାରେ । କଂଗେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ୍‌, ବିଜେପିର ଜେ.ପି.ନଡ୍‌ଦାଙ୍କ ଭଳି ଏତେ ଲୋକପ୍ରିୟ ନୁହଁନ୍ତି । ଅମିତ୍ ସାହାଙ୍କ ନିର୍ବାଚନ ପରିଚାଳନା ଦକ୍ଷତା ସୋନିଆ ଗାନ୍ଧୀଙ୍କ ଆଭିମୁଖ୍ୟ ଠାରୁ ଢେର ଉପରେ । ମୋଦୀଙ୍କ ମ୍ୟାଜିକ୍ ଆଗରେ ରାହୁଲ ଗାନ୍ଧୀଙ୍କ ମ୍ୟାଜିକ୍ ଅତ୍ୟନ୍ତ ଫିକା । ଯେଉଁ ଅନ୍ୟ ଏକ ମୁଖ୍ୟ କାରଣ ପାଇଁ କଂଗ୍ରେସ ଉପରୋକ୍ତ ରାଜ୍ୟଗୁଡିକରେ ହାରିଲା ତା’ ହେଉଛି ରାଜସ୍ଥାନରେ ଗେହଲଟ୍‌-ପାଇଲଟ୍‌, ମଧ୍ୟ ପ୍ରଦେଶରେ କମଳନାଥ-ଦିଗବିଜୟ ସିଂହ, ଛତିଶଗଡ଼ରେ ଭୁପେଶ ବଘେଲ୍‌-ଟି.ଏସ ସିଂହଦେଓ ପରସ୍ପର ମଧ୍ୟରେ ଲଢ଼ୁଥିଲେ । ଇଣ୍ଡିଆ ମେଣ୍ଟର ଅନ୍ୟ ସହଯୋଗୀ ସଦସ୍ୟ ଦଳଙ୍କ ସହ ଆସନ ବଣ୍ଟୁଆରା ନକରି ଏକେଲା ଲଢିବାର ଜିଦି ମଧ୍ୟ ପରାଜୟର ଅନ୍ୟତମ କାରଣ । ତେଣୁ ଆଗାମି ଲୋକସଭା ନିର୍ବାଚନ ରେ ମେଣ୍ଟ ଧର୍ମ ପାଳନ ପୂର୍ବକ ପରସ୍ପର ଭିତରେ ଗୋଷ୍ଠୀକନ୍ଦଳ ନକରି ବୁଝାମଣା କରି ଲଢ଼ିଲେ ଫଳାଫଳ ଅଲଗା ହେଇପାରେ ।

କୈଳାସ ଚନ୍ଦ୍ର ଶତପଥୀ
ଆଇନଜୀବୀ, ଓଡିଶା ହାଇକୋର୍ଟ, କଟକ-୨
ମୋ-୯୯୩୭୦୧୦୫୭୧

Post Views: 192
Share201Tweet126Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In