• About Us
  • Contact Us
Monday, July 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଆସୁଛି ଆଉ ଏକ ଲଘୁଚାପ !

by Voice of Victims
November 8, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଆସୁଛି ଆଉ ଏକ ଲଘୁଚାପ !

ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ସୂଚନା ଦେଇଛି। ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟଟି ଲଘୁଚାପର ରୂପ ନେଇପାରେ। ଲଘୁଚାପରେ ପରିଣତ ହେବା ପରେ ଏହା ପଶ୍ଚିମ ଦିଗକୁ ଗତି କରିବ। ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ଏହା ତାମିଲନାଡୁ ଓ ଶ୍ରୀଲଙ୍କା ଆଡ଼େ ମୁହାଁଇବ। ଏହାର ପ୍ରଭାବରେ ୧୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ତାମିଲନାଡୁ, କେରଳ ଓ ପୁଡୁଚେରୀରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଆକଳନ କରିଛି।ଅନ୍ୟପକ୍ଷରେ ଶୀତ ଉଡାଇନେଲା ବାତ୍ୟା ‘ଦାନା’। ସ୍ୱାଭାବିକ ଦିନଠାରୁ ଏକ ମାସ ପଛକୁ ଠେଲିନେଲା ଶୀତ। ନଭେମ୍ବର ୧୫ ତାରିଖ ଭିତରେ ଶୀତ ପଡିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାରଣ ଏବେ ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ପବନ ବହୁଛି। ଏହାର ପ୍ରଭାବରେ ତାପମାତ୍ରା ସ୍ୱାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି। ନଭେମ୍ବର ଶେଷ ଆଡକୁ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ବଢ଼ିଲେ ଶୀତ ବଢ଼ିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ପାଣିପାଗ ବୈଜ୍ଞାନିକ ମନୋରମା ମହାନ୍ତି କହିଛନ୍ତି ଯେ ବର୍ତ୍ତମାନ ପଶ୍ଚିମା ଝଡ଼ର ବି ପ୍ରଭାବ ନାହିଁ। ବାତ୍ୟା ପରେ ମାତ୍ର ଗୋଟିଏ ପଶ୍ଚିମା ଝଡ଼ ସୃଷ୍ଟି ହୋଇଛି। ଆଗକୁ ଧୀରେ ଧୀରେ ତାପମାତ୍ରା କମିବ। କିନ୍ତୁ ହଠାତ୍ ଶୀତ ହେବନାହିଁ। ବର୍ତ୍ତମାନ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି। ଏହାସହ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହୁଛି। ଦିନର ତାପମାତ୍ରା ସ୍ୱାଭାବିକକୁ ଫେରୁଛି ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି।

Post Views: 65
Share198Tweet124Send
Voice of Victims

Voice of Victims

Recent Posts

  • କୃତ୍ରିମ ବୁଦ୍ଧିମତା ହିଁ ସାଂପତ୍ରିକ ଭାରତର ଆହ୍ୱାନ: ପ୍ରଫେସର ସୁଧିନ୍ଦ୍ର ନାଥ ପଣ୍ଡା, ସୋଆରେ ବିଂଶତମ ଏମ ଏସ ସ୍ୱାମୀନାଥନ ସ୍ମାରକୀ ବକ୍ତୃତା ମାଳା
  • ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
  • ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ଦ୍ୱାରା ପୋଷ୍ୟ ପଂଚାୟତ , ଗୁହାଳସିଙ୍ଘରେ ପ୍ରାଥମିକ ଆଇନ ସହାୟତା ପରାମର୍ଶ କେନ୍ଦ୍ର ଉଦଘାଟନ
  • ରଣପୁର ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ ପାଳିତ, ଚରିତ୍ର ଗଠନ ସହ ସମାଜସେବାର ଆଦର୍ଶରେ ଗଢ଼ି ଉଠନ୍ତୁ ଯୁବପିଢ଼ି: ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା
  • ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍‌ଘାଟିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In