• About Us
  • Contact Us
Monday, July 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍‌ଘାଟିତ

by Voice of Victims
July 27, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍‌ଘାଟିତ

ରଣପୁର, ୨୭/୦୭: ରଣପୁର ପ୍ରେସ କ୍ଲବର ନୂତନ ଗୃହର ଶୁଭ ପ୍ରତିଷ୍ଠା ଓ ଉଦ୍‌ଘାଟନ ଉତ୍ସବମୁଖର ପରିବେଶରେ ସମ୍ପନ୍ନ ହୋଇଛି। ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଗୃହର ଶୁଭ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ ସମାଜ ପ୍ରତି ଥିବା ଦାୟିତ୍ୱ ଓ ନିଷ୍ଠାର ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ରଣପୁର ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ବିଶିଷ୍ଟ ବ୍ୟକ୍ତି ବିପିନ ପାଢ଼ୀ, ଓଡ଼ିଶା ସାମ୍ବାଦିକ ୟୁନିଅନର ସମ୍ପାଦକ ବିଶ୍ୱରଞ୍ଜନ ଆଚାର୍ଯ୍ୟ, ପ୍ରେସ କ୍ଲବ ସଭାପତି ସୁକାନ୍ତ କୁମାର ପଟ୍ଟନାୟକ ଓ ସମ୍ପାଦକ ବ୍ରଜ ରଣସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସମାଜସେବୀ ସ୍ୱରାଜ ମହାନ୍ତି, ଦିନେଶ ପରିଡାଙ୍କ ସମେତ ରଣପୁର ଏନ୍‌ଏସିର ସମସ୍ତ କାଉନସିଲର ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ପ୍ରେସ କ୍ଲବକୁ ଶୁଭେଚ୍ଛା ଜଣାଇଥିଲେ।

ସାମ୍ବାଦିକ ରଘୁନାଥ ନାୟକ, କୃଷ୍ଣଚନ୍ଦ୍ର ଦାଶ, ପ୍ରଭାତ କୁମାର ପ୍ରଧାନଙ୍କ ସମେତ ପ୍ରେସ କ୍ଲବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ନୂତନ ପ୍ରେସ କ୍ଲବ ଗୃହ ରଣପୁରର ସାମ୍ବାଦିକମାନଙ୍କ ପାଇଁ ଏକ ସଶକ୍ତ କାର୍ଯ୍ୟକେନ୍ଦ୍ର ହେବା ସହ ସାମ୍ବାଦିକତାର ବିକାଶରେ ନୂଆ ଦିଗ ଉନ୍ମୋଚନ କରିବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ।

Post Views: 18
Share198Tweet124Send
Voice of Victims

Voice of Victims

Recent Posts

  • କୃତ୍ରିମ ବୁଦ୍ଧିମତା ହିଁ ସାଂପତ୍ରିକ ଭାରତର ଆହ୍ୱାନ: ପ୍ରଫେସର ସୁଧିନ୍ଦ୍ର ନାଥ ପଣ୍ଡା, ସୋଆରେ ବିଂଶତମ ଏମ ଏସ ସ୍ୱାମୀନାଥନ ସ୍ମାରକୀ ବକ୍ତୃତା ମାଳା
  • ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
  • ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ଦ୍ୱାରା ପୋଷ୍ୟ ପଂଚାୟତ , ଗୁହାଳସିଙ୍ଘରେ ପ୍ରାଥମିକ ଆଇନ ସହାୟତା ପରାମର୍ଶ କେନ୍ଦ୍ର ଉଦଘାଟନ
  • ରଣପୁର ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ ପାଳିତ, ଚରିତ୍ର ଗଠନ ସହ ସମାଜସେବାର ଆଦର୍ଶରେ ଗଢ଼ି ଉଠନ୍ତୁ ଯୁବପିଢ଼ି: ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା
  • ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍‌ଘାଟିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In