• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଫାଷ୍ଟ ଟ୍ରାକ୍ ଭିସା ପ୍ରୋଗ୍ରାମ୍ ବନ୍ଦ କଲା କାନାଡା

by Voice of Victims
November 9, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଫାଷ୍ଟ ଟ୍ରାକ୍ ଭିସା ପ୍ରୋଗ୍ରାମ୍ ବନ୍ଦ କଲା କାନାଡା

ଓଟାୱା/ନୂଆଦିଲ୍ଲୀ : କାନାଡା ସରକାର ନିଜ ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ୍ (ଏସ୍‌ଡିଏସ୍‌) କାର୍ଯ୍ୟକ୍ରମ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଏହା ଏକ ଫାଷ୍ଟ-ଟ୍ରାକ୍ ଅଧ୍ୟୟନ ଅନୁମତି ପ୍ରକ୍ରିୟା ଯାହା ହଜାର ହଜାର ଅନ୍ତର୍ଜାତୀୟ ଛାତ୍ରଙ୍କୁ କାନାଡାରେ ଉଚ୍ଚଶିକ୍ଷା ପାଇଁ ଶୀଘ୍ର ଭିସା ପାଇବା ଦିଗରେ ଅନୁମତି ଦେଉଥିଲା। କିନ୍ତୁ ଏବେ ଯେତେବେଳେ କାନାଡା ସରକାର ଏହି ଏସ୍‌ଡିଏସ୍ କାର୍ଯ୍ୟକ୍ରମମକୁ ହିଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେତେବେଳେ କାନାଡାକୁ ଉଚ୍ଚଶିକ୍ଷା ପାଇଁ ବିଭିନ୍ନ ଦେଶରୁ ଆସିଥିବା ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ ପ୍ରଭାବିତ ହେବା ନିଶ୍ଚିତ ହୋଇଯାଇଛି। ୨୦୧୮ରେ ଇମିଗ୍ରେସନ, ଶରଣାର୍ଥୀ ଏବଂ ନାଗରିକତା କାନାଡା (ଆଇଆରସିସି) ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ୍ (ଏସ୍‌ଡିଏସ୍‌) ଭାରତ, ଚୀନ୍ ଏବଂ ଫିଲିପାଇନ୍ସ ସମେତ ୧୪ଟି ଦେଶର ଛାତ୍ରଛାତ୍ରୀମାନଙ୍କ ପାଇଁ ଭିସା ଆବେଦନକୁ ସରଳ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ କାନାଡା ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ କରାଯାଇଥିବା ମାନଦଣ୍ଡ ଅନୁସାରେ ୨୦,୬୩୫ କାନାଡିୟ ଡଲାର (ପ୍ରାୟ ୧,୨୫୮,୭୩୫ ଭାରତୀୟ ଟଙ୍କା) ମୂଲ୍ୟର କାନାଡୀୟ ଗ୍ୟାରେଣ୍ଟି ନିବେଶ ପ୍ରମାଣପତ୍ର (ଜିଆଇସି) ଏବଂ ଇଂରାଜୀ କିମ୍ବା ଫରାସୀ ଭାଷାରେ ପାରଦର୍ଶିତା। ଏସବୁ ମାନଦଣ୍ଡକୁ ପୂରଣ କରୁଥିବା ଛାତ୍ରଛାତ୍ରୀଙ୍କ ହିଁ କାନାଡା ସରକାର ଏକ ସ୍ୱତନ୍ତ୍ର ଭିସା ପ୍ରଦାନ କରୁଥିଲେ। ଏତଦ୍‌ବ୍ୟତୀତ ଏସବୁ ଆବେଦନକାରୀ ଛାତ୍ରଛାତ୍ରୀଙ୍କୁ ସାଧାରଣତଃ କିଛି ସପ୍ତାହ ମଧ୍ୟରେ ଏଠାରେ ଅଧ୍ୟୟନ ଅନୁମତି ଦେଉଥିଲା। କିନ୍ତୁ କାନାଡା ସରକାର ଏବେ ଏସ୍‌ଡିଏସ୍ କାର୍ଯ୍ୟକ୍ରମକୁ ହିଁ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ଆଇଆରସିସିର ଅଫିସିଆଲ ୱେବସାଇଟ୍ ଦର୍ଶାଇଛି ଯେ, କାନାଡା ସମସ୍ତ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ଅନୁମତି ଆବେଦନ ପ୍ରକ୍ରିୟାରେ ସମାନ ଏବଂ ନ୍ୟାୟ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ନଭେମ୍ବର ୮ ସ୍ଥାନୀୟ ସମୟ ଅପରାହ୍ନ ୨ଟା ସମୟରେ ଦ୍ୱାରା ଦାଖଲ ହୋଇଥିବା ଏସମ୍ପର୍କୀତ ଆବେଦନଗୁଡିକ ଏସଡିଏସ୍ କାର୍ଯ୍ୟକ୍ରମ ଅଧୀନରେ ପ୍ରକ୍ରିୟାକରଣ କରାଯିବ, ଏହି ସମୟ ପରେ ଦାଖଲ ହୋଇଥିବା ଆବେଦନଗୁଡିକ ମାନକ ଅଧ୍ୟୟନ ଅନୁମତି ପ୍ରକ୍ରିୟା ଅନୁସରଣ କରିବ। ପ୍ରକାଶ, କାନାଡାରେ ଅଧ୍ୟୟନ ଅନୁମତି ପାଇବା ପାଇଁ ଆବେଦନ କରୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏସ୍‌ଡିଏସ କାର୍ଯ୍ୟକ୍ରମ ସର୍ବୋଚ୍ଚ ପସନ୍ଦ। ୨୦୨୨ରେ, ୮୦% ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ କାନାଡାରେ ପାଠ ପଢ଼ିବା ପାଇଁ ଆବେଦନ କରିଥିଲେ। ସେହିପରି ୨୦୨୩ର ପ୍ରାରମ୍ଭ ସୁଦ୍ଧା, ପ୍ରାୟ ୭୬% ଛାତ୍ରଛାତ୍ରୀଙ୍କୁ ଏଠାରେ ପାଠପଢ଼ିବା ପାଇଁ ଅନୁମୋଦନ ମିଳିଥିଲା। ତେବେ, ଏବେ ଯେତେବେଳେ କାନାଡା ସରକାଙ୍କ ଏସଡିଏସ କାର୍ଯ୍ୟକ୍ରମର ସମାପ୍ତି ହେବାକୁ ଯାଉଛି ସେତେବେଳେ କାନାଡାରେ ଅଧ୍ୟୟନ କରିବାକୁ ଯୋଜନା କରୁଥିବା ଲକ୍ଷ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଝଟ୍‌କା ସଦୃଶ ହେବ। ଏହାର କାରଣ ହେଉଛି, ସେମାନଙ୍କୁ ବର୍ତ୍ତମାନ ମାନକ ଅଧ୍ୟୟନ ଅନୁମତି ପ୍ରକ୍ରିୟା ମାଧ୍ୟମରେ ଆବେଦନ କରିବାକୁ ପଡିବ, ଯାହା ସାଧାରଣତଃ ଅଧିକ ସମୟ ନେଇଥାଏ ଏବଂ କମ ଗ୍ରହଣ ହାର ରହିଥାଏ।

Post Views: 150
Share198Tweet124Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In