ବାଲେଶ୍ଵର ( ଭିଓଭି ) : – ଆଜି ମିଶନ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ର ୫୦ ଜଣ ଛାତ୍ରୀ ବିଭିନ୍ନ ଶିକ୍ଷଣୀୟ ବସ୍ତୁ ଉପରେ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ ।ଛାତ୍ରିମାନେ ପ୍ରାଣିବିଞାନ, ଜୈବପ୍ରକୃତି ଭିତିକ ବିଜ୍ଞାନ, କୃଷି ବିଜ୍ଞାନ, ମହାଶୂନ୍ୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିବା ସହିତ ତାର ଉପକାରୀତା ବିଷୟରେ ସୁନ୍ଦର ଭାବେ ବୁଝାଇଥିଲେ ।

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହିମାଂଶୁ କୁମାର ନାଏକ ପୁରସ୍କାର ବିତରଣ କରିଥିଲେ । ଆଧୁନିକ ଯୁଗରେ ବିଜ୍ଞାନର ଜୟଯାତ୍ରା ସାରା ବିଶ୍ବକୁ ନୂତନ ଦିଗ୍ ଦର୍ଶନ ଦେଇ ପାରିଛି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଏବଂ କର୍ମଚାରୀମାନେ ମେଳା ପରିଚାଳନା କରିଥିଲେ ।
