• About Us
  • Contact Us
Monday, February 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭୁଟାନର ରାଜା ଓ ରାଣୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

by Voice of Victims
December 6, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଭୁଟାନର ରାଜା ଓ ରାଣୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଭୁଟାନର ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକ୍ ଏବଂ ଭୁଟାନର ରାଣୀ ଜେତ୍‌ସୁନ୍ ପେମା ୱାଙ୍ଗ୍‌ଚୁକ୍‌ଙ୍କୁ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମହାରାଜାଙ୍କୁ ଶୁଭେଚ୍ଛା ଜଣାଇବା ସହ ମାର୍ଚ୍ଚ ୨୦୨୪ରେ ତାଙ୍କର ଗସ୍ତ ସମୟରେ ସରକାର ଏବଂ ଭୁଟାନର ଲୋକମାନେ ଦେଇଥିବା ଭବ୍ୟ ଆତିଥ୍ୟକୁ ମନେ ପକାଇଥିଲେ। ପ୍ରଧାନମନ୍ତ୍ରୀ ଓ ମହାରାଜା ବିକାଶ ସହଯୋଗ, ସ୍ୱଚ୍ଛ ଶକ୍ତି ସହଭାଗିତା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ମହାକାଶ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ତଥା ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଦ୍ୱିପାକ୍ଷିକ ସମ୍ପର୍କର ଉତ୍କୃଷ୍ଟ ସ୍ଥିତି ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ସମସ୍ତ କ୍ଷେତ୍ରରେ ଏହି ଆଦର୍ଶ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି। ନେତାମାନେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସଂଯୋଗକୁ ବଢ଼ାଇବା ପାଇଁ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଭୁଟାନର ବିକାଶକୁ ଅନୁଧ୍ୟାନ କରିବା ଏବଂ ଭାରତର ସୀମାନ୍ତବର୍ତ୍ତୀ ଅଞ୍ଚଳ ସହିତ ସମ୍ପର୍କକୁ ମଜବୁତ କରିବାକୁ ତାଙ୍କ ମହାରାଜଙ୍କ ଦ୍ୱାରା ପରିଚାଳିତ ଏକ ଦୂରଦୃଷ୍ଟିସମ୍ପନ୍ନ ପ୍ରକଳ୍ପ ଗେଲଫୁ ମାଇଣ୍ଡଫୁଲ୍‌ନେସ୍ ସିଟି ପଦକ୍ଷେପ ଉପରେ ମତ ବିନିମୟ କରିଥିଲେ। ଭୁଟାନରେ ଅର୍ଥନୈତିକ ବିକଶ ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇବା ସହ ଭୁଟାନକୁ ୧୩ତମ ପଞ୍ଚବାର୍ଷିକ ଯୋଜନା ପାଇଁ ଭାରତର ବିକାଶ ସମର୍ଥନକୁ ଦ୍ୱିଗୁଣିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଖୁସି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଭୁଟାନର ଆକାଂକ୍ଷାକୁ ନିରନ୍ତର ସମର୍ଥନ କରିଥିବାରୁ ତାଙ୍କ ମହାରାଜା ପ୍ରଧାନମନ୍ତ୍ରୀ ତଥା ଭାରତବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ବୈଠକ ପରେ ରାଜା ଏବଂ ତାଙ୍କ ରାଣୀଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା। ଏହି ବୈଠକରେ ଭାରତ ଏବଂ ଭୁଟାନ ମଧ୍ୟରେ ନିୟମିତ ଉଚ୍ଚ ସ୍ତରୀୟ ଆଦାନପ୍ରଦାନର ପରମ୍ପରା ଦର୍ଶାଯାଇଛି, ଯାହା ପାରସ୍ପରିକ ବିଶ୍ୱାସ, ସହଯୋଗ ଏବଂ ଗଭୀର ବୁଝାମଣାର ଭାବନା ପ୍ରତିଫଳିତ ହୋଇଛି। ଏହା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ମୂଳଦୁଆ ଅଟେ।

Post Views: 96
Share207Tweet130Send
Voice of Victims

Voice of Victims

Recent Posts

  • କେନ୍ଦ୍ରୀୟ ବଜେଟ୍ ଓଡ଼ିଶା ପାଇଁ ବିକାଶର ନୂତନ ଦ୍ୱାର ଖୋଲିବ: ଧର୍ମେନ୍ଦ୍ର ପ୍ରଧାନ
  • ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଏହି ୧୦ ଟି ଟ୍ରେନର ଟିକେଟ୍ ଭଡ଼ା ହେବ ଶସ୍ତା
  • କାର୍ ଦୁର୍ଘଟଣାରେ ପରିବାରର ୨ ମୃତ, ୪ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ବିଜେଡିରୁ ନିଲମ୍ବିତ ହେଲେ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷ, ଦଳବିରୋଧ କାର୍ଯ୍ୟ ପାଇଁ ନିଲମ୍ବିତ
  • ଋଷିଆରେ ୪ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ସମସ୍ତେ ଡାକ୍ତରଖାନାରେ ଭର୍ତ୍ତି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In