• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମୁକ୍ତ ହେଲା ସିରିଆ, ଅସଦ୍‌ଙ୍କ ୨୪ ବର୍ଷ ଶାସନର ଅନ୍ତ, ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ପୁରା ଦେଶ

by Voice of Victims
December 8, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ମୁକ୍ତ ହେଲା ସିରିଆ, ଅସଦ୍‌ଙ୍କ ୨୪ ବର୍ଷ ଶାସନର ଅନ୍ତ, ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ପୁରା ଦେଶ

ଡାମାସ୍‌କସ୍‌: ସିରିଆରେ ରାଷ୍ଟ୍ରପତି ଶାସନର ଅନ୍ତ ଘଟିଛି। ବିଦ୍ରୋହୀ ଗୋଷ୍ଠୀ ରାଜଧାନୀ ଡାମାସକସ୍‌କୁ ନିୟନ୍ତ୍ରଣ କରିବା ସହ ରାଷ୍ଟ୍ରପତି ବଶର ଅଲ୍ ଅସଦ୍‌ଙ୍କୁ କ୍ଷମତାଚ୍ୟୁତ କରାଇବାରେ ସଫଳ ହୋଇଛନ୍ତି। ରାଷ୍ଟ୍ରପତି ଅସଦ୍‌ଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ସିରିଆ ସେନା, ବିଦ୍ରୋହୀ ଗୋଷ୍ଠୀଙ୍କ ପାଖରେ ସମ୍ପୂର୍ଣ୍ଣ ରୂପେ ଆତ୍ମସମର୍ପଣ କରିଛି। ଅନ୍ୟପକ୍ଷେ ରାଷ୍ଟ୍ରପତି ଭବନ ଉପରେ ବିଦ୍ରୋହୀ ଗୋଷ୍ଠୀ ଚଢ଼ଉ କରିବା ପୂର୍ବରୁ ହିଁ ଭୟଭୀତ ହୋଇପଡ଼ିଥିବା ରାଷ୍ଟ୍ରପତି ଅସଦ୍ ନିଜ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡ଼ି ପଳାୟନ କରିଛନ୍ତି। ଫଳରେ ସମଗ୍ର ସିରିଆ ଏବେ ବିଦ୍ରୋହୀ ଗୋଷ୍ଠୀଙ୍କ ନିୟନ୍ତ୍ରଣକୁ ଆସିଯାଇଛି। ଏସବୁ ଘଟଣାକ୍ରମେ ଡିସେମ୍ବର ୮କୁ ସିରିଆନ୍ ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରୁ ‘ସ୍ୱାଧୀନ ସିରିଆ’ ଦିବସ ପାଳନ କରାଯାଇଛି। ରାଷ୍ଟ୍ରପତି ଅସଦ୍‌ଙ୍କ ଶାସନକୁ ବିରୋଧ କରୁଥିବା ଲକ୍ଷ ଲକ୍ଷ ସିରିଆବାସୀ ସଦାଲାହ ଅଲ୍‌-ଜାବିରି ସ୍କୋୟାର ଠାରେ ଏକଜୁଟ୍ ହୋଇ ଆଜିର ଦିନକୁ ସ୍ୱାଧୀନତା ଦିବସ ଭାବେ ପାଳନ କରିଛନ୍ତି। ଗତ ୧୨ ଦିନରୁ (ନଭେମ୍ବର ୨୭ରୁ ଡିସେମ୍ବର ୮) ଊର୍ଦ୍ଧ୍ୱ ସମୟ ଧରି ସିରିଆରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା। ବିଦ୍ରୋହୀମାନେ ସରକାର ବିରୋଧରେ ଆନ୍ଦୋଳନକୁ ତୀବ୍ରତର କରିବା ସହିତ ସର୍ବପ୍ରଥମେ ଉତ୍ତର ଆଲେପ୍ପୋ ସହରକୁ କବଜା କରିଥିଲେ। ସରକାରୀ ବିରୋଧୀ ବିଦ୍ରୋହର ନେତୃତ୍ୱ ନେଉଥିବା ହୟାତ୍ ତାହରିର ଅଲ ସାମ୍ (ଏଚ୍‌ଟିଏସ୍‌) ସଂଗଠନର ଲଢ଼ୁଆ ଯୋଦ୍ଧାମାନେ ଆଲେପ୍ପୋ ସହରରେ ୩୦୦ରୁ ଊର୍ଦ୍ଧ୍ୱ ସିରିଆନ୍ ସୈନ୍ୟଙ୍କୁ ହତ୍ୟା କରିଥିଲେ। ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ସମର୍ôଥତ ଏହି ଅଲ ସାମ୍ ସଂଗଠନର ଲଢ଼ୁଆ ଯୋଦ୍ଧା (ବିଦ୍ରୋହୀ) ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅକ୍ତିଆରକୁ ନେଇଥିଲେ ଏବଂ ଆଗକୁ ବଢ଼ିଥିଲେ। ତେବେ ରବିବାର ହଠାତ୍ ବିଦ୍ରୋହୀମାନେ ସିରିଆ ରାଜଧାନୀ ଡାମାସକସ୍‌କୁ ମଧ୍ୟ ଅକ୍ତିଆର କରିନେଇଥିଲେ। ଯାହାଫଳରେ ରାଷ୍ଟ୍ରପତି ବାଧ୍ୟ ହୋଇ ଅନ୍ୟତ୍ର ପଳାୟନ କରିଛନ୍ତି। ଏସବୁ ମଧ୍ୟରେ ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଅଲ-ଜଲାଲି ରବିବାର ସକାଳେ ଟେଲିଭିଜନ ମାଧ୍ୟମରେ ସିରିଆବାସୀଙ୍କୁ ଦେଇଥିବା ବାର୍ତ୍ତାରେ କହିଛନ୍ତି ଯେ ତାଙ୍କ ସରକାର ଲୋକମାନଙ୍କ ଦ୍ୱାରା ନିର୍ବାଚିତ ଯେକୌଣସି ନେତୃତ୍ୱ ସହ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କ ସରକାର କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଅଛନ୍ତି। ଅନ୍ୟପକ୍ଷରେ ଏଚ୍‌ଟିଏସ୍ ସଂଗଠନର ମୁଖ୍ୟ ଅବୁ ମହମ୍ମଦ ଅଲ୍‌-ଜୋଲାନି ନିଜ ଯୋଦ୍ଧାମାନଙ୍କୁ ସରକାରୀ ସମ୍ପତ୍ତିଗୁଡ଼ିକୁ ଆଉ ଅଧିକ କ୍ଷତି ନପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜଲାଲି ଯେପର୍ଯ୍ୟନ୍ତ କ୍ଷମତା ହସ୍ତାନ୍ତର କରିନାହାନ୍ତି ସେପର୍ଯ୍ୟନ୍ତ ଶାନ୍ତ ରହିବାକୁ ସେ ନିଜ ଯୋଦ୍ଧାମାନଙ୍କୁ ପରାମର୍ଶ ଦେଇଛନ୍ତି। ବସର ଅଲ୍‌-ଅସଦ ଗତ ୨୪ବର୍ଷ ଧରି ସିରିଆ ଉପରେ ଶାସନ କରୁଥିଲେ। ଦୀର୍ଘବର୍ଷର କ୍ଷମତା ତାଙ୍କୁ ଏକରକମ ଏକଛତ୍ରବାଦୀ ଶାସକରେ ପରିଣତ କରିଦେଇଥିଲା। ତାଙ୍କ ବାପା ଅଲ୍‌-ଅସଦ୍ ହାଫେଜ ମଧ୍ୟ ଦୀର୍ଘ ୨୯ ବର୍ଷ ଧରି ସିରିଆ ଉପରେ ଶାସନ କରିଥିଲେ। ତାଙ୍କ ସରକାର ରୁଷ୍ ଏବଂ ଅନ୍ୟାନ୍ୟ ଦେଶର ସହଯୋଗରେ ଚାଲିଥିଲା। ୧୧ ସେପ୍େଟମ୍ବର ୧୯୬୫ରେ ଡାମାସକସ୍ ସହରରେରେ ଜନ୍ମଗ୍ରହଣ କରିଥିବା ଅସଦ୍ ୨୦୦୦ ମସିହାରେ ସିରିଆର ରାଷ୍ଟ୍ରପତି ହୋଇଥିଲେ। ତେବେ ତାଙ୍କ ସ୍ୱେଚ୍ଛାଚାରିତା ନୀତିରେ ଅତିଷ୍ଠ ସିରିଆବାସୀ ୨୦୧୧ରେ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଥିଲେ।

Post Views: 100
Tags: Freed Syriathe end of Assad's 24-year rule
Share199Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In