• About Us
  • Contact Us
Thursday, November 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ; ବରଗଡ଼ ଚିନି କଳ ପୁନରୁଦ୍ଧାର ପାଇଁ କଲେ ଆଲୋଚନା

by Voice of Victims
November 12, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ; ବରଗଡ଼ ଚିନି କଳ ପୁନରୁଦ୍ଧାର ପାଇଁ କଲେ ଆଲୋଚନା

ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ସେ ବରଗଡ଼ରେ ନିର୍ମିତ ବିପିସିଏଲର ବାୟୋ-ଇଥାନଲ୍ ପ୍ରକଳ୍ପକୁ ଉଦଘାଟନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ସହ ବନ୍ଦ ପଡ଼ିଥିବା ବରଗଡ଼ ସମବାୟ ଚିନି କଳର ପୁନରୁଦ୍ଧାର ପାଇଁ କେନ୍ଦ୍ରୀୟ ହସ୍ତକ୍ଷେପ ଲୋଡ଼ିଛନ୍ତି।

ବରଗଡ଼ ଜିଲ୍ଲାରେ ୧୦୪ ଏକର ପରିମିତ ଜମିରେ ପ୍ରତିଷ୍ଠିତ ଏହି ସମବାୟ ଚିନି କଳଟି ପରିଚାଳନାଗତ ତ୍ରୁଟି ଏବଂ ଆର୍ଥିକ ଅନଟନ କାରଣରୁ ୨୦୧୭ ମସିହା ଅପ୍ରେଲ ମାସରୁ ବନ୍ଦ ରହିଛି। ଯଦିଓ ‘ଇଣ୍ଡିଆନ୍ ପଟାଶ୍ ଲିମିଟେଡ୍’ ଏହାକୁ ପୁନଃଚାଲୁ କରିବାକୁ ଆଗ୍ରହ ପ୍ରକାଶ କରିଥିଲା, ତଥାପି ୨୦୨୩ ମସିହା ଅକ୍ଟୋବର ୧୬ ତାରିଖରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।

​ଦୀର୍ଘଦିନ ଧରି କଳଟି ବନ୍ଦ ରହିବା ଯୋଗୁଁ ଶହ ଶହ କର୍ମଚାରୀ ଓ ଆଖୁ ଚାଷୀଙ୍କ ଜୀବିକା ପ୍ରଭାବିତ ହୋଇଛି। ଏହାଦ୍ୱାରା ଅଞ୍ଚଳରେ ଆଖୁ ଚାଷ ପ୍ରାୟ ବନ୍ଦ ହେବାକୁ ବସିଥିବା ବେଳେ ଚାଷୀ ପରିବାରଗୁଡ଼ିକ ଗଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି ବୋଲି ସାଂସଦ ପ୍ରଦୀପ ପୁରୋହିତ ପ୍ରକାଶ କରିଛନ୍ତି।

ତେଣୁ ଏହି ୧୦୪ ଏକର ପରିମିତ ପ୍ଲାଣ୍ଟକୁ ‘ଇଣ୍ଡିଆନ୍ ପଟାଶ୍ ଲିମିଟେଡ୍’ କିମ୍ବା ଅନ୍ୟ କୌଣସି ଦକ୍ଷ ସଂସ୍ଥାକୁ ହସ୍ତାନ୍ତର କରି ଏକ ଆଧୁନିକ ଓ ସମନ୍ୱିତ ଚିନି କଳ ପ୍ରତିଷ୍ଠା କରିବାକୁ ସେ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି। ତେବେ ଚିନି କଳର ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।

ସାଂସଦ ଆଲୋଚନା କ୍ରମେ ଜଣାଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜୀ-ଭାନ୍ ଯୋଜନା ଅଧୀନରେ ପୂର୍ବ ଭାରତରେ ପ୍ରଥମଥର ପାଇଁ ବରଗଡ଼ରେ ପ୍ରାୟ ୧,୭୭୫ କୋଟି ଟଙ୍କା ବ୍ୟୟରେ ବିପିସିଏଲ୍ ର ଦ୍ୱିତୀୟ ପିଢ଼ିର ସମନ୍ୱିତ ବାୟୋ-ଇଥାନଲ୍ ପ୍ଲାଣ୍ଟ ପ୍ରତିଷ୍ଠିତ ହୋଇଛି। ଏହି ପ୍ଲାଣ୍ଟରେ ପ୍ରତିଦିନ ୨୦୦ କିଲୋଲିଟର ଇନ୍ଧନ ଉତ୍ପାଦନ କ୍ଷମତା ରହିଥିବାବେଳେ ଏଥିପାଇଁ ଧାନ ନଡ଼ା ଏବଂ ଅନ୍ୟାନ୍ୟ କୃଷି ବର୍ଜ୍ୟବସ୍ତୁକୁ କଞ୍ଚାମାଲ ଭାବେ ବ୍ୟବହାର କରାଯିବ। ଏହାଦ୍ୱାରା କୃଷି ବର୍ଜ୍ୟବସ୍ତୁର ସଠିକ୍ ଉପଯୋଗ ହେବା ସହ କୃଷକମାନଙ୍କ ଆୟ ବୃଦ୍ଧି ପାଇବ ଏବଂ ଗ୍ରାମାଞ୍ଚଳର ଅର୍ଥନୀତି ଆହୁରି ମଜବୁତ ହେବ ।

ଚିନି କଳର ପୁନରୁଦ୍ଧାର ଏବଂ ଏହି ନୂତନ ବାୟୋ-ଇଥାନଲ୍ ପ୍ଲାଣ୍ଟର କାର୍ଯ୍ୟକାରିତା ବରଗଡ଼ର କୃଷିଭିତ୍ତିକ ଅର୍ଥନୀତିକୁ ଏକ ନୂତନ ଗତି ଦେବ ବୋଲି ସାଂସଦ ମତବ୍ୟକ୍ତ କରିଛନ୍ତି।

ଏହି ସମସ୍ତ ବିକାଶମୂଳକ କାର୍ଯ୍ୟର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ବରଗଡ଼ ଗସ୍ତ କରି ଏହି ପ୍ରକଳ୍ପଗୁଡ଼ିକୁ ଉଦଘାଟନ କରିବାକୁ ନିମନ୍ତ୍ରଣ କରିଛନ୍ତି। ଏହା ସହିତ, ଐତିହାସିକ ଗନ୍ଧମାର୍ଦ୍ଧନ ପର୍ବତମାଳା ଏବଂ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ପରିଦର୍ଶନ କରିବାକୁ ମଧ୍ୟ ସେ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି ଏବଂ ଗନ୍ଧମାର୍ଦ୍ଧନର ଐତିହାସିକ, ଧାର୍ମିକ ତଥା ପରିବେଷଗତ ମହତ୍ତ୍ୱ ସମ୍ପର୍କରେ ତାଙ୍କୁ ଅବଗତ କରାଇଛନ୍ତି।

Post Views: 3
Share196Tweet123Send
Voice of Victims

Voice of Victims

Recent Posts

  • ଗଞ୍ଜାମ ବନ୍ୟା ପାଇଁ ପୂର୍ବ ସରକାରର ୨୪ ବର୍ଷର ବିଫଳତା ଦାୟୀ: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  
  • ଆସନ୍ତା ୧୪ରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପକ୍କା ଘର: ରବି ନାରାୟଣ ନାଏକ
  • କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ; ବରଗଡ଼ ଚିନି କଳ ପୁନରୁଦ୍ଧାର ପାଇଁ କଲେ ଆଲୋଚନା
  • ଚାଷୀଙ୍କ ଆର୍ଥିକ ସୁରକ୍ଷା ଓ ଉଦ୍ୟୋଗୀଙ୍କ ସଶକ୍ତୀକରଣ: କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତିକୁ ଓଡ଼ିଶା ବିଜେପିର ସ୍ୱାଗତ
  • ଭୋରୁ ଭୂକମ୍ପରେ ଦୋହଲିଲା ନେପାଳ, ତୀବ୍ରତା ୪.୯

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In