• About Us
  • Contact Us
Tuesday, April 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଇଆର୍‌ଏସ୍‌ଏସ୍‌ ଯାନ ଉଦ୍‌ଘାଟନ୍ କଲେ ମୁଖ୍ୟମନ୍ତ୍ରୀ

by Voice of Victims
December 12, 2024
in ମୁଖ୍ୟ ଖବର, ରାଜ୍ୟ
ଇଆର୍‌ଏସ୍‌ଏସ୍‌ ଯାନ ଉଦ୍‌ଘାଟନ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୈତନଗରୀରେ ଗଡ଼ିଲା ୩୦ଟି  ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ଇଆର୍‌ଏସ୍‌ଏସ୍‌) ଯାନ । ପୁଲିସ ସେବା ଭବନରେ ସବୁଜ ପତାକା ଦେଖାଇ ଉଦ୍‌ଘାଟନ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଇଆର୍‌ଏସ୍‌ଏସ୍‌ ଯାନ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରାୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆହୁରି ସଶକ୍ତ ହେବ ଗୃହ ବିଭାଗ। ପୋଲିସ ବିଭାଗ ୧୦ ହଜାର ପଦବୀ ପୂରଣ ହେବ।  ୫ ହଜାର ଗୃହରକ୍ଷୀ ପଦବୀ ସୃଷ୍ଟି କରାଯିବ । ପୋଲିସର ଶକ୍ତି ଆତ୍ମବିଶ୍ବାସ  ବୃଦ୍ଧି ପାଇଁ ପଦକ୍ଷପ ନିଆଯିବ। ଅତ୍ୟାଧୁନୀକ ଜ୍ଞାନ କୌଶଳକୁ ପୋଲିସ ବିଭାଗରେ ବ୍ୟବହାର କରାଯିବ। ଏହି ଉତ୍ସବରେ  ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂଫ ଏବଂ କଟକ-ଭୁବନେଶ୍ବର ଡିସିପି, ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ସୂଚନା ଅନୁଯାଇ, କୌଣସି ସ୍ଥାନରେ ଦୁର୍ଘଟଣା, ଅପରାଧ  କିମ୍ବା ଅନ୍ୟ କୌଣସି ଅପ୍ରୀତିକର  ପରିସ୍ଥିତି ଉପୁଜିଲେ, ଏହି ଯାନ ତୁରନ୍ତ ଅଘଟଣସ୍ଥଳରେ ପହଞ୍ଚିବ । ଏହି ଯାନରେ ଉପସ୍ଥିତ ପୁଲିସ କର୍ମଚାରୀ ଅସହାୟଙ୍କୁ ତ୍ୱରିତ୍ୱ ସହାୟତା ଯୋଗାଇବେ ।ଜରୁରୀକାଳୀନ ପ୍ରତିକ୍ରିୟା ପ୍ରଣାଳୀ  ତଥା ଡାଏଲ ୧୧୨କୁ ତ୍ୱରାନ୍ୱିତ କରାଇବା  ପାଇଁ ଏସବୁ ଯାନ ସହାୟକ ହେବ ।

Post Views: 29
Share198Tweet124Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In