• About Us
  • Contact Us
Tuesday, April 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆଇନ ଊଦ୍ଧ୍ୱର୍ରେ କେହି ନୁହନ୍ତି: ସୂର୍ଯ୍ୟବଂଶୀ

by Voice of Victims
December 14, 2024
in ମୁଖ୍ୟ ଖବର, ରାଜ୍ୟ
ଆଇନ ଊଦ୍ଧ୍ୱର୍ରେ କେହି ନୁହନ୍ତି: ସୂର୍ଯ୍ୟବଂଶୀ

ଭୁବନେଶ୍ୱର: ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ପ୍ରସଙ୍ଗରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ବିଷ୍ଣୁପଦଙ୍କୁ ହୋଇଥିବା ସମନ ବିଭାଗ ସମ୍ପର୍କିତ ନୁହେଁ । ଯାହାକୁ ବି ସମନ ହେବ, ସେ ସଚିବ ହୁଅନ୍ତୁ କି ମନ୍ତ୍ରୀ ଆଇନ ଊଦ୍ଧ୍ୱର୍ରେ କେହି ନୁହନ୍ତି ।  ଆଇନ ଯାହା ଥିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗକୁ ସେ ବିଭାଗରେ ରହିବେ କି ନାହିଁ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ଏହା ପୂର୍ବରୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ଦୁର୍ନୀତି ପ୍ରମାଣିତ ହେଲେ କଡ଼ା ଆକ୍ସନ ନିଆଯିବ । ଦୁର୍ନୀତି ପ୍ରତିସରକାରଙ୍କ ଶୂନ ସହନଶୀଳତା ରହିଛି । ଯେତେବଡ଼ ଅଧିକାରୀ ହୁଅନ୍ତୁ କି ମନ୍ତ୍ରୀ ଯଦି ଦୁର୍ନୀତିରେ ଲିପ୍ତ ରହନ୍ତି ତେବେ ଆକ୍ସନ ହେବ । ଯଦି ଲିଙ୍କ ବାହାରେ ତେବେ ତଦନ୍ତ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ହରିଚନ୍ଦନ କହିଥିଲେ ।  ପ୍ରକାଶ ଯେ  ଗତ ସପ୍ତାହରେ ରାଜଧାନୀର ଏକ ହୋଟେଲ ସମ୍ମୁଖରୁ ଏକ କାର୍‌ରୁ ୧୦ ଲକ୍ଷ ଟଙ୍କା ଓ ସୁନା ଜବତ ଘଟଣା ଏବେ ନୂଆ ମୋଡ଼ ନେଇଛି। ଗତ କିଛିଦିନ ହେଲା ଏହି ଘଟଣାକୁ ନେଇ ସିବିଆଇ ଯାଞ୍ଚ ଚଳାଇଥିବାବେଳେ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ତଥା ଆଇଏଏସ୍‌ ବିଷ୍ଣୁପଦ ସେଠୀ ଏବେ ସିବିଆଇ ସ୍କାନରକୁ ଆସିଛନ୍ତି। ଏଡି ଘଟଣାରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ପକ୍ଷରୁ ସମନ ଜାରି କରାଯାଇଛି। ଡିସେମ୍ବର ୧୧ ତାରିଖ ସକାଳ ୧୦ ଟାରେ ସିବିଆଇ ଅଫିସରେ ହାଜର ପାଇଁ ବିଷ୍ଣୁପଦଙ୍କୁ ହୋଇଥିଲା ନୋଟିସ। ହେଲେ ଏନେଇ ମୁହଁ ଖୋଲିନାହାନ୍ତି ଆଇଏଏସ୍‌ ବିଷ୍ଣୁପଦ ସେଠୀ।

Post Views: 40
Share198Tweet124Send
Voice of Victims

Voice of Victims

Recent Posts

  • ଖୁବଶୀଘ୍ର ଝାରସୁଗୁଡ଼ାରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା , ସିଧାସଳଖ ଦେଶବିଦେଶକୁ ପଠାଯିବ ସାମଗ୍ରୀ
  • ପ୍ରବାସୀ ଶ୍ରମିକଙ୍କ ପାଇଁ ବଢ଼ିଲା ସୁବିଧା, ଏଣିକି କୋଟାରେ ମିଳିବ ଗ୍ୟାସ୍ ସିଲିଣ୍ଡର
  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In