• About Us
  • Contact Us
Sunday, August 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର

by Voice of Victims
August 16, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର

କୋଲକତା : ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ତଥା ଟିଏମସିର ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଅଗଷ୍ଟ ୧୬ ସକାଳ ସମୟରେ ତାଙ୍କ ଘର ନିକଟ ପାର୍ଟି ଅଫିସରେ ତାଙ୍କ ମୃତଦେହ ମିଳିଛି । ବୀରଭୂମ ଜିଲ୍ଲାର ରାମପୁରହାଟସ୍ଥିତ ତାଙ୍କ ପାର୍ଟି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ମାମଲାର ଯାଞ୍ଚ ଆରମ୍ଭ କରିଛି ।

ପୋଲିସ ଅନୁସାରେ, ରାମପୁରହାଟ ପୌରାଞ୍ଚଳର ୱାର୍ଡ ନମ୍ବର ୫ ଅନ୍ତର୍ଗତ ହତାତଲାପଡ଼ାରେ ଥିବା ତାଙ୍କ ଘର ନିକଟ ପାର୍ଟି ଅଫିସରେ ଆଶିଷ ବାନାର୍ଜୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଘଟଣା ଜଣାପଡିବା ପରେ ବହୁ ସଂଖ୍ୟାରେ ଟିଏମସି କର୍ମୀ ଓ ସ୍ଥାନୀୟ ଲୋକ ତାଙ୍କ କାର୍ଯ୍ୟାଳୟ ବାହାରେ ଏକାଠି ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତଦେହକୁ ଜବତ କରିବା ସହ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଏବଂ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଅନ୍ୟପଟେ ଆଶିଷ ବାନାର୍ଜୀଙ୍କ ପାର୍ଟି କାର୍ଯ୍ୟାଳୟରୁ ଏକ ଚିଠି ମିଳିଛି । ତେବେ ଏହି ଚିଠିରେ କ’ଣ ଲେଖାଯାଇଛି ତାହା ଏଯାଏଁ ଜଣାପଡିନାହିଁ ।

ଆଶିଷ ବାନାର୍ଜୀ ପଶ୍ଚିମବଙ୍ଗ ରାଜନୀତିରେ ବେଶ୍ ଜଣାଶୁଣା ବ୍ୟକ୍ତିତ୍ବ । ସେ ରାମପୁରହାଟ ବିଧାନସଭା ଆସନରୁ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାସହ ସେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ସ୍କୁଲ ଶିକ୍ଷା, କୃଷି ଓ ଆୟୁଷ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ତାଙ୍କ ଅଧୀନରେ ରହିଥିଲା । ପରେ ସେ ପଶ୍ଚିମବଙ୍ଗ ବିଧାନସଭାର ଉପବାଚସ୍ପତି ପଦରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୭ ରୁ ୨୦୨୧ ରାଜ୍ୟର କୃଷି ମନ୍ତ୍ରୀ ରହିଥିଲେ । ଚଳିତ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମଧ୍ୟ ଆଶିଷ ବାନାର୍ଜୀ ରାମପୁରହାଟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ବିଜେପି ପ୍ରାର୍ଥୀ ଧ୍ରୁବ ସାହାଙ୍କ ସହ କଡ଼ା ମୁକାବିଲାରେ ସେ ପରାଜିତ ହୋଇଥିଲେ ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା
  • ଟ୍ବିନ ସିଟିରେ ଲଗାଣ ବର୍ଷା, ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ
  • ହରୀପ୍ରୀୟା ଇଂରାଜୀ ମିଡିୟମ୍ ବିଦ୍ୟାଳୟରେ ପାଳିତ ହେଲା ସ୍ୱାଧୀନତା ଦିବସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In