ବାଲେଶ୍ଵର (ଭିଓଭି) ; ୧୫/୮ – ହରୀପ୍ରୀୟା ଇଂରାଜୀ ମିଡିୟମ ବିଦ୍ୟାଳୟ ରେ ୮୦ତମ ସ୍ୱାଧୀନତା ଦିବସ ବିଦ୍ୟାଳୟ ର ସେକ୍ରେଟାରୀ ତଥା ପ୍ରଧାନ ଶିକ୍ଷକ ଅନୁପ କୁମାର ପରିଡ଼ା ଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଛି । ମୂଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ର ସଭାପତି ସୁସ୍ମିତା ପଣ୍ଡା ସକାଳ ୮ ଘଟିକା ରେ ପତାକା ଉତ୍ତୋଳନ କରିଥିଲେ ।

ଶ୍ରୀମତୀ ପଣ୍ଡା ତାଙ୍କ ବକ୍ତବ୍ୟରେ ପିଲାମାନଙ୍କର ବ୍ୟକ୍ତିତ୍ୱ ବିକାଶ ରେ ମା ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ । ବିଦ୍ୟାଳୟ ର ଟ୍ରଷ୍ଟି କ୍ଷଣପ୍ରଭା ମହାନ୍ତି ଏବଂ ଅମୀୟ ରଞ୍ଜନ ତାଲଦି ପରିଚାଳନା କରିଥିଲେ । ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସ୍ୱାଗତିକା ପଣ୍ଡା , ରଶ୍ମିତା ରାଉତ , ସୈ।ଜାମିନି ଦାସ , ମଧୁସ୍ମିତା ଦତ୍ତ ସହଯୋଗ କରିଥିଲେ । ଶେଷରେ ମିଷ୍ଟାନ୍ନ ବଣ୍ଟନ ରେ ନସୀମା , ପୁଷ୍ପା ସହଯୋଗ କରିଥିଲେ ।
