• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମୋଦୀଙ୍କୁ ‘ଦି ଅର୍ଡର ଅଫ୍ ମୁବାରକ୍ ଅଲ୍ କବୀର’ ସମ୍ମାନ

by Voice of Victims
December 22, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ମୋଦୀଙ୍କୁ ‘ଦି ଅର୍ଡର ଅଫ୍ ମୁବାରକ୍ ଅଲ୍ କବୀର’ ସମ୍ମାନ

କୁଏତ୍ ସିଟି: କୁଏତ ଗସ୍ତର ଶେଷ ଦିନ ଅର୍ଥାତ୍ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଥାନୀୟ ବାୟନ ପ୍ୟାଲେସରେ କୁଏତ୍‌ର ସର୍ବୋଚ୍ଚ ସମ୍ମାନ ‘ଦି ଅର୍ଡର ଅଫ୍ ମୁବାରକ ଅଲ୍ କବୀର’ରେ ସମ୍ମାନିତ କରାଯାଇଛି। କୁଏତର ସର୍ବୋଚ୍ଚ ନେତା ଏମିର ଶେଖ୍ ମେଶାଲ ଅଲ-ଅହମ୍ମଦ ଅଲ୍‌-ଜବର ଅଲ୍ ସବାହ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ଅବସରରେ କୁଏତ୍ ପ୍ରଧାନମନ୍ତ୍ରୀ ଏଚ୍‌ଏଚ୍ ଶେଖ୍ ଅହମ୍ମଦ୍ ଅବଦ୍ଦୁଲ୍ଲା ଅଲ-ଅହମ୍ମଦ ଅଲ୍‌-ସବାହ ମଧ୍ୟ ଉପସ୍ଥିତ ଥିଲେ। ଏହି ସମ୍ମାନକୁ କୁଏତ୍‌ର ନାଇଟ୍‌ହୁଡ୍ ଅର୍ଡର ଭାବେ ମଧ୍ୟ ବିବେଚନା କରାଯାଏ। କେବଳ ସେତିକି ନୁହେଁ ବନ୍ଧୁତ୍ୱର ପ୍ରତୀକ ଭାବରେ ରାଷ୍ଟ୍ର ମୁଖ୍ୟ, ବିଦେଶୀ ଶାସକ ଏବଂ ବିଦେଶୀ ରାଜ ପରିବାରର ସଦସ୍ୟମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ମୋଦୀଙ୍କ ପୂର୍ବରୁ ବିଲ୍ କ୍ଲିଣ୍ଟନ, ପ୍ରିନ୍ସ ଚାର୍ଲ୍ସ ଏବଂ ଜର୍ଜ ବୁଶ୍‌ଙ୍କ ଭଳି ନେତାମାନଙ୍କୁ ମଧ୍ୟ କୁଏତ୍ ସରକାରଙ୍କ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପ୍ରକାଶ, କୁଏତରେ ବାୟନ ପ୍ୟାଲେସ ଶକ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ। ଏତଦ୍‌ବ୍ୟତୀତ ଏହି ପ୍ୟାଲେସ୍‌ର ଅନେକ ଦେଶର ଦୂତାବାସ ମଧ୍ୟ ଅବସ୍ଥିତ। ସେହିପରି କୌଣସି ଦେଶ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିବା ଏହି ସମ୍ମାନ ହେଉଛି ୨୦ତମ ଅନ୍ତର୍ଜାତୀୟ ସମ୍ମାନ। ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନ ହାସଲ କରିବା ପରେ ଏହାକୁ କୁଏତ୍‌ରେ ବସବାସ କରୁଥିବା ଭାରତୀୟ, ପ୍ରବାସୀ ଭାରତୀୟ ଏବଂ ଭାରତ-କୁଏତ୍ ମଧ୍ୟରେ ସୁଦୃଢ଼ ହେଉଥିବା ସମ୍ପର୍କର ଏକ ନୂଆ ଅଧ୍ୟାୟ ପ୍ରତି ସମର୍ପିତ କରିଛନ୍ତି। ରବିବାର ମୋଦୀ ବାୟନ ପ୍ୟାଲେସ୍‌ରେ ପହଞ୍ôଚବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ କୁଏତ୍ ପ୍ରଧାନମନ୍ତ୍ରୀ ଏଚ୍‌ଏଚ୍ ଶେଖ୍ ଅହମ୍ମଦ୍ ଅବଦ୍ଦୁଲ୍ଲା ଅଲ-ଅହମ୍ମଦ ଅଲ୍‌-ସବାହଙ୍କ ଉପସ୍ଥିତିରେ ମୋଦୀଙ୍କୁ କୁଏତ୍ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପରେ ପରେ ମୋଦୀ, କୁଏତର ସର୍ବୋଚ୍ଚ ନେତା ଏମିର ଶେଖ୍ ମେଶାଲ ଅଲ-ଅହମ୍ମଦ ଅଲ୍‌-ଜବର ଅଲ୍ ସବାହଙ୍କୁ ସାକ୍ଷାତ କରିଥିଲେ। ପ୍ରକାଶ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଭାରତ ସରକାର ଗଲ୍ଫ ଦେଶ ସହ ସମ୍ପର୍କକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। କୁଏତର ଅମିର ଶେଖ ମେଶଲ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବାହଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଏକାଧିକ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି, ଯାହା ଭାରତ-କୁଏତ ସମ୍ପର୍କକୁ ବିଶେଷ ଉତ୍ସାହ, ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ଗବେଷଣା, ବିଜ୍ଞାନ ଏବଂ ଶକ୍ତି କ୍ଷେତ୍ରରେ ଗୁରୁତ୍ୱ ଦେଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଶେଖ୍ ମେଶାଲ ଅଲ-ଅହମଦ ଅଲ-ଜାବେର ଅଲ-ସବାଙ୍କ ନିମନ୍ତ୍ରଣରେ ଦୁଇ ଦିନିଆ କୁଏତ ଗସ୍ତରେ ଯାଇଛନ୍ତି। ଦୀର୍ଘ ୪୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କୁଏତ୍ ଗସ୍ତ ଦେଖିବାକୁ ମିଳିଛି।

Post Views: 52
Share198Tweet124Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In