• About Us
  • Contact Us
Sunday, October 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସ୍ମିତଙ୍କ ସାହସକୁ ନେତନ୍ୟାହୁଙ୍କ ସଲାମ, ମୋଦିଙ୍କ ସହ ଇସ୍ରାଏଲକୁ ନିମନ୍ତ୍ରଣ

by Voice of Victims
October 4, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ସ୍ମିତଙ୍କ ସାହସକୁ ନେତନ୍ୟାହୁଙ୍କ ସଲାମ, ମୋଦିଙ୍କ ସହ ଇସ୍ରାଏଲକୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ଇସ୍ରାଏଲ୍ ସ୍ୱାଧୀନତା ଦିବସ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟ ପାଇଲଟ୍ ସ୍ମିତ ମାଚ୍ଛରଙ୍କୁ ନେତନ୍ୟାହୁଙ୍କ ନିମନ୍ତ୍ରଣ । ବିମାନ ଉଡ଼ାଣ ବେଳେ ଅସାଧାରଣ ସାହସ ପ୍ରଦର୍ଶନ କରି ୧୭୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ଇସ୍ରାଏଲ୍ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ସେହିପରି ନେତନ୍ୟାହୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା କ୍ୟାପ୍ଟେନ୍ ସ୍ମିତଙ୍କ ସହ ଟେଲିଫୋନ୍ ରେ କଥା ହୋଇ ତାଙ୍କୁ “ଇସ୍ରାଏଲ୍, ଭାରତ ଓ ସମଗ୍ର ବିଶ୍ୱର ପ୍ରକୃତ ନାୟକ” ବୋଲି ପ୍ରଶଂସା କରିଛନ୍ତି । ଏଥିସହ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଇସ୍ରାଏଲ୍ ସ୍ୱାଧୀନତା ଦିବସର ମୁଖ୍ୟ ସମାରୋହରେ ପାରମ୍ପରିକ ପବିତ୍ର ଅଗ୍ନିଶିଖା ପ୍ରଜ୍ଜ୍ୱଳନ କରିବା ପାଇଁ ସେ କ୍ୟାପ୍ଟେନ୍ ସ୍ମିତ ଏବଂ ଭାରତର ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦୀଙ୍କୁ ସମ୍ମାନପୂର୍ବକ ନିମନ୍ତ୍ରଣ ଜଣାଇଛନ୍ତି । ଏହାସହ ଘଟଣା କେମିତି ଘଟିଲା, ସ୍ମିତ୍ କେମିତି କକପିଟର ଦ୍ୱାର ଖୋଲିଥିଲେ ସେ ସବୁ ବିଷୟରେ ପଚାରି ବୁଝିତିଲେ ନେତନ୍ୟାହୁ ।

ଗତ ସେପ୍ଟେମ୍ବର ୩୦ ତାରିଖରେ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ‘ଫ୍ଲାଏଦୁବାଇ’ର ବିମାନ ରେ ଏକ ଭୟାନକ ଘଟଣା ଘଟିଥିଲା । ବିମାନର ସହ-ପାଇଲଟ୍ କକପିଟ୍ ଭିତରେ ହଠାତ୍ ମୁଖ୍ୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ଉପରେ ଛୁରାମାଡ଼ କରିଥିଲା । ଏହି ସଂଘର୍ଷ ଯୋଗୁଁ ବିମାନଟି ମାତ୍ର ୩୦ ସେକେଣ୍ଡ ମଧ୍ୟରେ ପ୍ରାୟ ୧୪,୦୦୦ ଫୁଟ୍ ତଳକୁ ଖସି ଆସିଥିଲା । ଗୁରୁତର ଭାବେ ରକ୍ତାକ୍ତ ହୋଇ ମଧ୍ୟ କ୍ୟାପ୍ଟେନ୍ ସ୍ମିତ ଆକ୍ରମଣକାରୀ ସହ ଶେଷ ପର୍ଯ୍ୟନ୍ତ ଲଢ଼େଇ କରି କକପିଟ୍ କବାଟ ଖୋଲିବାରେ ସଫଳ ହୋଇଥିଲେ। ଫଳରେ ଯାତ୍ରୀ ଏବଂ ଅନ୍ୟ କ୍ରିଉ ସଦସ୍ୟମାନେ ଭିତରକୁ ଆସି ଆକ୍ରମଣକାରୀକୁ କାବୁ କରିବା ସହ ବିମାନର ଭାରସାମ୍ୟ ଫେରାଇ ଆଣିଥିଲେ । ବିମାନଟି ସାଉଦି ଆରବର ତାବୁକ ବିମାନବନ୍ଦରରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିବା ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ବର୍ତ୍ତି ଯାଇଥିଲେ ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର
  • ଗାନ୍ଧିଜୀ ସମାଜିକ ଅନୁ ଷ୍ଠାନ ଟ୍ରଷ୍ଟ୍ର ତରଫରୁ ଗାନ୍ଧିଜୟନ୍ତୀ ପାଳିତ
  • ସ୍ମିତଙ୍କ ସାହସକୁ ନେତନ୍ୟାହୁଙ୍କ ସଲାମ, ମୋଦିଙ୍କ ସହ ଇସ୍ରାଏଲକୁ ନିମନ୍ତ୍ରଣ
  • ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ
  • ଦୁର୍ଗାପୂଜାରେ ଭିଜିପାରେ ଓଡ଼ିଶା ! ୧୩ରେ ଲଘୁଚାପ ସମ୍ଭାବନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In