• About Us
  • Contact Us
Monday, April 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଓଡ଼ିଶା ଆସିବେ ଆଉ ୩ ମହାବଳ

by Voice of Victims
January 2, 2025
in ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶା ଆସିବେ ଆଉ ୩ ମହାବଳ

ଭୁବନେଶ୍ୱର: ଓଡ଼ିଶା ଆସିବେ ଆଉ ୩ ମହାବଳ । ଗୁରୁବାର ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।  ତାଙ୍କ ସୂଚନା ଅନୁସାରେ, ଓଡ଼ିଶାକୁ ଆଉ ୩ଟି ମହାବଳ ବାଘ ଆସିବେ । ପୂର୍ବରୁ ୫ଟି ମହାବଳ ବାଘ ଆସିବାର ଥିଲା । ତା ଭିତରୁ ଯମୁନା ଓ ଜିନ୍ନତ ଆସି ସାରିଛନ୍ତି । ଏମାନେ ସମ୍ପୂର୍ଣ୍ଣ ଖାପ ଖୁଆଇ ସାରିବା ପରେ ଆଉ ୩ଟି ମହାବଳ ବାଘ ଆଣିବାକୁ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି ।  ଗତ କିଛି ମାସ ହେବ ଜିନ୍ନତ ଶିମିଳିପାଳରୁ ଝାଡଖଣ୍ଡ ଏବଂ ପରେ ପଶ୍ଚିମବଙ୍ଗ ପଳାଇଥିବା ବେଳେ ଜିନ୍ନତକୁ ଧରିବା ପାଇଁ ନାକେଦମ୍ ହୋଇଥିଲା ବନ ବିଭାଗ । ଅନେକ ଦିନ ଜିନ୍ନତ ଉପରେ ନଜର ରଖିବା ପରେ ଶେଷରେ ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରି ଓଡିଶା ଅଣାଯାଇଛି ।  ଦୀର୍ଘ ଧରି ଧରାଛୁଆଁ ଦେଉନଥିବା ବାଘୁଣୀ ଜୀନତ ଗତ ୨୯ରେ ପଶ୍ଚିମବଙ୍ଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ ଟ୍ରାଙ୍କୁଲାଇଜ କରାଯାଇଥିଲା । ସ୍ବାସ୍ଥୟବସ୍ଥା ସାମାନ୍ୟ ହେବା ପାଇଁ କଲିକତା ସ୍ଥିତ ଆଲୀପୁର ଚିଡିଆଖାନାରେ ରଖାଯାଇଥିଲା । ସେଠାରେ ଦୁଇ ଦିନ ଧରି ଜୀନତର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପଶ୍ଚିମବଙ୍ଗ ବନବିଭାଗ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ଜୀନତକୁ ହସ୍ତାନ୍ତର କରିଥିଲେ ।

Post Views: 38
Share198Tweet124Send
Voice of Victims

Voice of Victims

Recent Posts

  • ଜୁଲାଇ ୩ ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ ?
  • ବହୁ ପ୍ରତୀକ୍ଷିତ ବଡ଼ବିଲ ବାଇପାସ୍-କମ୍-ରିଙ୍ଗ୍ ରୋଡ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
  • ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?
  • ରାଜ୍ୟରେ ସ୍ବଗଣନାରେ ସାମିଲ୍ ହୋଇଛନ୍ତି ୧ ଲକ୍ଷ ୭୬ ହଜାର ବ୍ୟକ୍ତି: ନିଖିଲ ପୱନ କଲ୍ୟାଣ
  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରେ ଯୋଗଦେଇଛନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର ବୋଷ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In